ବଦଲା ନେଲା ଆମେରିକା ! ସିରିଆରେ ୭୦ଟି ଠିକଣା ଉପରେ ଏୟାରଷ୍ଟ୍ରାଇକ୍‌

NEWS7
two-critical-after-consuming-poison-in-patna

ନୂଆଦିଲ୍ଲୀ: ସିରିଆରେ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ତାତିଛି ଆମେରିକା। ଇସଲାମିକ୍ ଷ୍ଟେଟ୍ ଅଫ୍ ସିରିଆ ଆଣ୍ଡ ଇରାକ୍ (ISIS)ର ଠିକଣା ଉପରେ ଏୟାରଷ୍ଟ୍ରାଇକ ଓ୍ୱାଶିଂଟନ। ଡିସେମ୍ବର ୧୩ ତାରିଖରେ କେନ୍ଦ୍ରୀୟ ସିରିଆର ପାଲମିରା ସହରରେ ହୋଇଥିବା ଆକ୍ରମଣର ଏହା ସିଧାସଳଖ ଜବାବ ଥିଲା।

ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତ୍ତିରେ କହିଛନ୍ତି ଯେ ପାଲମିରାରେ ହୋଇଥିବା ଆକ୍ରମଣର ଜବାବରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ସାମରିକ ଅଭିଯାନ ଆରମ୍ଭ କରାଯାଇଛି। ଡିସେମ୍ବର ୧୩ ତାରିଖରେ ସିରିଆର କେନ୍ଦ୍ରୀୟ ସହର ପାଲମିରାରେ ହୋଇଥିବା ଆକ୍ରମଣର ଜବାବରେ ସିରିଆରେ ISIS ଲଢ଼ୁଆ, ସେମାନଙ୍କର ଭିତ୍ତିଭୂମି ଏବଂ ଅସ୍ତ୍ରଶସ୍ତ୍ର ସ୍ଥଳଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମେରିକୀୟ ସେନା ଅପରେସନ୍ ହକଆଇ ଷ୍ଟ୍ରାଇକ୍ କରିଛି।