LIVE TV

ମିଠା ଦୋକାନରେ ହଠାତ୍ ପହଞ୍ଚିଲେ କଂଗ୍ରେସ ସାଂସଦ, ହାତରେ ତିଆରି କଲେ ଇମାରତି ଓ ବେସନ ଲଡ୍ଡୁ

NEWS7
tribunal-hearing-in-mahanadi-water-dispute

ନୂଆଦିଲ୍ଲୀ ୨୧/୧୦: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନିଜର ଅନୋଖା ଷ୍ଟାଇଲ ପାଇଁ ସେ ଚର୍ଚ୍ଚାରେ । ତାଙ୍କର ନିୟମିତ କାର୍ଯ୍ୟ ଶୈଳୀ ପାଇଁ ସର୍ବଦା ଖବରର ଶିରୋନାମାରେ ରହିଥାନ୍ତି । ତେବେ ନିକଟରେ, ସେ ଏକ ଅନନ୍ୟ ଉପାୟରେ କରିଛନ୍ତି ଦୀପାବଳି ସେଲିବ୍ରେସନ । ରାହୁଲ ଗାନ୍ଧୀ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନ ପରିଦର୍ଶନରେ ଯାଇଥିଲେ ।  ତେବେ ସେ ସେଠାରେ ଖାଲି ଦୋକାନ ବୁଲିନଥିଲେ ତ ଇମରତି ଓ ବେସନ ଲଡ୍ଡୁ ପ୍ରସ୍ତୁତ କରିଥିଲେ ନିଜ ହାତରେ । 

ପୁରୁଣା ଦିଲ୍ଲୀର ସେହି ଫେମସ ମିଠା ଦୋକାନ ଘଣ୍ଟେୱାଲା । ସେହି ଦୋକାନ ସହ ସାଂସଦ ରାହୁଲ ଗାନ୍ଧୀଙ୍କର ପୁରୁଣା ସଂପର୍କ । ତାଙ୍କ ପରିବାରର ଅନେକ ପିଢ଼ିଙ୍କୁ ମିଠା ପରିବେଷଣ କରିଛନ୍ତି । ବର୍ତ୍ତମାନ ସେହି ଦୋକାନ ତାଙ୍କ (ରାହୁଲଙ୍କ) ବିବାହ ପାଇଁ ଅପେକ୍ଷା କରିଛନ୍ତି । ମିଠା ଦୋକାନ ମାଲିକ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୀଘ୍ର ବିବାହ କରିବା ଉଚିତ ।  

ସୂଚନା ଥାଉକି, ଦୀପାବଳି ଅବସରରେ ରାହୁଲ ଗାନ୍ଧୀ ଘଣ୍ଟେୱାଲା ମିଠା ଦୋକାନ ଯାଇଥିଲେ । ଯେଉଁଠାରେ ସେ କିଛି ମିଠା ତିଆରି କରିବାରେ ମଧ୍ୟ ଚେଷ୍ଟା କରିଥିଲେ । ସୋମବାର ରାହୁଲ ଗାନ୍ଧୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓଟି ପୋଷ୍ଟ କରିଥିଲେ। ଭିଡିଓଟି ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଓ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ଇମରତି ଓ ବେସନ ଲଡ୍ଡୁ ତିଆରି କରିଛି ।

ଏହି ଶତାବ୍ଦୀ ପୁରୁଣା ଆଇକନିକ୍ ଦୋକାନର ମିଠା ଆଜି ମଧ୍ୟ ସମାନ - ଶୁଦ୍ଧ, ପାରମ୍ପରିକ ଓ ହୃଦୟସ୍ପର୍ଶୀ । ଦୀପାବଳିର ପ୍ରକୃତ ମିଠା କେବଳ ଥାଳିରେ ନୁହେଁ, ବରଂ ସମ୍ପର୍କ ଓ ସମାଜରେ ମଧ୍ୟ ଅଛି।" ରାହୁଲ ଗାନ୍ଧୀ ତାଙ୍କ ଅନୁଗାମୀମାନଙ୍କୁ ପଚାରିଥିଲେ ଯେ ସେମାନେ କିପରି ସେମାନଙ୍କର ଦୀପାବଳି ପାଳନ କରୁଛନ୍ତି ଓ ଏହାକୁ କେମିତି ସ୍ୱତନ୍ତ୍ର କରୁଛନ୍ତି। 

ଭିଡିଓରେ, ମିଠା ଦୋକାନ ମାଲିକଙ୍କୁ କହୁଥିବା ଶୁଣାଯାଇପାରେ, "ଆମେ ତୁମର ଜେଜେବାପା (ଜବାହରଲାଲ ନେହେରୁ), ଜେଜେମା (ଇନ୍ଦିରା ଗାନ୍ଧୀ), ବାପା (ରାଜୀବ ଗାନ୍ଧୀ) ଏବଂ ଭଉଣୀ (ପ୍ରିୟଙ୍କା ଗାନ୍ଧୀ)ଙ୍କୁ ସେବା କରିଛୁ । ଏବେ, ଆମେ କେବଳ ଗୋଟିଏ ଜିନିଷ ପାଇଁ ଅପେକ୍ଷା କରିଛୁ । ତାହା ହେଉଛି ଆପଣ ଖୁବ୍ ଶୀଘ୍ର ବିବାହ କରନ୍ତୁ । ଆମେ ତୁମର ବିବାହ ପାଇଁ ଅପେକ୍ଷା କରିଛୁ। ପ୍ରଥମେ, ବିବାହ କର। ତୁମେ ଆମଠାରୁ ଏଥିପାଇଁ ମିଠା ମଧ୍ୟ କିଣିପାରିବ। ଆମେ ସେଥିପାଇଁ ଅପେକ୍ଷା କରିଛୁ।"