ସମୁଦ୍ରରେ ୪ ୟୁଏସ ନାଗରିକ ନିହତ, ଅନୁପ୍ରବେଶ ବେଳେ ଗୁଳି କଲେ କ୍ୟୁବା ସୁରକ୍ଷା ବାହିନୀ

NEWS7
tribunal-asks-odisha-chhattisgarh-to-hold-another-round-of-talks-over-mahanadi-water-dispute

ନ୍ୟୁୟର୍କ, ୨୫/୦୨: କ୍ୟୁବା ସମୁଦ୍ରରେ ଆମେରିକୀୟଙ୍କୁ ଗୁଳିମାଡ । ଟଳିଲେ ୪ ୟୁଏସ ନାଗରିକ । ଏକାଧିକ ଆହତ । ଏକ ସ୍ପିଡବୋଟରେ ସୁମୁଦ୍ର ସୀମା କ୍ଷେତ୍ରକୁ ଅନୁପ୍ରବେଶ କରୁଥିବା କିଛି ବ୍ୟକ୍ତିଙ୍କ ସହ କ୍ୟୁବା କୋଷ୍ଟ୍ ଗାର୍ଡର ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି ।

କ୍ୟୁବା ସରକାରଙ୍କ କହିବାନୁସାରେ, ବୁଧବାର ଏକ ସ୍ପିଡ୍ ବୋଟ୍ ସମୁଦ୍ର ସୀମା ଅତିକ୍ରମ କରିଥିଲା । ତାଙ୍କୁ ଦେଖି କୋଷ୍ଟ ଗାର୍ଡ ଫେରି ଯିବାକୁ କହିଥିଲେ । ହେଲେ ,ସେମାନେ ସୁରକ୍ଷା ବାହିନୀ ଉପରକୁ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ସ୍ପିଡ୍ ବୋଟଟି ଆମେରିକାର ବୋଲି ଜଣାପଡିଛି । ଗୁଳି ବିନିୟମରେ କୋଷ୍ଟ ଗାର୍ଡର ଜଣେ ଯବାନ ଆହତ ହୋଇଛନ୍ତି ।

ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆମେରିକାରେ ରେଜିଷ୍ଟର ହୋଇଥିବା ସ୍ପିଡ୍ ବୋଟରେ କିଛି ସନ୍ଦିଗ୍ଧ କାର୍ଯ୍ୟକଳାପ ଚାଲୁଥିଲା । ତେଣୁ ସେମାନେ ଗୁଳିଚାଳନା କରିଥିଲେ । ତେବେ ଘଟଣା ପରେ ଆମେରିକା ଏବଂ କ୍ୟୁବା ମଧ୍ୟରେ ଉତ୍ତେଜନା ବଢିବ ବୋଲି ଆଶଙ୍କା କରାଯାଉଛି ।

ଘଟଣାକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଜବାବ ଦେବା ପୂର୍ବରୁ ୟୁଏସ ତଦନ୍ତ କରିବ । ପ୍ରକୃତରେ କଣ ଘଟିଛି ତାହା ଜାଣିବାକୁ ପଡିବ । ବୋଟରେ ଥିବା ବ୍ୟକ୍ତି କେଉଁ ଦେଶର ନାଗରିକ ତାହା ସ୍ପଷ୍ଟ ହୋଇନାହିଁ । ସେମାନେ ଆମେରିକୀୟ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଯାଞ୍ଚ କରାଯିବ । ତଥ୍ୟ ଆସିଲା ପରେ କଣ କରାଯିବ ତାହା ଆମେରିକା ବିଚାର କରିବ ।

ମନ୍ତ୍ରାଳୟ ଆହୁରି କହିଛି ଯେ, ସମୁଦ୍ରରେ ଏପରି ଗୁଳି ବିନିମୟ ଘଟଣା ସାଧାରଣ ନୁହେଁ । କ୍ୟୁବାରେ ଏମିତି ଦୀର୍ଘଦିନ ହେବ ହୋଇ ନାହିଁ । ଆମେରିକା ଲଗତାର ଭାବେ କ୍ୟୁବା ସୁରକ୍ଷା ବାହିନୀ ସହ ଯୋଗାଯୋଗ କରୁଛି । କ୍ୟୁବା ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଭରସାଯୋଗ୍ୟ ନୁହେଁ । ତେଣୁ ଆମେରିକା ନିଜେ ତଦନ୍ତ କରିବ ବୋଲି ମନ୍ତ୍ରାଳୟ କହିଛି ।