କର୍କଟ ରାଶି ବ୍ୟକ୍ତି ଦିନରେ ସବୁ କାର୍ଯ୍ୟରେ ସଫଳ ହେବେ, ଆର୍ଥିକ ସ୍ଥିତି ମଜଭୁତ ରହିବ

NEWS7
two-injured-as-dumper-hits-bolero-in-talcher

ମେଷ- ଚନ୍ଦ୍ରଙ୍କ ଶୁଭ ସ୍ଥିତି ହେତୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। କୌଣସି ନୂତନ କାର୍ଯ୍ୟର ଯୋଜନା କରିପାରନ୍ତି ଏବଂ ସେଥିରେ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଶ୍ରେଷ୍ଠ ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ନିବେଶ କଲେ ଆତ୍ମସନ୍ତୋଷ ମିଳିବ।

ବୃଷ- ଘାତବାର ରହିଛି, ତେଣୁ ବିଶେଷ ସତର୍କତା ଆବଶ୍ୟକ। ଶରୀରରେ କୌଣସି ପୁରୁଣା ପୀଡ଼ା ଦେଖାଦେଇପାରେ କିମ୍ବା ରକ୍ତଚାପ ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ପାଇବେ। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମିଥୁନ- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ କ୍ଷେତ୍ରରେ ନୂତନ ଅଂଶୀଦାର ଯୋଡ଼ି ହୋଇପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଲ୍ଲେଖନୀୟ ଉନ୍ନତି କରିବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

କର୍କଟ- ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହେବ ଏବଂ ଅସମାପ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପରିବେଶ ଅନୁକୂଳ ରହିବା ସହ ସହକର୍ମୀଙ୍କ ସହଯୋଗ ମିଳିବ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ। ଆର୍ଥିକ ଦିଗଟି ମଜଭୁତ ରହିବ।

ସିଂହ- ଘାତବାର ରହିଥିବାରୁ ମନରେ ଅସ୍ଥିରତା ଲାଗି ରହିପାରେ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟ କିମ୍ବା ଶିକ୍ଷାକୁ ନେଇ କିଛିଟା ଚିନ୍ତିତ ରହିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଏବଂ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

କନ୍ୟା- ଘାତବାର ରହିଛି, ତେଣୁ ଯାନବାହନ ଚଳାଚଳ ସମୟରେ ଅଧିକ ସାବଧାନ ରୁହନ୍ତୁ।ଘରୋଇ ସମସ୍ୟାକୁ ନେଇ ମାନସିକ ଚାପ ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପାଠପଢ଼ାରେ ପଛରେ ପଡ଼ିଯାଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଦିନଟି ଶୁଭ ନୁହେଁ।

ତୁଳା- ଘାତ ଚନ୍ଦ୍ର ରହିଛି, ତେଣୁ ନିକଟତର ବନ୍ଧୁ ବା ଭାଇଙ୍କ ସହ ମନାନ୍ତର ହେବାର ଆଶଙ୍କା ରହିଛି। ସାହସିକତା ଦେଖାଇ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବାରେ ବିଳମ୍ବ ହେବ। ସଂଯମତା ରକ୍ଷା କରନ୍ତୁ।

ବିଛା- ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ କୌଣସି ପୁରୁଣା ବକେୟା ଟଙ୍କା ଫେରିପାଇବେ। ପରିବାରରେ କୌଣସି ଶୁଭ ଉତ୍ସବର ଯୋଜନା ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଆନନ୍ଦ ପାଇବେ। ବାଣୀ ପାଇଁ ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ।

ଧନୁ- ରାଶିରେ ଚନ୍ଦ୍ର ଥିବାରୁ ମନରେ ଉନ୍ନତ ବିଚାର ଆସିବ ଏବଂ ଆତ୍ମବିଶ୍ୱାସ ବଢ଼ିବ।ନୂତନ ପୋଷାକ କିମ୍ବା ଆଭୂଷଣ କ୍ରୟ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଶୀର୍ଷ ସ୍ଥାନରେ ରହିବେ। ବ୍ୟକ୍ତିତ୍ୱର ବିକାଶ ହେବ ଏବଂ ଦିନଟି ଅତ୍ୟନ୍ତ ସୁଖଦ ରହିବ।

ମକର- ଅନାବଶ୍ୟକ ଭ୍ରମଣ ଓ ଖର୍ଚ୍ଚ ଯୋଗୁ ଆର୍ଥିକ ଅସୁବିଧା ଦେଖାଦେଇପାରେ। ଆଖି ଜନିତ କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଅସୁବିଧା ପାଇବେ। ଦୂର ଯାତ୍ରା କରନ୍ତୁ ନାହିଁ ଏବଂ ଧୈର୍ଯ୍ୟର ସହ ଦିନଟି କାଟନ୍ତୁ।

କୁମ୍ଭ- ଘାତ ଚନ୍ଦ୍ର ରହିଛି, ତେଣୁ ବିଭିନ୍ନ ସୂତ୍ରରୁ ଆୟର ସୁଯୋଗ ମିଳିଲେ ମଧ୍ୟ ବିବାଦଠାରୁ ଦୂରେଇ ରୁହନ୍ତୁ। ବନ୍ଧୁମାନଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କଲେ ସଫଳ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ- କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିବାର ଶୁଭ ଯୋଗ ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ ଏବଂ ବାପାଙ୍କ ସହଯୋଗ ପାଇବେ।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚ ସଫଳତା ପାଇ ଗର୍ବିତ ହେବେ। ଦିନଟି ମନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ଶ୍ରେଷ୍ଠ ଅଟେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682