Live Live
LIVE

ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା, ଇରାନ ପରେ କାହାର ପଡିବ ପାଳି?

NEWS7
tuesday-6th-april-horoscope

ନୂଆଦିଲ୍ଲୀ ୦୭/୦୩:ଇରାନ-ଇସ୍ରାଏଲ ଯୁଦ୍ଧ ୮ ଦିନରେ । ଅଶାନ୍ତ ମଧ୍ୟପ୍ରାଚ୍ୟରେ ଫେରିପାରୁନି ଶାନ୍ତି । ଇରାନର କ୍ଷେପଣାସ୍ତ୍ର ଭିତ୍ତିଭୂମି, ସାମରିକ ସ୍ଥାନ ଓ ନେତୃତ୍ୱକୁ ଟାର୍ଗେଟ । ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସଙ୍କଟରେ । ଦୁଇ ପକ୍ଷର ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ । ନଛୋଡବନ୍ଧା ଇରାନ୍ ବି ଦେଉଛି ଶତ୍ରୁକୁ ଜବାବ । ତେହେରାନ ଇସ୍ରାଏଲ ସମେତ ସମଗ୍ର ଅଞ୍ଚଳରେ ଜାରି ରହିଛି ଆକ୍ରମଣ । ଏହାରି ଭିତରେ ଟ୍ରମ୍ପଙ୍କ ପରବର୍ତ୍ତି ଟାର୍ଗେଟ୍ କ୍ୟୁବା! ଟ୍ରମ୍ପ କହିଛନ୍ତି ତାଙ୍କ ପ୍ରଶାସନ ପ୍ରଥମେ ଇରାନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଏହାପରେ ତାଙ୍କ ଧ୍ୟାନ କ୍ୟୁବା ଆଡ଼େ ଯିବ । ତାଙ୍କ ବିଦେଶ ନୀତି ଇରାନ ସହିତ ଯୁଦ୍ଧ ଶେଷ ପରେ କ୍ୟୁବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁମତି ଦେବ।

ଇରାନ ସମସ୍ୟାର ସମାଧାନକୁ ସର୍ବାଧିକ ପ୍ରାଥମିକତା ଦେଉଛି ଆମେରିକା । ଇରାନ ପ୍ରସଙ୍ଗ ଶେଷ ହେବା ମାତ୍ରେ ଆମେରିକାର ସମସ୍ତ ନଜର କ୍ୟୁବା ଉପରେ ରହିବ । କ୍ୟୁବା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଟ୍ରମ୍ପଙ୍କ ସଙ୍କେତ । ବହୁ ଦଶନ୍ଧି ଧରି କ୍ୟୁବା ସହିତ ଥିବା ବିବାଦର ଏକ ନିର୍ଣ୍ଣାୟକ ମୋଡ଼ ଆସିବାକୁ ଯାଉଛି । ଆମେରିକାର ଜାତୀୟ ସୁରକ୍ଷା ପାଇଁ କ୍ୟୁବାର କିଛି ନୀତି ବିପଦ ସଦୃଶ । ଆମେରିକା ନିଜ ପଡ଼ୋଶୀ ଅଞ୍ଚଳରେ କୌଣସି ପ୍ରକାର ଅସ୍ଥିରତାକୁ ପ୍ରଶ୍ରୟ ଦେବ ନାହିଁ ବୋଲି ଶୁଣାଇଛନ୍ତି ଟ୍ରମ୍ପ । କହିଛନ୍ତି କ୍ୟୁବା ଶାସନକୁ ନିଜର ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ, ନଚେତ୍ ପରିଣାମ ଭୟଙ୍କର ହେବ । କାରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଆମେରିକା ପ୍ରତି ଥିବା ବାହ୍ୟ ବିପଦକୁ ସମୂଳେ ବିନାଶ କରିବା ।

​​​​​​​

ସେପଟେ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଇଛନ୍ତି ଇରାନକୁ ଚେତାବନୀ । କହିଛନ୍ତି ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଜଣେ ନୂଆ ଓ ଗ୍ରହଣୀୟ ନେତା ନିର୍ବାଚିତ ହେବା ପରେ, ଆମେରିକା ତଥା ସହଯୋଗୀମାନେ ଇରାନର ଅର୍ଥନୀତିକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ କରିବା ପାଇଁ ଏକାଠି କାମ କରିବେ। ଟ୍ରମ୍ପ କହିଛନ୍ତି ସାମରିକ କ୍ଷତି ସହିବା ପରେ, ଇରାନ ଏବେ ଆଲୋଚନା ପାଇଁ ଡାକୁଛି । ଏକ ଆପୋଷ ସମାଧାନ ପାଇଁ ଉପାୟ ଖୋଜୁଛି। ସ୍ପଷ୍ଟ ଭାବରେ କହିଛନ୍ତି, ଏବେ ବହୁ ଡେରି ହୋଇଗଲାଣି, କାରଣ ମିଳିତ ସାମରିକ ଅଭିଯାନ ଆଶାଠାରୁ ଅଧିକ ସଫଳ ହୋଇଛି। ଇସ୍ରାଏଲୀ ଓ ଆମେରିକୀୟ ସେନା ନିରନ୍ତର ଭାବରେ ତେହେରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତାକୁ ଟାର୍ଗେଟ କରୁଛନ୍ତି, ଯାହା ଇରାନର ଯୁଦ୍ଧ କରିବାର କ୍ଷମତାକୁ ପ୍ରାୟତଃ ନଷ୍ଟ କରିଦେଉଛି।

ଗତ ତିନି ଦିନ ମଧ୍ୟରେ, ଇରାନର ନୌସେନା ଉପରେ ହୋଇଛି ପ୍ରଚଣ୍ଡ ପ୍ରହାର । ସମୁଦ୍ରରେ ୨୪ ଜାହାଜ ନଷ୍ଟ ହୋଇଯାଇଛି। ଆମେରିକା ଅନୁଯାୟୀ, ଇରାନର ପ୍ରାୟ ୬୦ ପ୍ରତିଶତ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ୬୪ ପ୍ରତିଶତ ପ୍ରକ୍ଷେପଣ ଭିତ୍ତିଭୂମି ଆମେରିକୀୟ ଓ ଇସ୍ରାଏଲୀ ସେନା ଦ୍ୱାରା ଧ୍ୱଂସ ହୋଇଛି। ଇରାନ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ମାତ୍ର ଚାରି ମିନିଟ୍ ମଧ୍ୟରେ ଲଞ୍ଚରର ଅବସ୍ଥିତ ଖୋଜି ତାକୁ ନଷ୍ଟ କରାଯାଇଛି। ଟ୍ରମ୍ପ ଆହୁରି ବି ସୂଚାଇଛନ୍ତି ଯେ, ଆମେରିକା ଏବେ ବି ଯୁଦ୍ଧ ଜାରି ରଖିବା ମୁଡ୍ ରେ ଅଛି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ସଂଘର୍ଷ ଜାରି ରହେ ତେବେ ଇରାନ ଅଧିକ ଗମ୍ଭୀର ପରିଣାମ ଭୋଗିପାରେ।

also read..

​​​​​​​କେବେ ଶେଷ ହେବ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ, ଟ୍ରମ୍ପ ଦେଲେ ବଡ଼ ସଂକେତ...