U-19 ଏସିଆ କପ୍ ଫାଇନାଲ : ପାକିସ୍ତାନର ବିଶାଳ ସ୍କୋର, ଭାରତକୁ ୩୪୮ ରନ୍‌ର ଟାର୍ଗେଟ୍

NEWS7
two-family-ostracized-from-village-in-bargarh

ନୂଆଦିଲ୍ଲୀ, ୨୧/୧୨: ଭାରତକୁ ବଡ ଟାର୍ଗେଟ୍ । ଦୁବାଇରେ ଚାଲିଥିବା ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ବିଶାଳ ସ୍କୋର କରିଛି ପାକିସ୍ତାନ । ଦଳ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ ୩୪୭ ରନ୍ ସ୍କୋର କରିଛି ।

ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିଥିଲା । ଓପନର ସମୀର ମିନହାସଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ୩୪୭ ରନ୍ କରିଛି । ସେ ୧୭୨ ରନର ବିସ୍ଫୋରକ ପାଳି ଖେଳିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଅହମ୍ମଦ ହୋସେନ ୫୬ ରନ୍ ଏବଂ ଉସମାନ ଖାନ୍ ୩୫ ରନ୍ କରିଛନ୍ତି ।

ତେବେ ଭାରତୀୟ ବୋଲିଂ ସେତେଟା ପ୍ରଭାବୀ ନଥିଲା । ଦଳ ସମୀରଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲା । ତେଣୁ ପାକିସ୍ତାନ ୫୦ ଓଭରରେ ଭାରତ ଆଗରେ ରନର ପାହାଡ ଛିଡା କରିପାରିଛି । ଭାରତକୁ ଜିତିବା ପାଇଁ ହେଲେ ୩୪୮ ରନ୍ କରିବାକୁ ପଡିବ ।

ଭାରତ ପକ୍ଷରୁ ଦିବେଶ ଦେବେନ୍ଦ୍ରନ୍ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ହେନିଲ ପଟେଲ ଓ ଖିଲନ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ । ଅନ୍ୟାମନଙ୍କ ମଧ୍ୟରେ କନିଷ୍କ ଚୌହାନ ଗୋଟିଏ ଓ୍ୱିକେଟ୍ ନେବାରେ ସଫଳ ହୋଇଥିଲେ ।