LIVE TV

ଭାରତୀୟ ଦଳରେ ଗମ୍ଭୀରଙ୍କ ‘କାମସୂତ୍ର’ ପ୍ରୟୋଗ, ରେଜଲ୍ଟ ଶୂନ; ଫଳାଫଳ ଲଜ୍ଜାଜନକ

NEWS7
trp-tampering-republic-tv-with-2-more-channels

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଯଦି ‘କାମସୂତ୍ର’ ଲେଖିଥାନ୍ତେ, ତେବେ ପ୍ରତିଟି ପୃଷ୍ଠାରେ ଭାରତୀୟ ଖେଳାଳିଙ୍କ ଅଲଗା ଅଲଗା ପୋଜିସନ ବିଷୟରେ ଉଲ୍ଲେଖ ରହିଥାନ୍ତା। ଏମିତି ଲାଗୁଛି ଗମ୍ଭୀରଙ୍କୁ ପରିବର୍ତ୍ତନ ବହୁତ ପସନ୍ଦ। ଆଉ ଏହା ହିଁ ତାଙ୍କ ରଣନୀତିର ମୁଖ୍ୟ ଅଂଶ ରହି ଆସିଛି। ଟିମରେ ସବୁ ଜିନିଷକୁ ରୋଚକ କରିବା ପାଇଁ ଲଗାତାର ବ୍ୟାଟରଙ୍କ ପୋଜିସନ, ଟିମ୍ କମ୍ବିନେସନ ଓ ଖେଳାଳିଙ୍କୁ ବଦଳାଇ ଚାଲିଛନ୍ତି। ଯଦି ଟିମର ବୋର୍ଡ ରୁମରେ ଲୁଚକାଲି ଖେଳ ଖେଳା ଯାଆନ୍ତା ତେବେ ଗମ୍ଭୀର ଏଥିରେ ନିଶ୍ଚୟ ଜିତନ୍ତେ। ମାତ୍ର ଅବଶୋଷ, ତାଙ୍କର ଏହି କଳ୍ପନା ଟିମକୁ ସଫଳ କରି ପାରୁନି।

ଗମ୍ଭୀର କୋଚ୍ ଦାୟିତ୍ଵ ସମ୍ଭାଳିବା ପରେ ଭାରତୀୟ ଦଳର ବ୍ୟାଟିଂ କ୍ରମ ଚକ୍ରରେ ପରିଣତ ହୋଇଛି। ଯଶସ୍ଵୀ ଜୟସ୍ଵାଲଙ୍କୁ ବାଦ୍ ଦେ ପ୍ରାୟ ସମସ୍ତ ବ୍ୟାଟରଙ୍କ ବ୍ୟାଟିଂ ଆର୍ଡର ବାରମ୍ବାର ବଦଳି ଚାଲିଛି। ଉଦାହରଣ ସ୍ଵରୂପ ସାଇ ସୁଦର୍ଶନ୩ ନମ୍ବରରେ ୮୭ ରନ ଓ ୩୯ କରିଛନ୍ତି। ତଥାପି ତାଙ୍କୁ ବାଦ୍ ଦିଆଗଲା। ତାଙ୍କ ସ୍ଥାନରେ ଆସିଲେ ଓ୍ଵାଶିଂଟନ ସୁନ୍ଦର। ସେ ପ୍ରଥମ ଟେଷ୍ଟରେ ୨୯ ରନ ଓ ୩୧ ରନ କରିଥିଲେ। ମାତ୍ର ଦ୍ଵିତୀୟ ଟେଷ୍ଟରେ ତାଙ୍କୁ ପୁଣି ନିମ୍ନ କ୍ରମରେ ବ୍ୟାଟିଂ କରାଗଲା। ଆଉ ପୁଣି ଥରେ ସୁଦର୍ଶନଙ୍କୁ ସୁଯୋଗ ଦିଆଗାଲ। ଏହି ପରି ଖେଳାଳିଙ୍କ ବ୍ୟାଟିଂ କ୍ରମରେ ଲୁଚକାଳି ଖେଳ ଚାଲିଛି।

ଗମ୍ଭୀରଙ୍କ କୋଚିଂ ଅମଳରେ ଟିମରେ ସ୍ଥିରତାର ଘୋର ଅଭାବ ରହିଛି। ବ୍ୟାଟରଙ୍କୁ ସେମାନଙ୍କର ପ୍ରକୃତ ସ୍ଥାନରୁ ହଟାଯାଇ ନୂଆ ଭୂମିକା ଦିଆଯାଉଛି।ଏମିତି ପ୍ରୟୋଗ କରି ଗମ୍ଭୀର ଖେଳାଳିଙ୍କ ମନୋବଳ ଭାଙ୍ଗିବା ସହ ଦଳର ଅଧୋଗତି କରାଇ ସାରିଲେଣି। ଅନେକ ଖେଳାଳି ଟେଷ୍ଟ ଦଳରେ ସାମିଲ୍ ହୋଇଛନ୍ତି ଏବଂ ପୁଣି ଶୀଘ୍ର ବାଦ୍ ପଡ଼ିଛନ୍ତି କିମ୍ବା ବେଞ୍ଚରେ ବସି ରହୁଛନ୍ତି। ଏଥିରେ ସରଫରାଜ ଖାନ, କରୁଣ ନାୟର, ଦେବଦତ୍ତ ପାଡିକଲ, ଅଭିମନ୍ୟୁ ଈଶ୍ଵରନ, ନାରାୟଣ ଜଗଦୀଶ, ଅଂଶୁଲ କମ୍ବୋଜ, ଅର୍ଶଦୀପ ସିଂ ଓ ଆକାଶ ଦୀପଙ୍କ ପରି ଖେଳାଳି ସାମିଲ୍। ଅବସର ନେଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ, କୋହଲି ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ନାଁ ରହିଛି। ଟେଷ୍ଟ ପରି ଦିନିକିଆ ଓ ଟି-୨୦ରେ ମଧ୍ୟ ସେହି ସମାନ ଅବସ୍ଥା।

ଭାରତୀୟ କ୍ରିକେଟର ନେତୃତ୍ଵକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ମହାନ ଖେଳାଳି ଅବସର ନେବା ପରେ ଭାଷ୍ୟକାର ହୋଇ ଯାଉଛନ୍ତି। ହାରାହାରି ଖେଳାଳି କୋଚ୍ ହେଉଛନ୍ତି। ବାକି ଚୟନକର୍ତ୍ତା ଭୂମିକାରେ ରହୁଛନ୍ତି। ମାତ୍ର ଅଧିକାଂଶ ଲୋକ ଉଚିତ୍ ସ୍ଥାନରେ ନାହାନ୍ତି। ନିଜ ପଦକୁ ସାବ୍ୟସ୍ତ କରିବା ପାଇଁ ଚୟନକର୍ତ୍ତା ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି। କୌଣସି ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇ ପାରିନି। ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ଦେଖିବାକୁ ମିଳିଲାଣି।

ଫଳସ୍ଵରୂପ ଭାରତ ଏବେ ଘରୋଇ ମାଟିରେ ଲଗାତାର ଦ୍ଵିତୀୟ ପରାଜୟ ଆଡ଼କୁ ମୁହାଁଇଛି। ବିରୋଧୀ ଟିମର ବୋଲର ପିଚ୍ର ପୂରା ଫାଇଦା ଉଠାଉଛନ୍ତି। ଗମ୍ଭୀରଙ୍କ ରଣନୀତିରେ ଭାରତୀୟ ଟେଷ୍ଟ କ୍ରିକେଟ୍, ଖେଳାଳିଙ୍କ ଲୟ ଓ ପ୍ରଶଂସକଙ୍କ ଆଶା କମି ଚାଲିଛି। ଅଲରାଉଣ୍ଡରଙ୍କ ଚୟନ କାରଣରୁ ବିଶେଷଜ୍ଞ ବ୍ୟାଟର ଓ ବୋଲରଙ୍କ ଭୂମିକାକୁ ଦୁର୍ବଳ ହୋଇ ଚାଲିଛି। ବୁମରା ଓ ସିରାଜଙ୍କ ଉପରେ ଅତିରିକ୍ତ ଚାପ ବଢିବାରେ ଲାଗିଛି। ଯଦି ଗମ୍ଭୀର ନିଜ ନୀତିରେ ପରିବର୍ତ୍ତନ ନ କରନ୍ତି ତେବେ ଦ୍ରୁତ ବୋଲରଙ୍କ ଭବିଷ୍ୟତ ବି ଅନ୍ଧାରରେ ପଡ଼ିଯିବ।

ଅନେକ ପୂର୍ବତନ କ୍ରିକେଟ୍ ଓ ସମୀକ୍ଷକ ଗମ୍ଭୀରଙ୍କ ଯୁଗକୁ ଗ୍ରେଗ ଚାପେଲଙ୍କ ସମୟ ସହ କରୁଛନ୍ତି। ଚାପେଲ ମଧ୍ୟ ଟିମରେ ପରିବର୍ତ୍ତନ କରିଥିଲେ। ମାତ୍ର ତାଙ୍କ ଭୁଲର ସମସ୍ତ ଆରୋପ ଅଧିନାୟକ ଓ ବରିଷ୍ଠ ଖେଳାଳିଙ୍କ ଉପରେ ଯାଇଥିଲା। କିନ୍ତୁ ଏବେ ଗମ୍ଭୀରଙ୍କ ଉପରେ ସିଧାସଳଖ ଆଙ୍ଗୁଠି ଉଠିଛି। କାରଣ ଭାରତୀୟ ଦଳକୁ ସେ ଏମିତି ସ୍ତରକୁ ନେଇ ଯାଇଛନ୍ତି, ଯେଉଁଠି ଦଳ କ୍ରିକେଟର ପାରମ୍ପରିକ ଖେଳଠୁ ବିପରୀତ ଶୈଳୀରେ ଖେଳୁଛି।

କାମସୂତ୍ରର ଉଦ୍ଦେଶ୍ୟ ସୁଖ ପାଇବା ପାଇଁ ଅଲଗା ଅଲଗା ପୋଜିସନ ଆପଣେଇବାର ଥିଲା। କିନ୍ତୁ ଗମ୍ଭୀରଙ୍କ ସଂସ୍କରଣରୁ ଲାଗୁଛି ଦଳକୁ ହରଡ଼ଘଣାରେ ପକାଇବା ପାଇଁ ତିଆରି କରାଯାଇଛି। ତାଙ୍କ ଯୁଗରେ ଖେଳାଳି ପ୍ରତିଟି ମ୍ୟାଚରେ ନୂଆ ଭୂମିକାରେ ନଜର ଆସୁଛନ୍ତି। ଏଥିରେ ଖେଳାଳିଙ୍କୁ ନା ଲୟ ମିଳୁଛି, ନା ତାଳମେଳ ରହୁଛି। ଆଉ ଶେଷରେ କୌଣସି ସନ୍ତୋଷଜନକ ପରିମାଣ ବି ମିଳୁନି। ଏଥିପାଇଁ ଭାରତୀୟ କ୍ରିକେଟରେ ଏବେ ମ୍ୟାଚ୍ ପରେ ଖୁସି କିମ୍ବା ଉତ୍ସାହ ଦେଖିବାକୁ ମିଳୁନି। କାରଣ ଖେଳାଳି ଚିନ୍ତା କରୁଛନ୍ତି ପରବର୍ତ୍ତୀ ମ୍ୟାଚରେ ତାଙ୍କୁ କେଉଁ କ୍ରମରେ ଖେଳିବାକୁ ପଡ଼ିବ।