ବାଲିଯାତ୍ରା ୨୦୨୫
LIVE TV

ଓଏନଜିସିର ଗ୍ୟାସ୍ ଚୋରି କରିଛି ପ୍ରତିଷ୍ଠିତ ତୈଳ କମ୍ପାନୀ : ସିବିଆଇକୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ

NEWS7
two-girls-get-marriage-at-temple-after-families-dissatisfaction

ନୂଆଦିଲ୍ଲୀ, ୧୨|୧୧:ପ୍ରାକୃତିକ ଗ୍ୟାସ ଚୋରି ଅଭିଯୋଗରେ ସିବିଆଇ ତଦନ୍ତ ପାଇଁ ନୋଟିସ୍ । ଦେଶର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ତୈଳ କମ୍ପାନୀ ବିରୋଧରେ ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବମ୍ବେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଦାଖଲ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ, ଜିତେନ୍ଦ୍ର ପି ମାରୁ ନାମକ ଜଣେ ବ୍ୟକ୍ତି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜ ଆବେଦନରେ ସଂପୃକ୍ତ ତୈଳ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ତଦନ୍ତ ସୁପାରିଶ ପାଇଁ ଅନୁରୋଧ କରିଥିଲେ । ଯାହାକୁ ଏସ ଗଡକରୀ ଏବଂ ରଞ୍ଜିତସିହ୍ନା ରାଜା ଭୋସଲେଙ୍କ ଖଣ୍ଡପୀଠ ଗ୍ରହଣ କରିଥିଲେ । ଏହାସହ ସିବିଆଇକୁ ଏବାବଦରେ ନୋଟିସ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ରେ ହେବ ବୋଲି ଜଣାପଡିଛି ।

ଆବେଦନକାରୀ କହିଥିଲେ ଯେ, ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବିଶ୍ବାସ ଭଙ୍ଗ କରିଛନ୍ତି । ବଡ ଚୋରିରେ ପ୍ରତିଷ୍ଠାନର ସଂପୃକ୍ତି ରହିଛି । ଅନେକ ନଥିପତ୍ର, ତଦନ୍ତ ରିପୋର୍ଟ ସେ ପ୍ରଦାନ କରିଥିବା କୋର୍ଟରେ ଦର୍ଶାଇଥିଲେ । ୨୦୦୪ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠାନ ବଡ ଧରଣ ଠକେଇ କରିଥିଲା । କ୍ରିଷ୍ଣା ଗୋଦାବରୀ ବେସିନରେ ଓଏନଜିସିର କିଛି ତୈଳ କୂଅରୁ ସଂପୃକ୍ତ କମ୍ପାନୀ ତୈଳ ଚୋରି କରିଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ୍ । ୨୦୧୩ରେ ଓଏନଜିସି ଏହା ଜାଣିପାରିଥିଲା ଏବଂ ସରକାରଙ୍କୁ କହିଥିଲା ।

ଅନ୍ୟ ଦିଗରେ ବେସରକାରୀ ପ୍ରତିଷ୍ଠାନ କହିଛି ଯେ, ପ୍ରାକୃତିକ ଗ୍ୟାସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରେ । ତେଣୁ କମ୍ପାନୀ ପାଖରେ ଏହାକୁ ବାହାର କରିବା ପାଇଁ ଅଧିକାର ରହିଛି । ତେବେ କିଛି ଦିନ ପୂର୍ବରୁ ଏକ ତଦନ୍ତ କମିଟି କମ୍ପାନୀ ବେଆଇନ ଭାବେ ପ୍ରାକୃତିକ ଗ୍ୟାସ ଚୋରି କରିଥିବା ସ୍ପଷ୍ଟ କରିଥିଲା । ଏପି ଶାହ କମିଟି ମଧ୍ୟ ୧.୫୫ ବିଲିୟନ ଡଲାରର ଗ୍ୟାସ୍ ଚୋରି ବାବଦରେ ରିପୋର୍ଟ ଦେଇଥିଲେ ।