ବାଲିଯାତ୍ରା ୨୦୨୫
LIVE TV

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୩ ଆହତ ହୋଇଥିବା ବେଳେ ୪ ଗୁରୁତର

NEWS7
tv-star-sameer-sharma-suicide-found-hanging-in-mumbai

ଦିଗପହଣ୍ଡି ୧୧।୧୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁରିବୁଡି ପଂଚାୟତରେ ଦୁର୍ଘଟଣା । ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତ ଓ ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅଟୋଟି କିଛି ଲୋକଙ୍କୁ ନେଇ କୁମ୍ଭିଖାଲ ଗାଁକୁ ଏକ ଏକୋଇସିଆ ଭୋଜିରେ ଯୋଗଦେବାକୁ ଆସୁଥିଲା । ହେଲେ ଭାରସାମ୍ୟ ହରାଇ ଏକ ଘାଟି ରାସ୍ତାରେ ଅଟୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୪ ଜଣ ଶିଶୁଙ୍କ ସହ ୧୩ ଜଣ ଆହତ ହୋଇଥିବା ଜଣାପଡିଥିଲା । ଖବର ପାଇ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।