୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା, ହାଇକୋର୍ଟ ଯିବ ନାଣ୍ଡୁ ବାବୁ-ସାଇ ବିବାଦ !

NEWS7
two-biker-mruta-in-durghatana-in-rourkela

ଭୁବନେଶ୍ବର ୦୭।୦୨ : ତୁଳସୀ ଗଣନାଟ୍ୟକୁ ଝଟକା। ନିଜ ଜିଦରେ ଅଟଳ ଚର୍ଚ୍ଚିତ ଯୋଡ଼ି ସାଇ -ପାୟଲ। ଶୁକ୍ରବାର  'ଏଇ ବୋଧେ ଶେଷ ଦେଖା' ମଞ୍ଚ ନଚଢ଼ିବାରୁ ଘନେଇଛି ବିବାଦ। ଏବେ ହାଇକୋର୍ଟକୁ ଯିବ ନାଣ୍ଡୁ ବାବୁ- ସାଇ-ପାୟଲ ବିବାଦ। ଅଭିନେତା ସାଇ ସତ୍ୟଜିତ ଓ ଅଭିନେତ୍ରୀ ପାୟଲଙ୍କ ନାଁରେ ମୋକଦ୍ଦମା କରିବେ ତୁଳସୀ ମାଲିକ। ୧୦-୧୦ କୋଟିର ମାନହାନୀ ମୋକଦ୍ଦମା କରିବେ। ସାଇ ଓ ପାୟଲ ନଆସିଲେ ବି ଯାତ୍ରା ଚାଲିବ । କିଛି ଅସୁବିଧା ନାହଁ ବୋଲି କହିଛନ୍ତି  ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ। ତେବେ ଶନିବାର ସକାଳୁ ସକାଳୁ ଖୋଲିନି ହରେକୃଷ୍ଣ ସାଂସ୍କୃତି ପରିଷଦ ଟିକେଟ କାଉଣ୍ଟର। ଟିକେଟ ପାଇଁ ଅପେକ୍ଷା କରିଛନ୍ତି ଯାତ୍ରା ପ୍ରେମୀ।

ଏ ଖବର ବି ପଢନ୍ତୁ:- 'ଏଇ ବୋଧେ ଶେଷ ଦେଖା'... ମଞ୍ଚକୁ ଚଢିଲେନି ସାଇ ଓ ପାୟଲ

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳ ମ୍ବିତ ରାତିରେ ଖଣ୍ଡଗିରି ଯାତ୍ରାରେ ନାଟକ ପରିବେଶଣ ସମୟରେ ତୁଳସୀ ଗଣନାଟ୍ୟର ଅଭିନେତା ସାଇ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସମୟ ଗଢିବା ସହ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ମଧ୍ୟାହ୍ନ ସମୟରେ ଅଭିନେତା ସାଇଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ପୁଅର ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇଥିଲେ । ଅନ୍ୟପଟେ ଅଭିନେତା ସାଇଙ୍କ ଅସୁସ୍ଥତା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ । କହିଲେ, ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ଅଭିନେତା ସାଇ ବାଧ୍ୟ । ତାହା ନହେଲେ, ମୁଁ ତାଙ୍କ ବିରୋଧରେ କେସ୍ କରିବି । ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ସେ ବାଧ୍ୟ ହେବେ । ମୋ ସହ ୫ବର୍ଷ ପାଇଁ ଏଗ୍ରିମେଣ୍ଟ କରି ବେଇମାନି କରିବାକୁ ଚେଷ୍ଟା କରୁଛି ସାଇ । ଅଧିକ ଟଙ୍କା ଲୋଭରେ ମୋ ନାଁରେ ମିଛ ଅଭିଯୋଗ କରି ଅନ୍ୟ ପାର୍ଟିକୁ ଯିବାକୁ ଚାହୁଁଛି । ଦେହ ଖରାପର ମିଛ ଡ୍ରାମା କରୁଛି । ମୋ ପାର୍ଟିର ଯାହା କ୍ଷତି ହେବ ସେଥି ପାଇଁ ସାଇ ଦାୟୀ ରହିବ ବୋଲି ନାଣ୍ଡୁ ବାବୁ କହିଛନ୍ତି।

ଏ ଖବର ବି ପଢନ୍ତୁ:- ମୋତେ ହାରାସ୍ କରାଯାଉଥିଲା, ବାବୁ ପର୍ସନାଲ୍ କିଛି ନକଲେ ବି ଲୋକ ଲଗାଇ କରାଉଥିଲେ...

ଅନ୍ୟପଟେ ନିଜ ଜିଦରେ ଅଟଳ ରହି ଯାତ୍ରା ମଞ୍ଚକୁ ଚଢିଲେ ନାହିଁ ଅଭିନେତା ସାଇ ସତ୍ୟଜିତ । କେବଳ ସାଇ ନୁହଁ ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ କଲେ ନାହିଁ ଅଭିନୟ । ଯାହାଯାତ୍ରା ପ୍ରେମୀଙ୍କୁ ନିରାଶ କରିଛି । ଟିକେଟ କାଟି ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରାପ୍ରେମୀ । ନାଣ୍ଡୁ ବାବୁଙ୍କ ସହ ବିବାଦ ତେଜିବା ପରେ ତୁଳସୀ ପାର୍ଟି ଯାତ୍ରା ମଞ୍ଚକୁ ଚଢିବେ ନାହିଁ ବୋଲି ସିଧା ସିଧା ମନା କରିଥିଲେ ସାଇ । ଚର୍ଚ୍ଚିତ ନାଟକ 'ଏଇ ବୋଧେ ଶେଷ ଦେଖା' ଖୁବ ଲୋକପ୍ରିୟତା ସାଉଁଟିଥିଲା ସାଇ ଓ ପାୟଲଙ୍କ ଜବରଦସ୍ତ ଅଭିନୟ । ହେଲେ ଏବେଠାରୁ ଆଉ ତୁଳସୀ ଯାତ୍ରା ପାର୍ଟିରେ ଅଭିନୟ କରିବେ ନାହିଁ ସେହି ଚର୍ଚ୍ଚିତ ଯୋଡ଼ି ।