ପଥର ଖାଦାନରେ ଦୁର୍ଘଟଣା, ମାଟି ତଳେ ଚାପି ହୋଇଗଲେ ୨ ଶ୍ରମିକ !

NEWS7
two-woman-paddler-arrested-brown-sugar-seized-in-balasore

ଢେଙ୍କାନାଳ ୦୪।୧୨ : ଢେଙ୍କାନାଳ ମୋଟଙ୍ଗା ପଥର ଖାଦାନରେ ଦୁର୍ଘଟଣା। ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇ ଶ୍ରମିକ ବିସ୍ପୋରଣ ପାଇଁ ପଥରରେ ଡ୍ରିଲ କରୁଥିବା ବେଳେ ବଡ ବଡ ପଥର ଅତଡା ଖସି ପଡ଼ିଥିବାରୁ ଚାପି ହୋଇଯାଇଛନ୍ତି ।

ଖବର ଅନୁଯାୟୀ, ବିସ୍ପୋରଣ ପାଇଁ ଡିନାମାଇଟ୍ ଖଞ୍ଜିବାକୁ ବଡ଼ ବଡ଼ ପଥରରେ ଡ୍ରିଲ କରୁଥିବା ବେଳେ ଉପରୁ ବଡ ବଡ ପଥର ଖସି ପଡିଥିଲା। ଘଟଣାସ୍ଥଳରୁ ଖଣି ମାଲିକ ଓ ଅନ୍ୟ କର୍ମଚାରୀ ପଳାଇଯାଇଛନ୍ତି। ଫଳରେ ଦୁର୍ଘଟଣା ଘଟିବା ବେଳେ ଖଣିରେ କେତେଜଣ ଶ୍ରମିକ କାମ କରୁଥିଲେ ଓ କେତେଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ସ୍ଥାନୀୟ ଗୋପାଳପୁର ଗାଁର ଏହି ଖଣିରେ କାମ କରୁଥିବା ଦୁଇ ଜଣ ଶ୍ରମିକ ଗତ କାଲିଠାରୁ ଘରକୁ ଫେରିନାହାନ୍ତି ।