LIVE TV

ସିରିଜ୍ ଲୁଟ୍‌ର ପର୍ଦ୍ଦାଫାଶ : ଘରେ ପସି ଲୁଟୁଥିଲେ, ରୋଷେଇ କରୁ ଖାଉଥିଲେ

NEWS7
truck-contener-accident-in-16-no-nh

ଢେଙ୍କାନାଳ ୧୦: ଘରେ କେହି ରହୁ ନଥିବା ବେଳେ କରୁଥିଲେ ଟାର୍ଗେଟ । ରାତି ହେଲେ ଘରର ତାଲା କାଟି କରୁଥିଲେ ଲୁଟ୍ । ଆଉ ଲୁଟିନେବା ପରେ ସେହି ଘରେ ନୁଡୁଲ୍ସ ଆଉ ଚାଓମିନ ଆଦି ତିଆରି କରି ଖାଉଥିଲେ ଲୁଟେରା । ଗୋଟି ଗୋଟି କରି ଘରକୁ ଘର ଲୁଟି ଚାଲିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଢେଙ୍କାନାଳ ଟାଉନ ପୋଲିସ ପାଇଁ ଏହି ଲୁଟେରା ଗ୍ୟାଙ୍ଗ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ତେବେ ଟାଉନ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି  । ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି ।

ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ଲୁଟ୍ କରିଥିବା ୧୫୪ ଗ୍ରାମର ସୁନା ଓ ୯୧୦ ଗ୍ରାମର ରୁପା ଅଳଙ୍କାର, ଲଇଡି ଟିଭି, ୫ଟି ମୋବାଇଲ, ୭ଟି ଫ୍ୟାନ୍ ଆଦି ଇଲକ୍ଟ୍ରୋନିକ୍ସ ସାମଗ୍ରୀ ସହିତ ନଗଦ ୫ ହଜାର ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି ଟାଉନ ପୋଲିସ । କେବଳ ଉଦ୍ଧାର ସୁନା, ରୁପା ଓ ଟଙ୍କା ସହିତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଲୁଟେରା ମାନେ ଢେଙ୍କାନାଳ ସହରର ସରଜଙ୍ଗ ସାହିର ମିଳୁ ନାଏକ, ଲିପୁ ନାଏକ, ତପୁ ନାଏକ ଓ ମୁନୁ ନାଏକ ବୋଲି ଜଣାପଡିଛି । ତେବେ ଏହି ଗ୍ୟାଙ୍ଗର ନିଲୁ ନାଏକ ଫେରାର ଥିବା ବେଳେ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଟାଉନ ଥାନା ପକ୍ଷରୁ ଏକ ପ୍ରେସମିଟରେ ଏସଡିପିଓ ପ୍ରକାଶ କରିଛନ୍ତି ।