ଇରାନ ସହ ବାଣିଜ୍ୟ କଲେ ୨୫ % ଟାରିଫ୍ : ଭାରତ-ଚୀନକୁ ଧମକାଇଲେ ଟ୍ରମ୍ପ୍

NEWS7
two-and-half-year-chiled-raped-by-minor-in-nuh-of-haryana

ନ୍ୟୁୟର୍କ, ୧୩/୦୧:ଆମେରିକା ଏବଂ ଇରାନ ମଧ୍ୟରେ ବଢି ଚାଲିଛି ଉତ୍ତେଜନା । ଭେନେଜୁଏଲା ପରେ ଏବେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଇରାନ୍ । ଏହାମଧ୍ୟରେ ବଡ ଘୋଷଣା କରିଛନ୍ତି ଟ୍ରମ୍ପ୍ । ଇରାନକୁ ଚାରିଆଡୁ ଘେରିବା ପାଇଁ ସେ ଆରମ୍ଭ କରିଛନ୍ତି ଟାରିଫ୍ ଓ୍ୱାର୍ । ଇରାନ୍ ସହ ଯେଉଁ ଦେଶ କାରବାର କରିବ ତାହା ଉପରେ ଅତିରିକ୍ତ ଶୁଳ୍କ ଲଗାଯିବ ବୋଲି ସେ କହିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନ୍ ସହ ଅନେକ ଦେଶ ବାଣିଜ୍ୟ କାରବାର କରୁଛନ୍ତି । ସେମାନଙ୍କ ଉପରେ୨୫ପ୍ରତିଶତ ଟାରିଫ୍ ଲଗାଯିବ । ଏହାଦ୍ୱାରା ଇରାନ ଏବଂ ତାହାର ସହଯୋଗୀଙ୍କ ଉପରେ ଚାପ ପଡିବ । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ୟୁଏସ ପ୍ରେସିଡେଣ୍ଟ୍ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତୁରନ୍ତ ଟାରିଫର ପ୍ରଭାବ ଲାଗୁ ହେବ । ଯେଉଁ ଦେଶ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ସହ ବାଣିଜ୍ୟ କରିବେ ସେମାନଙ୍କୁ ଛଡାଯିବ ନାହିଁ । ସେମାନେ ଆମେରିକା ସହ ଯେଉଁ ବାଣିଜ୍ୟ କରିବେ ତାହା ଉପରେ ଅତିରିକ୍ତ୨୫ପ୍ରତିଶତ ଟାରିଫ୍ ପ୍ରଦାନ କରିବେ । ଏହା ଚୂଡାନ୍ତ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ଟାର୍ଗେଟରେ ଇରାନ

ଇରାନରେ ଚାଲିଥିବା ହିଂସା ଏବଂ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଟ୍ରମ୍ପ୍ ଏହି ନିଷ୍ପତ୍ତି ନେଇଛନ୍ତି । ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ବିଗାଡି ଦେଇଛି । ଅନେକ ଥର ଟ୍ରମ୍ପ ଇରାନକୁ ଧମକ ଦେଇ ସାରିଛନ୍ତି । ଏହା ଆର୍ଥିକ ମେରୁଦଣ୍ଡ ଉପରେ ଆକ୍ରମଣ କରିଛନ୍ତି ସେ । ଏହାଦ୍ୱାରା ସାରା ବିଶ୍ୱରେ ଆମେରିକାର ସମ୍ପର୍କ ମଧ୍ୟ ବିଗିଡିପାରେ । କାରଣ ଇରାନ ସହ କେବଳ ମଧ୍ୟ ଏସିଆର ଦେଶ ନୁହେଁ ବରଂ ଚୀନ, ଭାରତ, ତୁର୍କୀ ଏବଂ ୟୁଏଇ ଭଳି ଦେଶ ବାଣିଜ୍ୟ କାରବାର କରିଥାନ୍ତି ।