ତୁଳା ରାଶି ବ୍ୟକ୍ତିଙ୍କୁ ବ୍ୟବସାୟ ଓ କର୍ମକ୍ଷେତ୍ରରୁ ଅର୍ଥ ଲାଭ ମିଳିବ, ଦୀର୍ଘ ଦିନର ଯୋଜନା ସଫଳ ହେବ

NEWS7
two-youth-dead-as-bike-accident-in-khurda

ମେଷ- ଖୁସିର ଦିନ ହେବ ଏବଂ ମନ ପ୍ରସନ୍ନ ରହିବ। ଆର୍ଥିକ କ୍ଷେତ୍ରରେ ଆୟର ନୂତନ ସୁଯୋଗ ମିଳିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବେ। କର୍ମକ୍ଷେତ୍ରରେ ଆପଣଙ୍କର ପରାକ୍ରମ ବଢ଼ିବ ଏବଂ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହେବ।

ବୃଷ- ପାରିବାରିକ କିମ୍ବା ବ୍ୟବସାୟିକ କ୍ଷେତ୍ରରେ କିଛିଟା ଅଶାନ୍ତି ଦେଖାଦେଇପାରେ ତେଣୁ ଧୈର୍ଯ୍ୟ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ଏକାଗ୍ରତାର ଅଭାବ ରହିବ ଏବଂ ଆୟ ଅପେକ୍ଷା ବ୍ୟୟ ବଢ଼ିବା ଯୋଗୁ ଚିନ୍ତା ବୃଦ୍ଧି ପାଇପାରେ। କାହାରି ସହ ଯୁକ୍ତିତର୍କ ନ କରି ଚୁପ୍ ରହିବା ଶ୍ରେଷ୍ଠ ଅଟେ।

ମିଥୁନ- ଘାତବାର ରହିଥିଲେ ମଧ୍ୟ ଅର୍ଥ ଲାଭର ଉତ୍ତମ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ନୂତନ ଜ୍ଞାନ ଆହରଣ କରିବେ ଏବଂ ବ୍ୟବସାୟରେ ପୁରୁଣା ବକେୟା ଟଙ୍କା ଫେରି ପାଇବାରେ ସଫଳ ହେବେ। ସାମାଜିକ ସ୍ତରରେ ଆପଣଙ୍କର ଗ୍ରହଣୀୟତା ବଢ଼ିବ।

କର୍କଟ- ବିଭିନ୍ନ ସୂତ୍ରରୁ ଦ୍ରବ୍ୟ ଲାଭ ହେବ ଏବଂ ଉପହାର ସ୍ୱରୂପ କିଛି ମୂଲ୍ୟବାନ ବସ୍ତୁ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ସଜବାଜ ହେବେ।

ସିଂହ- କୌଣସି କଥାକୁ ନେଇ ମନରେ ଅସନ୍ତୋଷ ଭାବ ରହିପାରେ ଏବଂ ବିରକ୍ତି ଅନୁଭବ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିପାରେ ଏବଂ ଆୟ କମ୍ ହେବାର ସମ୍ଭାବନା ଅଛି।ନିଜର ଆତ୍ମବିଶ୍ୱାସ ବଜାୟ ରଖନ୍ତୁ ଏବଂ କଠିନ ପରିଶ୍ରମ ଉପରେ ଭରସା କରନ୍ତୁ।

କନ୍ୟା- ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ କାରଣ ସ୍ୱାସ୍ଥ୍ୟ ହାନିର ଯୋଗ ରହିଛି।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିକିତ୍ସା ବାବଦରେ ଅଧିକ ଖର୍ଚ୍ଚ ହୋଇପାରେ।ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ।

ତୁଳା- ବ୍ୟବସାୟ ଓ କର୍ମକ୍ଷେତ୍ରରୁ ଆପଣଙ୍କୁ ଅର୍ଥ ଲାଭ ମିଳିବ ଏବଂ ଦୀର୍ଘ ଦିନର ଯୋଜନା ସଫଳ ହେବ। ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଆଶାୟୀ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବା ସହ ଆର୍ଥିକ ଉନ୍ନତି ହେବ।

ବିଛା- ସର୍ବତ୍ର ଲାଭ ଯୋଗ ରହିଛି ଏବଂ ଅଳ୍ପ ପରିଶ୍ରମରେ ଅଧିକ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ହାସଲ କରିବେ ଏବଂ ନୂତନ ନିବେଶରୁ ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ମିଳିବ।

ଧନୁ- ବିଳାସବ୍ୟସନ ସାମଗ୍ରୀ ବା ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ଯୋଗ ଅଛି। ଆର୍ଥିକ ଦିଗଟି ସନ୍ତୋଷଜନକ ରହିବ ଏବଂ ଶିକ୍ଷା କ୍ଷେତ୍ରରେ ଗୁରୁଜନଙ୍କ ମାର୍ଗଦର୍ଶନ ମିଳିବ।ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମକର- ହଠାତ୍ କୌଣସି କାରଣରୁ ଅର୍ଥାଭାବ ଦେଖାଦେଇପାରେ ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାଧା ପାଇପାରନ୍ତି ଏବଂ କୌଣସି ଜରୁରୀ କାମରେ ବିଳମ୍ବ ହୋଇପାରେ। ଆର୍ଥିକ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ- କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି।ଶିକ୍ଷା କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବା ସହ ଆୟର ପନ୍ଥା ସୁଦୃଢ଼ ହେବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ।

ମୀନ- ଅନାବଶ୍ୟକ କାରଣରୁ ବ୍ୟୟ ବୃଦ୍ଧି ହୋଇପାରେ ତେଣୁ ନିଜର ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାଜନକ ଫଳ ପାଇବେ ନାହିଁ ଏବଂ ପରିବାରରେ କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଧର୍ମ କାର୍ଯ୍ୟରେ ମନ ଲଗାଇଲେ ଶାନ୍ତି ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682