ବ୍ରେକ୍ଅପର ୨ ବର୍ଷ ପରେ ମୁହଁ ଖୋଲିଲେ ମଲାଇକା, କହିଲେ-ସେ ମୋ ଜୀବନର ଗୁରୁତ୍ଵପୂର୍ଣ୍ଣ...

NEWS7
triple-hatyakand-in-tarava

ଅଭିନେତ୍ରୀ ମଲାଇକା ଆରୋରା ନିଜ ଆଇଟମ୍ ନମ୍ବର ପାଇଁ ଯେତିକି ଚର୍ଚ୍ଚାରେ ନ ଥାନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ସେ ସୁବବେଳେ ଅଲୋଚନାରେ ଥାନ୍ତି। ୨୦୧୭ରେ ଅରବାଜ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଏକଦା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଥିଲେ। କୁହାଯାଏ, ଉଭୟ ଲିଭ୍ ଇନ୍ରେ ଥିଲେ। କିନ୍ତୁ କ’ଣ ହେଲା କେଜାଣି ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା। ଏବେ ମଲାଇକା ସବୁକିଛି ଭୁଲି ଜଣେ ମିଷ୍ଟ୍ରି ମ୍ୟାନ୍ଙ୍କ ପ୍ରେମରେ ଉବୁଟୁବୁ ଥିବା ଚର୍ଚ୍ଚା ହେଉଛି। ମଲାଇକା ଏନେଇ ମୁହଁ ଖୋଲିଛନ୍ତି।

ମୁଁ ଭାବୁଛି ଜୀବନର କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ରାଗ ଏବଂ ଦୁଃଖ ଆସେ। ଏହା ସମସ୍ତଙ୍କ ସହିତ ଘଟେ। ଆମେ ମଣିଷ। ଆମେ ସମସ୍ତେ ବେଳେବେଳେ ନିରାଶାର ସମୟ ଦେଇ ଗତି କରୁ। ଏହା ମାନବ ସ୍ବଭାବ। କିନ୍ତୁ ସମୟ ବିତିବା ସହିତ ସବୁକିଛି ସୁଧୁରିଯାଏ ବୋଲି କୁହନ୍ତି ମଲାଇକା। ଅର୍ଜୁନଙ୍କୁ ନେଇ ନିଜ ମତ ରଖିଛନ୍ତି ମଲାଇକା। ସେ କୁହନ୍ତି, ଅର୍ଜୁନ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ମୋ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ। ଯାହା ହେଉନା କାହିଁକି। ମୁଁ ଆମର ଅତୀତ କିମ୍ବା ଭବିଷ୍ୟତ ବିଷୟରେ ଅଧିକ କଥା ହେବାକୁ ଚାହୁଁନାହିଁ।

ଏହା ବିଷୟରେ ବହୁତ କିଛି ମିଛସତ ଲେଖାଯାଇଛି। ମୁଁ ମୋ ଜୀବନର ଏପରି ଏକ ପର୍ଯ୍ୟାୟରେ ଅଛି ଯେଉଁଠାରେ ମୋତେ କିଛି ପ୍ରମାଣ କରିବାକୁ ନୁହେଁ ବରଂ ମୋତେ ଏପରି କାମ କରିବାକୁ ପଡିବ ଯାହା ମୋତେ ଖୁସି କରେ ଏବଂ ମୁଁ ଚାହେଁ ଯେ ଲୋକମାନେ ତାହା ଦେଖନ୍ତୁ।ମିଷ୍ଟ୍ରି ମ୍ୟାନ୍ଙ୍କୁ ନେଇ ମଲାଇକା କୁହନ୍ତି, ଲୋକମାନେ କଥା ହେବାକୁ ଭଲ ପାଆନ୍ତି। ଯଦି ମୁଁ କାହା ସହିତ କୁଆଡେ ଯାଏ ଲୋକେ ବଡ଼ ସମସ୍ୟା ହୋଇଯାଏ। ମୁଁ ଏହି ଗୁଜବକୁ ଅଯଥାରେ ପ୍ରସୟ ଦେବାକୁ ଚାହୁଁନାହିଁ। ଏହା ମୋ ପାଇଁ ନିତିଦିନିଆ ଘଟଣା। କିନ୍ତୁ ମୋତେ ଫରକ ପଡ଼େ ନାହିଁ।