LIVE TV

ସେୟାର ବଜାର ମୁହୂରତ ଟ୍ରେଡିଂରେ ଚମକିଲା Sesex-Nifty, ହେଲା ସକରାତ୍ମକ ପ୍ରାରମ୍ଭ

NEWS7
two-mruta-in-patnagarh

ମୁମ୍ବାଇ ୨୧।୧୦: ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ନିବେଶକ ଶୁଭ ମୁହୂର୍ତ୍ତରେ ବଜାରରେ ଟ୍ରେଡିଂ କରି ଲକ୍ଷ୍ମୀଙ୍କ ଆବାହନ କରିଛନ୍ତି। ମାତ୍ର ୧ ଘଣ୍ଟାର ଏହି ସ୍ପେଶିଆଲ ଟ୍ରେଡିଂ ସେସନରେ ସେୟାର ବଜାରର ପଜେଟିଭ ଶୁଭାରମ୍ଭ ହୋଇଛି ଓ ହାଲୁକା ବୃଦ୍ଧି ସହ ବନ୍ଦ ହୋଇଛି। ୨୧ ଅକ୍ଟୋବର ମଙ୍ଗଳବାର ସେନସେକ୍ସ ଓ ନିଫ୍ଟି ୫୨ ସପ୍ତାହର ସର୍ବୋଚ୍ଚସ୍ତରକୁ ଛୁଇଁଛି। ଏହି ସମୟରେ ସ୍ମଲ କ୍ୟାପ୍ ଓ ମିଡକ୍ୟାପ ସେୟାର ଉଲ୍ଲେଖନାୟ ପ୍ରଦର୍ଶନ କରି ନିବେଶକଙ୍କ ମୁହଁରେ ହସ ଖେଳାଇ ଦେଇଛି। ଆସନ୍ତୁ ଦେଖିବା ମୁହୂର୍ତ୍ତ ଟ୍ରେଡିଂ ୨୦୨୫ର ୫ ବଡ଼ ହାଇଲାଇଟସ୍, ଯେଉଁଥିରୁ ଜଣା ପଡୁଛି ଆଗାମୀ ବର୍ଷର ବଜାରର ମୁଡ..

ବଜାରରେ ହାଲୁକା ଅଭିବୃଦ୍ଧି, ହେଲେ ରହିଛି ପଜେଟିଭ ସେଣ୍ଟିମେଣ୍ଟ
ମୁହୂର୍ତ୍ତ ଟ୍ରେଡିଂ କାଳରେ ସେନସେକ୍ସ ୬୩ ପଏଣ୍ଟ ବୃଦ୍ଧି ସହିତ ୮୪,୪୨୬.୩୪ରେ ବନ୍ଦ ହୋଇଛି। ସେପଟେ ନିଫ୍ଟି ୨୫ ପଏଣ୍ଟ ବୃଦ୍ଧି ସହ ୨୫,୮୬୮.୬୦ ପର୍ଯ୍ୟନ୍ତ ପହଞ୍ଚିଛି। ଯଦିଓ ଏହା ମାମୁଲି ଅଭିବୃଦ୍ଧି ତଥାପି ବର୍ଷକ  କାରବାର ଲାଗି ଏକ ଶୁଭ ସଂକେତ ବୋଲି ବୁଝା ଯାଉଛି। ଏହି ଅଭିବୃଦ୍ଧିର ଅର୍ଥ ହେଉଛି ସାମାନ୍ୟ ପ୍ରଫିଟ ବୁକିଂରେ ମଧ୍ୟ ବଜାରରେ ପାର୍ବଣ ଉତ୍ସାହ ଓ ନିବେଶକଙ୍କ ଭରସା କାୟମ ରହିବା। ଆନାଲିଷ୍ଟଙ୍କ ଅନୁସାରେ ଯଦି ନିଫ୍ଟି ୨୬,୦୦୦ରୁ ଉପରକୁ ଯାଏ ତେବେ ଆଗାମୀ ମାସ ମାନଙ୍କରେ ବଜାର ନୂଆ ନୂଆ ରେକର୍ଡ କରିବ।

ନିଫ୍ଟି ୫୦ର ଟେପ ଗେନର୍ସ
ଆଜିର ଅଧିବେଶନ କାଳରେ କେତେକ ଦିଗ୍ଗଜ ଷ୍ଟକ୍ସ ନିବେଶକଙ୍କୁ ବେଶ୍ ରିଟର୍ଣ୍ଣ ଦେଇଛନ୍ତି। ଫାର୍ମା ସେକ୍ଟରର ଦିଗ୍ଗଜ କମ୍ପାନୀ ସିପ୍ଲାରେ ୧.୫୮% ଅଭିବୃଦ୍ଧି ଦେଖା ଯାଇଛି। ଏହି ସମୟରେ ଫିନଟେକ୍ କମ୍ପାନୀ ବଜାଜ ଫିନ ସର୍ଭ ୧.୧୮% ଅଭିବୃଦ୍ଧି ସହ ବନ୍ଦ ହୋଇଛି। ଆଇଟି କ୍ଷେତ୍ରର ଦିଗ୍ଗଜ କମ୍ପାନୀ ଇନଫୋସିସ୍ ମଧ୍ୟ. ୦.୬୯% ଉପରକୁ ଉଠିଛି। ଏହି ପ୍ରମୁଖ ୩ ଷ୍ଟକ୍ ନିଫ୍ଟିକୁ ମଜଭୁତ କରିଛି ଓ ନିବେଶକଙ୍କୁ ପାର୍ବଣ ଲାଭ ମଧ୍ୟ ଦେଇଛି। ଏହି ସବୁ ସେକ୍ଟର ଦୃଢ ହେବା ଯୋଗୁ ମଜଭୁତ ତ୍ରୈମାସିକ ଫଳାଫଳ ଓ ଆଗାମୀ କ୍ୱାର୍ଟରରେ ଅଭିବୃଦ୍ଧି ଦେବ ବୋଲି ଆକଳନ କରାଯାଉଛି।

ଚମକିଲେ ମିଡକ୍ୟାପ୍ ଓ ସ୍ମଲ କ୍ୟାପ ସେୟାର
ମୁହୂର୍ତ୍ତ ଟ୍ରେଡିଂରେ କୌଣସି ସେଗମେଣ୍ଟ ଯଦି ଧ୍ୟାନ ଆକର୍ଷଣ କରିଥାଏ ତେବେ ତାହା ହେଉଛି ସ୍ମଲ କ୍ୟାପ୍ ଓ ମିଡ କ୍ୟାପ୍ ସ୍ପେସ୍। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ମିଡକ୍ୟାପ ଇଣ୍ଡେକ୍ସ ୦.୨୩% ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସ ୦.୯୧% ଅଭିବୃଦ୍ଧି ଦେଖା ଯାଇଛି। ସେକ୍ଟରାଲ ଇଣ୍ଡେକ୍ସରେ ନିଫ୍ଟି ମିଡିଆ, ମେଟାଲ ଓ ଫାର୍ମା ସବୁଜ ସଂକେତରେ ବନ୍ଦ ହୋଇଛି। ଏଥିରେ ଯଥାକ୍ରମେ ୦.୫୬%, ୦.୪୦% ଓ ୦.୩୪% ଅଭିବୃଦ୍ଧି ହୋଇଛି। ତେବେ ଏହି ସମୟରେ ନିଫ୍ଟି ରିୟଲଟି ଓ ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସରେ ସାମାନ୍ୟ ହ୍ରାସ ଦେଖା ଯାଇଛି। ଏହି ମିଶ୍ରିତ ପରଫର୍ମାନସ ସତ୍ତ୍ୱେ ବଜାରର ମୁଡ ସକରାତ୍ମକ ରହିଛି।

ଟେଲିକମ ଓ ଗୋଲ୍ଡ ଉପରେ ବଢିଛି ନିବେଶକଙ୍କ ଭରସା
ଟ୍ରେଡିଂ ଭଲ୍ୟୁମ ଦୃଷ୍ଟିରୁ ଭୋଡାଫୋନ ଆଇଡିଆ ସବୁଠୁ ଆଗରେ ରହିଥିଲା। ଏଥିରେ ପାଖାପାଖି ୧୯.୫ କୋଟି ସେୟାର କିଣାବିକା ହୋଇଛି। ଏହା ଛଡା ସାଉଥ ଇଣ୍ଡିଆନ ବ୍ୟାଙ୍କରେ ୫.୫ କୋଟି ସେୟାର ଓ ଟାଟା ଗୋଲ୍ଡ ଇଟିଏଫରେ ୪ କୋଟି ୟୁନିଟ୍ ନେଣଦେଣ ହୋଇଛି। ଏହି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ନିବେଶକ ଗୋଲ୍ଡ ଓ ବ୍ୟାଙ୍କିଙ୍ଗ ଭଳି ପାରମ୍ପରିକ ସୁରକ୍ଷିତ ସେକ୍ଟର ସହିତ ଟେଲିକମ ସେକ୍ଟରରେ ସୁଯୋଗ ଖୋଜୁଛନ୍ତି।