LIVE TV

ତ୍ଵଚା ଓ ଘନ ଚୁଟି ପାଇଁ ସକାଳେ ପିଅନ୍ତୁ ଲବଙ୍ଗ ପାଣି, ମିଳିବ ଫାଇଦା

NEWS7
two-sisters-attempt-suicide-in-bargarh-1-dies

ମୁମ୍ଵାଇ ୧୭।୧୧; ଲବଙ୍ଗ ପ୍ରାୟତ ଭାରତୀୟଙ୍କ ରୋଷେଇ ଘରେ ରହିଥାଏ। ଏହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରେ। ଲବଙ୍ଗ ଔଷଧୀୟ ଗୁଣରେ ଭରପୂର। ଯାହା ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ, ଫସଫରସ୍, ପୋଟାସିୟମ୍, ମାଙ୍ଗାନିଜ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି।

ଲବଙ୍ଗ ପ୍ରାୟ ପ୍ରତିଦିନ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ କେବେ ଲବଙ୍ଗ ପାଣି ପିଇଛନ୍ତି କି? ଆଜ୍ଞା ହଁ ଲବଙ୍ଗ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟରେ ଲାଭ ମିଳିପାରେ। ନିୟମିତ ସେବନ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରେ। ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ସେବନ କରିବା ଦ୍ଵାରା ତ୍ଵଚା, ଚୁଟି ପାଇଁ ବେଶ ଲାଭ ଦାୟକ । ଏହା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ତ୍ଵଚାର ଡଲନେସ୍‌ ଉପଚାର: ବିଷାକ୍ତ ବାୟୁ କେବଳ ଆପଣଙ୍କ ଫୁସଫୁସକୁ ନୁହେଁ ବରଂ ଆପଣଙ୍କ ଚର୍ମକୁ ମଧ୍ୟ ଗୁରୁତର ଭାବରେ କ୍ଷତି ପହଞ୍ଚାଉଛି। ପ୍ରତିଦିନ ସକାଳେ ଲବଙ୍ଗ ପାଣି ପିଇବା ଲାଭଦାୟକ ହୋଇଥାଏ। ଲବଙ୍ଗ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ଫ୍ରି ରାଡିକାଲ୍ସ ଏବଂ ପ୍ରଦୂଷକଙ୍କ ଠାରୁ ରକ୍ଷା କରେ। ଚମକ ଏବଂ ଆର୍ଦ୍ରତା ବଜାୟ ରଖେ।

ତ୍ଵଚାର ଡିଟକ୍ସ: ଲବଙ୍ଗ ପାଣି ଅନ୍ତନଳୀ ଏବଂ ଯକୃତକୁ ଡିଟକ୍ସାଇଫ୍ କରେ। ଏହି ଦୁଇଟି ଅଙ୍ଗରେ ମଇଳା ଯୋଗୁଁ ଅଧିକାଂଶ ବ୍ରଣ ହୋଇଥାଏ, ତେଣୁ ଲବଙ୍ଗ ପାଣି ଚର୍ମକୁ ସଫା ରଖିଥାଏ। ଏହା ବ୍ୟତୀତ, ଲବଙ୍ଗ ପାଣିର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ମୁହଁରେ ଅତ୍ୟଧିକ ବ୍ରଣ ଏବଂ ତେଲିଆପଣରୁ ମଧ୍ୟ ମୁକ୍ତି ଦେଇପାରେ।

ଲମ୍ବା କେଶ ପାଇଁ ଘରୋଇ ଉପଚାର: ଲବଙ୍ଗ ପାଣିରେ ଥିବା ପୁଷ୍ଟିକର ତତ୍ତ୍ୱ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ପ୍ରଭାବଶାଳୀ। ଯାହା କେଶ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଲବଙ୍ଗ ପାଣି କେଶ ପତଳା ହେବାକୁ ରୋକେ ଏବଂ ସମୟ ସହିତ କେଶକୁ ଘନ କରେ। ଯଦି ଆପଣଙ୍କ କେଶ ଧଳା ହେଉଛି, ତେବେ ଲବଙ୍ଗ ପାଣି ପିଇବା ଦ୍ଵା ରାଏହାକୁ ରୋକିବାରେ ସହାୟକ ହୋଇପାରେ। ଲବଙ୍ଗରେ ମାଙ୍ଗାନିଜ୍ ଏବଂ କପର ଥାଏ, ଯାହା ମେଲାନିନ୍ ପ୍ରଡକ୍ସନକୁ ସପୋର୍ଟ କରେ ଏବଂ କେଶର କଳା ରଙ୍ଗ ବଜାୟ ରଖେ।

ଡ୍ୟାଣ୍ଡ୍ରାଫ୍ ପାଇଁ ଲବଙ୍ଗ ପାଣି ପିଅନ୍ତୁ: ଲବଙ୍ଗରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ଥାଏ। ଯାହା ଏକ ସୁସ୍ଥ ସ୍କାଲଫ ବଜାୟ ରଖେ। ନିୟମିତ ଲବଙ୍ଗ ପାଣି ପିଇବା ଦ୍ୱାରା ସ୍କାଲଫ କୁଣ୍ଡେଇ ହେବା ବା ସଂକ୍ରମଣର ଆଶଙ୍କା କମିଯାଏ । ଡ୍ୟାଣ୍ଡ୍ରାଫ୍ ଏବଂ ଫ୍ଲେକିନେସ୍ ହେବାର ସମ୍ଭାବନା ମଧ୍ୟ କମିଯାଏ।