ଆମେରିକାର ଯୁଦ୍ଧ ବିମାନକୁ ଖସାଇଦେଲା ଇରାନ, ଆକାଶରେ ହୁତୁହୁତୁ ହୋଇ ଜଳିଲା ଏଫ୍-15

NEWS7
two-brother-mruta-in-accident-in-rourkela

ତେହରାନ, ୦୨ /୦୩: ପଛକୁ ହଟୁନି ଇରାନ । ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେଉଛି । ବିଭିନ୍ନ ଦେଶରେ ମିସାଇଲ୍ ଆକ୍ରମଣ କରିଛି ତେହରାନ । ଆମେରିକାର ସୈନ୍ୟ ବେସକୁ ଟାର୍ଗେଟ୍ କରାଯାଉଛି । ଏହାରି ଭିତରେ ଇରାନ ସେନା ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଏହା ଆମେରିକାର ଏଫ୍-୧୫ବିମାନକୁ ଖସାଇ ଦେଇଥିବା ଦାବି କରିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକାଶରେ ଏଯୁଦ୍ଧ ବିମାନରେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ପରେ ଏହା ନିୟନ୍ତ୍ରଣ ହରାଇ ତଳକୁ ଖସି ଆସୁଛି । ତେବେ ଏହା ଇସ୍ରାଏଲର ନାଁ ଆମେରିକାର ତାହା ସ୍ପଷ୍ଟ ହୋଇନାହିଁ ।ବିମାନଟିକୁଏତ ଆକାଶରେ ଉଡୁଥିବା ବେଳେ ଆକ୍ରମଣ କରାଯାଇଥିବା ଇରାନ୍ ଦାବି କରିଛି ।

ମିଡିଆ ରିପୋର୍ଟ ଅନୁସାରେ, ଏଫ-୧୫ରେ ନିଆଁ ଲାଗିବା ସମୟରେ ଏଥିରେ ଦୁଇ ଜଣ ପାଇଲଟ୍ ଥିଲେ । ସେମାନେ ସୁରକ୍ଷିତ ବାହାରେ ବାହାରି ଆସିଛନ୍ତି । କୁଏତରେ ଥିବା ଆମେରିକାର ଦୂତାବାସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଇରାନର ମିସାଇଲ ଆକ୍ରମଣରେ ୟୁଏସ ଦୁତାବାସ ଛିନଛତ୍ର ହୋଇଯାଇଛି ।

ଏହି ଖବରଟି ପଢନ୍ତୁ... ଭାରତୀୟଙ୍କୁ ସୁରକ୍ଷା ଦିଅ ! ଯୁଦ୍ଧ ସ୍ଥିତିକୁ ୩ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ଖାମେନିଙ୍କ ମୃତ୍ୟୁପରେ ରକ୍ତମୁଖା

ଫେବ୍ରୁଆରୀ୨୮ତାରିଖରେ ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ଆରମ୍ଭ କରିଥିଲେ । ଇରାନ ମଧ୍ୟ ପାଲଟା ଜବାବ ଦେଇଥିଲା । ତେବେ ଇସ୍ରାଏଲର ଏୟାର ଷ୍ଟ୍ରାଇରେ ଇରାନର ସର୍ବୋଚ୍ଚ ନେତା ଖାମେନି ନିହତ ହୋଇଛନ୍ତି । ଖାମେନିଙ୍କ ମୃତ୍ୟୁ ପରେ ଇରାନ ଅଧିକ ରକ୍ତମୁଖା ପାଲଟିଛି । ବିଭିନ୍ନ ଦେଶ ଉପରେ ମିସାଇଲ ଆକ୍ରମଣ କରିଛି । ଆମେରିକା ଏବଂ ଇସ୍ରାଏଲ ସମେତ ୟୁଏଇ, ସାଉଦି, ଓମାନ, ବାହାରିନ, କୁଏତ, କାତାରରେ ଇରାନ୍ ଆକ୍ରମଣ କରିଥିବା ଜଣାପଡିଛି ।