ମଦ ପିଇ ‘ଆମ ବସ୍’ ଚଲାଇଲେ ହେବ ଆକ୍ସନ, ଡ୍ରାଇଭରଙ୍କର ହେଉଛି କଡ଼ା ଚେକିଂ

NEWS7
truck-dhakka-re-mahila-nka-mrutyu

ଭୁବନେଶ୍ବର ୪।୧: ଭୁବନେଶ୍ବର ରୂପାଲି ଛକରେ ଆମ ବସ୍ ଦ୍ବାରା ବାରମ୍ବାର ଦୁର୍ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରବିବାର ଠାରୁ ପ୍ରତି ଥାନା ଅଞ୍ଚଳରେ ଯାଉଥିବା ଆମ ବସ୍ ଡ୍ରାଇଭର ମାନଙ୍କର ହେବ ଚେକିଂ । ବ୍ରେଥଲର ମେସିନ ସହାୟତାରେ ଚାଲିଛି ଯାଞ୍ଚ । ଯେଉଁ ଡ୍ରାଇଭର ମଦ୍ୟପାନ କରି ଆମ ବସ୍ ଚଳାଉଥିବେ ତାଙ୍କ ବିରୁଦ୍ଧରେ ହେବ ଆକ୍ସନ । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଟ୍ରାନ୍ସପୋର୍ଟ କମିଶନର ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସମସ୍ତ ଆମ ବସ୍କୁ ଚେକିଂ ଆରମ୍ଭ କରିଛନ୍ତି । ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତାରେ ଯାଉଥିବା ଆମ ବସ୍ ଚେକିଂ କରାଯାଇଛି । କୌଣସି ଭୁଲ୍ ପରିଲକ୍ଷିତ ହେଲେ ସେହି ଗାଡି ସହ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଟ୍ରାନ୍ସପୋର୍ଟ କମିଶନ ଅମିତାଭ ଠାକେର ସୂଚନା ଦେଇଛନ୍ତି ।