LIVE TV

ସମସ୍ୟା ପାଲଟିଲା ପାୱାର ବ୍ୟାଙ୍କ , ଉଡ଼ନ୍ତା ବିମାନରେ ଲାଗିଲା ନିଆଁ... ଯାତ୍ରୀମାନେ ଭୟରେ ଥରିଲେ

NEWS7
two-dead-and-one-serious-due-to-diarrhea-in-mayurbhanj

ନୂଆଦିଲ୍ଲୀ : ଚୀନରେ ଏକ ବିମାନରେ ଭୟଙ୍କର ଘଟଣା ଘଟିଥିଲା। ହାଙ୍ଗଝୋଉରୁ ସାଉଥ୍‌ କୋରିଆର ସିଓଲ ଯାଉଥିବା ଏୟାର ଚାଇନା ଫ୍ଲାଇଟ୍‌ରେ ନିଆଁ ଲାଗି ଯାଇଥିଲା। ଘଟଣାଟି ଶନିବାର ଘଟିଥିଲା। ଫଳରେ ବିମାନକୁ ସାଂଘାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା।

ଅଗ୍ନିକାଣ୍ଡର କାରଣ ଏହା ଥିଲା ଯେ, ହଠାତ୍‌ ପ୍ଲେନ୍‌ର ଓଭରହେଡ୍‌ ବିନ୍‌ରୁ ନିଆଁର ଝୁଲ ବାହାରିବାକୁ ଲାଗିଥିଲା, ଯାହାପରେ ସବୁ ଯାତ୍ରୀଙ୍କ ହୋସ୍‌ ଉଡ଼ିଗଲା। ବିମାନର ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରେ ରଖାଯାଇ ଥିବା ଛୋଟ ପାୱାର ବ୍ୟାଙ୍କ୍‌ କାରଣରୁ ନିଆଁ ଲାଗିଥିଲା। ଏବେ ସ୍ଥାନୀୟ ମିଡ଼ିଆ ମୁତାବିକ , ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ , ବିମାନ ସିଏ୧୩୯ ହାଙ୍ଗଝୋଉରୁ ସକାଳ ୯.୪୭ଟା ସମୟରେ (ସ୍ଥାନୀୟ ସମୟ) ରେ ଉଡ଼ାଣ ଭରିଥିଲା। ଏହି ବିମାନଟି ଦକ୍ଷିଣ କୋରିଆର ଇଞ୍ଚିୟୋନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯାଉଥିଲା ଏବଂ ସେଠାରେ ଦ୍ୱିପ୍ରହର ୧୨ଟା ୨୦ରେ ପହଞ୍ଚିବାର ସମୟ ନିର୍ଦ୍ଦିଷ୍ଟ ଥିଲା। କିନ୍ତୁ ଯାତ୍ରା ବେଳେ ହିଁ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରେ ରଖାଯାଇ ଥିବା ପାୱାର ବ୍ୟାଙ୍କ୍‌ରୁ ହଠାତ୍‌ ନିଆଁ ବାହାରି ଥିଲା , ଏହାକୁ ବିମାନର ଉପରେ ଥିବା କେବିନରେ ରଖାଯାଇ ଥିଲା। ଏହାପରେ ତୁରନ୍ତ ରାସ୍ତା ବଦଳା ଗଲା ଏବଂ ବିମାନର ସାଂଘାଇର ପୁଡୋଙ୍ଗ ଇଣ୍ଡରନ୍ୟାସନାଲ ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖାଯାଉଛି ଯେ ଜଣେ ଯାତ୍ରୀ ଏହାକୁ ରେକର୍ଡ କରୁଛନ୍ତି। ଭିଡ଼ିଓରେ ଯାତ୍ରୀ ଓ ବିମାନର କ୍ରୁ ଉପରେ ଥିବା କେବିନରୁ ବାହାରୁ ଥିବା ନିଆଁକୁ ଲିଭାଇବାକୁ  ଚେଷ୍ଟା କରିବା ନଜର ଆସୁଛି। ସାଂଘାଇ ଅବଜର୍ଭର କହିଛନ୍ତି ,ନିଆଁ ଲାଗିବା ପୂର୍ବରୁ ଏକ ଜୋରରେ ଶବ୍ଦ ହୋଇଥିଲା।

ଏକ୍ସପର୍ଟଙ୍କ ଅନୁସାରେ , ଏହି ଗଟଣା ଲିଥିୟନ ଆଇରନ ବ୍ୟାଟେରୀର ପ୍ରଡକ୍ଟ କାରଣରୁ ହୋଇଥାଏ। ମୋବାଇଲ ବ୍ୟାଟେରୀ ବା ପାୱାର ବ୍ୟାଙ୍କ୍‌ ଥର୍ମାଲ ରନୱେ କାରଣରୁ ହଠାତ୍‌ ନିଆଁ ଧରିପାରେ। କହି ରଖୁଛୁ କି , ଥର୍ମାଲ ରନୱେ ସେତେବେଳେ ହୋଇଥାଏ , ଯେବେ ବ୍ୟାଟେରୀ ଓଭରହିଟ୍‌ ହୋଇଥିବ ବା କୌଣସି ସର୍ଟ ସର୍କିଟ୍‌ ହୋଇଯାଏ। ଏହିପରି ଘଟଣା ପୁଣି ଜଣାଇ ଦେଇଛି ଯେ, ଲିଥିୟମ ବ୍ୟାଟେରୀ ସହ ଜଡ଼ିତ ସୁରକ୍ଷାକୁ ନେଇ ଏବେ ବି ଚିନ୍ତା ଜାରି ରହିଛି। ଗତ କିଛି ବର୍ଷରେ ଏସିଆରେ ଉଡ଼ାଣ ସମୟରେ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ଲିଥିୟମ ବ୍ୟାଟେରୀ କାରଣରୁ ପ୍ଲେନ୍‌ରେ ନିଆଁ ଲାଗି ଥିଲା।