ସୋନମ ୱାଙ୍ଗଚୁକ୍ ଙ୍କ ଜାମିନ ଶୁଣାଣି ଗୁରୁବାର, ଜାତୀୟ ସୁରକ୍ଷା ଅଧିନିୟମର ହୋଇଛନ୍ତି ଗିରଫ

NEWS7
transport-department-will-buy-300-buses-in-next-3-years

ନୂଆଦିଲ୍ଲୀ ୭।୧୨: ଜେଲରେ ବନ୍ଦୀ ଜଲବାୟୁ କାର୍ଯ୍ୟକର୍ତ୍ତା ସୋନ ୱାଙ୍ଗଚୁକ୍ ଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ପତ୍ନୀ ଗିତାଞ୍ଜାଳି ଜେ ଅଙ୍ଗମୋଙ୍କ ଦ୍ୱାରା ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ୮ ଜାନୁୟାରୀ ଗୁରୁବାର ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ପି.ବି. ବରାଳେଙ୍କ ପୀଠ ବୁଧବାର ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ କୁମାର କହିଛନ୍ତି ଯେ ପୀଠ ଏହା ଉପରେ ଗୁରୂବାର ଶୁଣାଣି କରିବେ।

ତେବେ ଶୁଣାଣି ନିମନ୍ତେ ୱାଙ୍ଗଚୁକଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କୋର୍ଟରେ ହାଜର ହୋଇଥିଲେ। ଏହା ପୂର୍ବରୁ ଏହି ମାମଲାର ଶୁଣାଣି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଏନ.ଭି.ଅଞ୍ଜାରୀଙ୍କ ପୀଠ କରିଥିଲେ। ଆବେଦନରେ କୁହାଯାଇଛି ଯେ ୱାଙ୍ଗଚୁକ୍ ଙ୍କ ଗିରଫଦାରୀ ଅବୈଧ ଓ ଏହା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। କେନ୍ଦ୍ର ଓ ଲଦ୍ଦାଖ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନଭେମ୍ବର ୨୪ ତାରିଖ ଦିନ ଅଙ୍ଗମୋଙ୍କ ଆବେଦନ ଉପରେ ଜବାବ ଦେବା ପାଇଁ କୋର୍ଟଙ୍କୁ କିଛି ସମୟ ଦେବାକୁ ନିବେଦନ କରିଥିଲେ। ଏଣୁ ମାମଲାର ଶୁଣାଣି ସ୍ଥଗିତ କରାଯାଇଥିଲା।

କୋର୍ଟ ୨୯ ଅକ୍ଟୋବରରେ ଆଙ୍ଗମୋଙ୍କ ସଂଶୋଧିତ ଆବେଦନ ଉପରେ କେନ୍ଦ୍ର ଓ ଲଦ୍ଦାଖ ପ୍ରଶାସନକୁ ଜବାବ ତଲବ କରିଥିଲେ। ଲଦ୍ଦାଖକୁ ରାଜ୍ୟ ମାନ୍ୟତା ଦେବା ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନର ୨ ଦିନ ପରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ସୋନମ ୱାଙ୍ଗଚୁକ୍ ଙ୍କୁ ସେପ୍ଟେମ୍ବର ୨୬ ତାରିଖରେ ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ)ରେ ଗିରଫ କରାଯାଇଥିଲା। ୱାଙ୍ଗଚୁକ୍ ଙ୍କ ବିରୋଧରେ ସରକାର ହିଂସା ଉସକାଇବାର ଅଭିଯୋଗ ଆଣିଥିଲେ।

ତେବେ ସଂଶୋଧିତ ଆବେଦନରେ ଅଟକ ଆଦେଶ ପୁରୁଣା ଏତଲା, ଅସ୍ପଷ୍ଟ ଅଭିଯୋଗ ଓ ଆକଳନରେ ଭରା ଦାବି ଉପରେ ପର୍ଯ୍ୟବେଶିତ ଥିଲା। ଏହା ଛଡା ଅଟକର କଥିତ ଆଧାର ସହିତ ଏହାର କୌଣସି ସିଧା ସମ୍ପର୍କ ନାହିଁ। ଆବେଦନରେ କୁହାଯାଇଛି ଯେ ଲଦ୍ଦାଖ ଓ ସମ୍ପୂର୍ଣ୍ଣ ଭାରତରେ ଶିକ୍ଷା, ନବାଚାର ଓ ପରିବେଶ ସଂରକ୍ଷଣରେ ଯୋଗଦାନ ନିମନ୍ତେ ୱାଙ୍ଗଚୁକ୍ ଙ୍କୁ ଦୀର୍ଘ ୩ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପରେ ତାଙ୍କୁ ଅଚାନକ ଟାର୍ଗେଟ କରାଯିବା ହାସ୍ୟସ୍ପଦ।

ଆଙ୍ଗମୋ କହିଛନ୍ତି ଯେ ୨୪ ସେପ୍ଟେମ୍ବର ଲେହ ହିଂସା ସହ ୱାଙ୍ଗଚୁକ୍ ଙ୍କ କାର୍ଯ୍ୟ ଓ ବୟାନର କୌଣସି ସମ୍ପର୍କ ନାହିଁ। ଏଣୁ ଏଥି ପାଇଁ ତାଙ୍କୁ ଦାୟି କରାଯାଇ ପାରିବନି। ଆଙ୍ଗମୋ କହିଛନ୍ତି ଯେ ସୋନମ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ହିଂସାର ନିନ୍ଦା କରିଛନ୍ତି ଓ ସ୍ପଷ୍ଟ ରୂପେ କହିଛନ୍ତି ଯେ ହିଂସା ଲଦ୍ଦାଖର ତପସ୍ୟା ଓ ୫ ବର୍ଷର ଶାନ୍ତିପୂର୍ଣ୍ଣ ପ୍ରୟାସର ବିଫଳତାର କାରଣ ହେବ ଓ ଏହା ତାଙ୍କ ଜୀବନର ସବୁଠୁ ଦୁଃଖଦ ଦିନ ଥିଲା।