ପରବ-୨୦୨୫ ଉଦଯାପିତ : ଶେଷ ସନ୍ଧ୍ୟାରେ ମତୁଆଲା କଲେ ବଲିଉଡ୍ କଣ୍ଠଶିଳ୍ପୀ, ଚଳିତ ବର୍ଷର ଆକର୍ଷଣ ଥିଲା କୋରାପୁଟ କଫି ଓ ମାଣ୍ଡିଆ

NEWS7
two-daughter-of-hemananda-biswal-contested-from-congress-and-bjd-losses

କୋରାପୁଟ ୨୩।୧୨: ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୫ ଉଦଯାପିତ ହୋଇଯାଇଛି । ହାଡ଼ଭଙ୍ଗା ଶୀତରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମରେ ଉଦଯାପିତ ହୋଇଯାଇଛି ପରବ ୨୦୨୫ । ୫ ଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ କୋରାପୁଟ ପରବ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବେଶ୍ମନୋରଞ୍ଜନ ଭରା ରହିଥିଲା ପ୍ରତ୍ୟେକ ସନ୍ଧ୍ୟା । ସ୍ଥାନୀୟ କଳାକାର ସହ ରାଜ୍ୟ ଓ ରାଜ୍ୟ ବାହାରୁ ସୁନାମଧନ୍ୟ କଳାକାର ନିଜ କଳା ପରିବେଷଣ କରିଥିଲେ ।

ଉଦଯାପନୀ ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲେ ବଲିଉଡ୍କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା । ଶୀତ ବଢୁଥିବା ସହ ପରବ ପଡ଼ିଆରେ ଲୋକଙ୍କ ସମାଗମ ମଧ୍ୟ ବଢୁଥିଲା ୫ ଲକ୍ଷରୁ ଉର୍ଦ୍ଧ୍ବ ସମାଗମରେ ଆରମ୍ଭ ହୋଇଥିଲା ନାଚଗୀତ । ବଲିଉଡ୍ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା ଜଗନ୍ନାଥ ଭଜନରୁ ଆରମ୍ଭ କରି ରାମଙ୍କ ଭଜନରେ ଶେଷ କରିଥିଲେ । ସେ ମଧ୍ୟରେ ବଲିଉଡ୍ ହିଟ୍ ଗୀତ ସହ ରଙ୍ଗବତୀ ଗୀତର ତାଳେତାଳେ ନାଚିଥିଲେ ଯାହାକୁ ଦେଖି ଆସିଥିବା କଣ୍ଠଶିଳ୍ପୀ ମଧ୍ୟ ବେସ ଉତ୍ସାହିତ ହୋଇ ପଡିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ହାଉସ ଫୁଲ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ପ୍ରଥମ ଥର ପାଇଁ ପରବ ମହୋତ୍ସବରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଥିଲା । ଅସମ୍ଭାଳ ଭିଡ଼ବାରିକେଡ୍ଉପରେ ଚଢ଼ିବା ସହ ପରବ ପଡ଼ିଆରେ ନିକଟରେ ଥିବା ଦୁଇଟି ପାହାଡ଼ ଉପରେ ଚଢ଼ି ଯାଇଥିଲେ ଲୋକେ । ଅନ୍ୟପଟେ ଚଳିତବର୍ଷ ରେକର୍ଡ କରିଛି କୋରାପୁଟ ପରବ ୨୦୨୫ର ବ୍ୟବସାୟ ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତବର୍ଷ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଛି । ପଲ୍ଲୀଶ୍ରୀ ମେଳା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ସମସ୍ତଙ୍କ ବ୍ୟବସାୟ ଭଲ ହୋଇଥିବା ବେଳେ କୋରାପୁଟ କଫି ଓ ମାଣ୍ଡିଆ ଚଳିତବର୍ଷ ଆକର୍ଷଣ ରହିଥିଲା । ଶେଷ ସନ୍ଧ୍ୟାରେ ବିଭିନ୍ନ ବିଭାଗକୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ମାନଙ୍କୁ ପୁରସ୍କୃତ କରିଥିବା ବେଳେ ଶ୍ରେଷ୍ଠମ୍ୟୁନିସିପାଲଟି ଭାବରେ କୋରାପୁଟ ଓ ଶ୍ରେଷ୍ଠବ୍ଲକ୍ ଭାବରେ କୋରାପୁଟ ଓ ଜୟପୁର ପୁରସ୍କୃତ ହୋଇଥିଲେ । ଶେଷରେ ଜିଲ୍ଲାପାଳ ପରବ ମଶାଲ ଲିଭାଇବା ସହ ପତକା ଓହ୍ଲାଇ ପରବ ୨୦୨୫ର ଉଦଯାପିତ କରିଥିଲେ ।