ରାଜ୍ୟସଭା ନିଷ୍ପତ୍ତି ପାଇଁ ଦିଲ୍ଲୀ ଯିବେ ପିସିସି ସଭାପତି, ହାଇକମାଣ୍ଡ ସହ ଆଲୋଚନା

NEWS7
trump-was-serious-than-the-information-said-chief-of-staff

ଭୁବନେଶ୍ୱର ୨୬/୦୨: ରାଜ୍ୟସଭା ନିଷ୍ପତି ପାଇଁ ଦିଲ୍ଲୀ ଯିବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଦିଲ୍ଲୀରେ ହାଇକମାଣ୍ଡ ସହ କରିବେ ଆଲୋଚନା । କଂଗ୍ରେସ ପ୍ରାର୍ଥୀ ଦେବା ନେଇ କରିବେ ଆଲୋଚନା । ରାଜ୍ୟସଭାରେ କଂଗ୍ରେସ ସକ୍ରିୟ ଭୂମିକା ନେବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ସମୟ ଦେଇପାରନ୍ତି । ଏନେଇ ଅପେକ୍ଷାରେ ଅଛୁ ବୋଲି କହିଲେ ଭକ୍ତ । 

ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ନଚେତ୍‌ କଂଗ୍ରେସ ଏକାକି ନିଜସ୍ୱ ପ୍ରାର୍ଥୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଦଳର ବରିଷ୍ଠ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି, ପ୍ରତିଷ୍ଠିତ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇପାରେ । ସଂଖ୍ୟା ବଳ ଦେଖିଲେ ବିଜେପି ୨ଟି ରାଜ୍ୟସଭା ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ପକ୍କା । ଅସଲ ଲଢ଼େଇ ହେବ ଚତୁର୍ଥ ଆସନ ପାଇଁ ।

also read...

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆରମ୍ଭ ହୋଇଥଚି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହାସହ ବିଧିବଦ୍ଧ ଭାବେ ରାଜ୍ୟସଭା ମହାସମର ପାଇଁ ବାଜିବ ରଣଦୁନ୍ଦୁଭି । ସାଂସଦ ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ ରାଜ୍ୟସଭା ଆସନ ଖାଲି ହେଉଛି ଏପ୍ରିଲରେ । ଖାଲି ହେଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । 

ଗୁରୁବାରଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୬ରେ ହେବ ଭୋଟ । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ସରିଥିବା ବେଳେ ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ । ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି । ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ ।