LIVE TV
LIVE TV

୧୯ ବର୍ଷରୁ କମ୍ ଏସିଆ କପ୍ ଟିମରେ ବୈଭବ ସୂର୍ଯ୍ୟବଂଶୀ, ନେତୃତ୍ବ ନେବେ ଆୟୁଷ ମହାତ୍ରେ

NEWS7
transgender-will-get-pension-under-madhubabu-pension-scheme

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ନବାଗତ ଏବଂ ପ୍ରତିଭାବାନ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ଦିନକୁ ଦିନ ତାଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହେବାରେ ଲାଗିଛି । ସେ ନିଜର କମାଲ ଦେଖାଉଛନ୍ତି । ସୂର୍ଯ୍ୟବଂଶୀ ପୁଣି ଥରେ ଭାରତୀୟ ଟିମ୍ରେ କମାଲ କରିବାକୁ ଆସୁଛନ୍ତି । ଏଥର ସେ ୧୯ ବର୍ଷରୁ କମ୍ ଏସିଆ କପ୍ରେ ନିଜର ଆସିବେ । ଡିସେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଲାଗି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଏଥିରେ ବୈଭବଙ୍କୁ ସାମିଲ କରାଯାଇଛି । କିନ୍ତୁ ଟିମ୍ର ନେତୃତ୍ବ ନେବେ ବୈଭବଙ୍କ ସିନିୟର ଆୟୁଷ ମହାତ୍ରେ ।

ବିସିସିଆଇ ଶୁକ୍ରବାର ୧୯ ବର୍ଷରୁ କମ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଡିସେମ୍ବର ୧୨ ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଖେଳାଯିବାକୁ ଥିବା ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଖେଳାଳି। ଚାରି ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଦଳରେ ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ୧୪ ବର୍ଷୀୟ ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ । ପୂର୍ବରୁ ସେ ସାରା ବିଶ୍ୱରେ ନିଜର ଛାପ ଛାଡ଼ିସାରିଛନ୍ତି। ତଥାପି, ଅଧିନାୟକ ଏବଂ ଉପ-ଅଧିନାୟକ ଦାୟିତ୍ୱ ତାଙ୍କଠୁ ବୟସରେ ବଡ଼ ଖେଳାଳିମାନଙ୍କୁ ଦିଆଯାଇଛି। ଦଳର ନେତୃତ୍ୱ ୧୭ ବର୍ଷୀୟ ଆୟୁଷ ମହାତ୍ରେ ନେବେ । ସେ ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ଗସ୍ତରେ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ଥିଲେ। ବିହାନ ମାଲହୋତ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି । ବୈଭବ ପୁଣି ଥରେ ଇନିଂସ ଓପନିଂ ଦାୟିତ୍ୱ ଗ୍ରହଣ କରିବେ ଏବଂ ଦଳକୁ ଦ୍ରୁତ ଆରମ୍ଭ ଦେବାକୁ ଚେଷ୍ଟା କରିବେ।

 

ଏହି ଦଳରେ ଚଳିତ ବର୍ଷ ଇଂଲଣ୍ଡ ଗସ୍ତ କରିଥିବା ଭାରତ ୧୯ ବର୍ଷରୁ କମ୍ ଦଳର ଖେଳାଳିମାନେ ସାମିଲ ଅଛନ୍ତି। ଏଥିରେ ୱିକେଟ କିପର ଅଭିଜ୍ଞାନ କୁଣ୍ଡୁ, ସ୍ପିନର କନିଷ୍କ ଚୌହାନ ଏବଂ ହେନିଲ ପଟେଲ ସାମିଲ ଅଛନ୍ତି। ଏହି ଗସ୍ତରେ ବୈଭବ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏକଦିବସୀୟରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟସର ହୋଇଥିଲେ ବୈଭବ। ସେ ମାତ୍ର ୫୨ ବଲରେ ଶତକ ହାସଲ କରିଥିଲେ। ଏସିଆ କପରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଖେଳପ୍ରେମୀ ଆଶା ରଖିଛନ୍ତି ।୧୯ ବର୍ଷରୁ କମ୍ ଏସିଆ କପ୍ ଲାଗି ଭାରତୀୟ ଦଳଆୟୁଷ ମହାତ୍ରେ (ଅଧିନାୟକ), ବିହାନ ମାଲହୋତ୍ରା (ଉପଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ କିପର), ହରବଂଶ ସିଂହ, ଯୁବରାଜ ଗୋହିଲ, କନିଷ୍କ୍ ଚୌହାନ, ଖିଲନ୍ ଏ ପଟେଲ, ନମନ୍ ପୁଷ୍ପକ, ଡି ଦିପେଶ, ହେନିଲ ପଟେଲ, କିଶନ କୁମାର ସିଂହ (ଫିଟନେସ୍ ଉପରେ ନଜର), ଉଦ୍ଧବ ମୋହନ ଏବଂ ଏରେନ ଜର୍ଜ ।

ଷ୍ଟାଣ୍ଡବାଇ - ରାହୁଲ କୁମାର, ହେମଚୁଡେସନ ଜେ, ବି.କେ କିଶୋର, ଆଦିତ୍ୟ ରାୱତ ।