LIVE TV
LIVE TV

ସଂସଦ ପରିସରକୁ କୁକୁର ଆଣିବା କଂଗ୍ରେସ ସାଂସଦ ରେଣୁକା ଚୌଧୁରୀଙ୍କୁ ପଡିଲା ମହଙ୍ଗା, ଜାଣନ୍ତୁ କହିଲେ କ’ଣ?

NEWS7
two-girl-student-hanging-dead-body-found-from-jharkhand

ନୂଆଦିଲ୍ଲୀ ୧।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ଦିନ ୧ ଡିସେମ୍ବରରେ ଏକ ଏପରି ଘଟଣା ଘଟିଛି ଯାହା ସଂସଦରେ ହଙ୍ଗାମାର କାରଣ ପାଲଟିଛି। କଂଗ୍ରେସ ସାଂସଦ ରେଣୁକା ଚୈଧୁରୀ ତାଙ୍କ କାରରେ ଏକ ପିଲା କୁକୁରକୁ ନେଇ ସଂସଦ ପରିସରକୁ ଆସିଥିଲେ। ଏହି କଥାକୁ ନେଇ ସଂସଦରେ ଝଡ ଉଠିଛି। ବିଜେପି ଏହାକୁ ନିୟମର ଉଲ୍ଲଂଘନ କହି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏବେ ସଂସଦ ପରିସରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି କଥାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏଥିରେ କୌଣସି ସାଂସଦ ତାଙ୍କ ପୋଷା ପଶୁଙ୍କୁ ନେଇ ସଂସଦ ପରିସରକୁ ଆସି ପାରିବେ କି ନା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ବିବାଦ ଉପରେ ରେଣୁକା ଚୌଧୁରୀ କଡ଼ା ଜବାବ ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ ଏଥିରେ ସମସ୍ୟା କ’ଣ? ମୁକ ପଶୁଟି ଯଦି ସଂସଦ ପରିସରକୁ ଚାଲି ଆସିଛି ଏଥିରେ ଅସୁବିଧା କେଉଁଠି? ଏତେ ଛୋଟ ଟିଏ ଓ କାମୁଡିବ ନାହିଁ କାମୁଡିବା ଯନ୍ତୁତ ଅନ୍ୟମାନେ ସେମାନେ ସଂସଦ ଭିତରେ ଅଛନ୍ତି। ରେଣୁକା ଚୌଧୁରୀ ଗଣମାଧ୍ୟମରେ ବୟାନ ଦେଇ ଏହି ସରକାର ପଶୁମାନଙ୍କୁ ପସନ୍ଦ କରେ ନାହିଁ ବୋଲି କହିଛନ୍ତି। ନିର୍ବାକ ପଶୁ ଗାଡ଼ିରେ ଆସିଥିଲା ଓ ଚାଲିଗଲା ଏଥିରେ ସେମାନଙ୍କର ଅସୁବିଧା କେଉଁଠି ହେଲା? ବୋଲି ପଚାରିଛନ୍ତି।

ରେଣୁକା ଚୌଧୁରୀଙ୍କ କହିବା କଥା ହେଉଛି ସେ ରାସ୍ତାରେ ଆସୁଥିବା ବେଳେ ଏକ ସ୍କୁଟର ଓ କାର ମଧ୍ୟରେ ଧକ୍କା ଲାଗିଲା। ସେଠାରେ ଏହି ପିଲା କୁକୁରଟି ବୁଲୁଥିଲା କାଳେ କେଉଁ ଗାଡ଼ି ଚକରେ ଦଳି ହୋଇଯିବ ମୁଁ କାରକୁ ନେଇ ଆସିଥିଲି। ତାକୁ ତୁରନ୍ତ ଘରକୁ ପଠାଇ ଦେଇଛି। ସେ କହିଛନ୍ତି ଯେ ଯେଉଁ କୁକୁରକୁ ସୁରକ୍ଷିତ କରିବା ପାଇଁ ମୋର କିଛି ବିଳମ୍ବ ହେଲା ଏବେ ସେହି କୁକୁର ଜାତୀୟ ପ୍ରସଙ୍ଗ ପାଲଟି ଯାଇଛି। ସେ କହିଛନ୍ତି ଯେ ଆମେ ଏକ ନିର୍ବାକ ପଶୁର ଦେଖାଶୁଣା କରୁଛେ ତେବେ ସରକାର ଏହାକୁ ଏକ ବଡ଼ ପ୍ରସଙ୍ଗ ବୋଲି କହୁଛନ୍ତି। ଅସଲରେ କାମୁଡିବା ଲୋକେ ତ ସଂସଦରେ ବସିଛନ୍ତି ଯେଉଁମାନେ ଆମକୁ ରିତିମତ କାମୁଡୁଛନ୍ତି।

ତେବେ ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ଯେ ଏହା ସିଧାସଳଖ ବିଶେଷାଧିକାରର ଉଲ୍ଲଂଘନ। ସେ କହିଛନ୍ତି ଯେ ସାଂସଦ ଦେଶର ନୀତି ଉପରେ ଗମ୍ଭୀର ଆଲୋଚନା ଲାଗି ଏକ ସ୍ଥାନ, ନା କି ପୋଷା ଜନ୍ତୁଙ୍କୁ ଆଣିବାର ସ୍ଥାନ। ତାଙ୍କର କହିବା କଥା ହେଉଛି ଏହା ଦ୍ୱାରା ସଂସଦର ଗାରିମାକୁ ଠେସ୍ ଲାଗିଛି। ଏଣୁ ରେଣୁକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେହପରି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ମଧ୍ୟ କଡା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ରେଣୁକା ଚୌଧୁରୀ ସାଂସଦଙ୍କୁ କାମୁଡା କୁକୁରଙ୍କ ସହ ତୁଳନା କରି ସଂସଦ ଓ ଏହାର କର୍ମଚାରୀଙ୍କୁ ଅପମାନିତ କରିଛନ୍ତି।

ପୁରା ମାମଲାରେ ଏକ ପିଲା କୁକୁର ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି। ଏହାକୁ କଂଗ୍ରେସ ଏକ ମାନବୀୟ ଘଟଣା କହୁଥିବା ବେଳେ ବିଜେପି ଏହାକୁ ଗଣତାନ୍ତ୍ରିକ ସଂସ୍ଥାର ଅପମାନ ବୋଲି କହୁଛି। ପ୍ରସଙ୍ଗ ହେଉଛି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ କିଛି ମିନିଟ୍ ପାଇଁ ନିଜ କାରରେ ଏକ ପିଲା କୁକୁରକୁ ନେଇ ସଂସଦ ପରିସରକୁ ପ୍ରବେଶ କରିଥିଲେ। ତେବେ ଏହା ଏବେ ବିବାଦର କାରଣ ପାଲଟିଛି। ସଂସଦର ଆରମ୍ଭ ଦିନରେ ଘଟିଥିବା ଏହି ଘଟଣା ଆଗକୁ ଅଧିବେଶନ କାଳରେ ଗୃହର ତାପମାତ୍ରା ବଢାଇବ ବୋଲି ଏବେଠୁ ଜଣାପଡିଗଲାଣି।