ବାରବାଟୀ ଲଢେଇ କାଉଣ୍ଟଡାଉନ୍, ମ୍ୟାଚ୍ ପୂର୍ବରୁ କଣ କହିଲେ ଟି-୨୦ କ୍ୟାପଟେନ୍

NEWS7
train-toilet-murder-case-police-empty-hand-after-4-days-of-murder

କଟକ ୦୮/୧୨: ରାତି ପାହିଲେ ବାରବାଟୀ ଟି-୨୦ ଲଢ଼େଇ । ମୁହାଁମୁହିଁ ହେବେ ଭାରତ-ସାଉଥ୍ ଆଫ୍ରିକା ଟିମ୍ । ଦୁଇ ଦଳ ବାରବାଟୀ ପଡିଆରେ ଖୁବ୍ ଝାଳ ବୁହାଇଛନ୍ତି । ସଂଧ୍ୟା ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅଭ୍ୟାସ କରିଵ। ତେବେ ଉଭୟ ଟିମ୍ ର ଅଭ୍ୟାସ ସାଧାରଣ ଦର୍ଶକ ଦେଖିଵା ପାଇଁ ଵ୍ୟଵସ୍ଥା କରାଯାଇଛି ।

ସାଧାରଣ ଦର୍ଶକଙ୍କ ପାଇଁ ୬ନମ୍ବର ଓ ୭ନମ୍ବର ଗ୍ୟାଲେରୀରୁ ଅଭ୍ୟାସ ଦେଖିଵା ପାଇଁ ଵ୍ୟଵସ୍ଥା ହୋଇଛି । ଦର୍ଶକ ସଂଖ୍ୟା ଅଧିକ ହେଲେ ଆଉ ଦୁଇଟି ଗ୍ୟାଲେରୀ ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ଟି-୨- କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ।

ସୂର୍ଯ୍ୟା କହିଛନ୍ତି ପରୀକ୍ଷା ବେଳେ ସବୁ ପାଠ ପଢ଼ାଯାଏନି । ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ’ । ‘ତେଣୁ ଆମେ ୨୦୨୪ T-20 ବିଶ୍ବକପ୍ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ’ । ଗତ ୫/୬ଟି ସିରିଜ୍ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁନି’ ।

‘ଗିଲ୍ ଫିଟ୍ ହୋଇ ଫେରିଛନ୍ତି, ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ’ । ‘ସଞ୍ଜୁ ସାମସନ୍ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ସେତିକି ନୁହେଁ, ପାଣ୍ଡ୍ୟା, ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା ଠିକ୍ ନୁହେଁ । ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ୍ ଖେଳିବାର ଅନୁଭୂତି ରହିଛି । କୁହୁଡ଼ି ଉପରେ କାହାରି ନିୟନ୍ତ୍ରଣ ନାହିଁ, ତାହା ପାଇଁ ନିଜର ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।