LIVE TV

ଅସ୍ତ୍ରବିରତି ମାନୁନି ପାକିସ୍ତାନ : ଯୁଦ୍ଧ ପାଇଁ ଆଫଗାନିସ୍ତାନକୁ ଦେଉଛି ଚ୍ୟାଲେଞ୍ଜ୍

NEWS7
two-people-know-about-pari-case-audio-and-video-recorded

କାବୁଲ, ୦୭|୧୧  :  ସୁଧୁରୁନି ପାକିସ୍ତାନ । ଲଗାତାର ଭାବେ ଆଫଗାନିସ୍ତାନ ସହ ଲାଗୁଛି । ସମ୍ମୁଖ ଯୁଦ୍ଧ ନଲଢି ସୀମାକୁ କରୁଛି ଅଶାନ୍ତ । ଗୁରୁବାର ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ପୁଣି ଅଶାନ୍ତ ହୋଇ ଉଠିଛି ସୀମା । ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନ୍ ସୀମାରେ ପ୍ରବଳ ଗୁଳିମାଡ ହୋଇଛି । ମୋର୍ଟାର ମାଡ ମଧ୍ୟ କରାଯାଇଛି ।

ଏଏଫପି ନ୍ୟୁଜ ଅନୁସାରେ, ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନ୍ ସୀମାରେ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରାଯାଇଥିଲା । ଯାହା ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଚାଲିଥିଲା । ପାକିସ୍ତାନ ପକ୍ଷରୁ ବନ୍ଧୁକ ଏବଂ ଗୋଳା ବ୍ୟବହାର କରାଯାଇଥିଲା । ଯାହା ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ହୋଇଥିଲା ।

ଆଫଗାନ୍ ସେନା କହିଛି ଯେ, ପାକିସ୍ତାନ ବଦଳିବ ନାହିଁ । ଶାନ୍ତିର ଆଲୋଚନା ମଧ୍ୟରେ ସୀମାକୁ ଅଶାନ୍ତ କରାଯାଉଛି । କିଛି ପ୍ରତ୍ୟକ୍ଷଦର୍ଶୀ ପାକ୍ ତରଫରୁ ଅସ୍ତ୍ରବିରତିର ଉଲଙ୍ଘନ ନେଇ ଖବର ଦେଇଥିଲେ । ଯାହା ପରେ ସ୍ପଷ୍ଟ ହୋଇଥିଲା । କିନ୍ତୁ ଆଫଗାନିସ୍ତାନ ଏହାର ଜବାବ ଦେଇ ନଥିଲା । ଉଭୟ ଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତାକୁ ଆଫଗାନ୍ ସମ୍ମାନ ଦେଇଥିବା ସେନା କହିଛି ।

ତେବେ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ । ପାକିସ୍ତାନ ନୁହେଁ ବରଂ ଆଫଗାନିସ୍ତାନ ସୀମାରେ ଗୁଳିମାଳ କରିଥିବା ସେ ଅଭିଯୋଗ କରିଛନ୍ତି । ଯାହାର ଜବାବ ପାକିସ୍ତାନ ସେନା ଦେଇଥିବା ସେ ପ୍ରକାଶ କରିଛନ୍ତି ।