ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କୀତ ଆଲୋଚନା ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

NEWS7
two-student-resque-in-missing-from-utkal-balashrama-of-berhampur

ଭୁବନେଶ୍ବର ୧୬।୧: ଭୁବନେଶ୍ବର ପରିଦର୍ଶନରେ ଆସି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି । ଏହି ଆଲୋଚନାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ସୁଶ୍ରୀ ଅର୍ଚ୍ଚନା ଶର୍ମା ଅବସ୍ତି, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ଃ ଏନ୍.ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଏନସିଇଆରଟିର ବରିଷ୍ଠ ପ୍ରାଧ୍ୟାପକ ରଞ୍ଜନ ଅରୋରା ଉପସ୍ଥିତ ଥିଲେ ।

ଏଥିସହ ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରିନ୍ସିପାଲ ମଧ୍ୟ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶ କରୁଛନ୍ତି ରାଜ୍ୟ ସରକାର । ଆଗାମୀ ୨୦୨୬-୨୭ ଶିକ୍ଷା ବର୍ଷରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୫ ଟି ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ, ଏନେଇ ଜିଲ୍ଲାର ଅଧିକାରୀମାନଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି ।