LIVE TV

ରଙ୍ଗାରେଡ୍ଡୀରେ ବସ୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨୦ ମୃତ, ଏକାଧିକ ଆହତ

NEWS7
two-duplicate-examinee-held-during-matric-exam-in-nayagarh

ତେଲଙ୍ଗାନା ୦୩/୧୧: ଅଶୁଭ ସୋମବାର । ତେଲଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୨୦ ମୃତ । ଏକାଧିକ ଆହତ ହୋଇଥିବା ସୂଚନା । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିବାରେ ବୋଲି ଆଶଙ୍କା କରାଯାଉଛି । ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । 

ସୂଚନା ଥାଉକି, ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୦ ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳର ମିର୍ଜାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଦ୍ରୁତଗାମୀ ଟିପ୍ପର ଟ୍ରକ୍ ଏକ ଯାତ୍ରୀବାହୀ ବସ୍ ସହିତ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଟିପ୍ପର ଟ୍ରକ୍ ଓଲଟି ପଡ଼ି ବସ୍ ଉପରେ ପଡ଼ିଗଲା । ଟ୍ରକରେ ବୋଝେଇ ପଥର ତଳେ ଅନେକ ଯାତ୍ରୀ ଫସି ରହିଲେ।

ମୃତ ୨୦ ଜଣଙ୍କ ମଧ୍ୟରେ ୧୮ ଯାତ୍ରୀ, ଦୁଇ ଜଣ ବସ୍ ଏବଂ ଟ୍ରକ୍ ଡ୍ରାଇଭର ଅଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୧୧ ଜଣ ମହିଳା ଏବଂ ୯ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି . ଯେଉଁଥିରେ ଜଣେ ବର୍ଷୀୟ ଶିଶୁ ମଧ୍ୟ ଅଛନ୍ତି । ୨୪ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଅଛି।