ଗ୍ରୀସରେ ବଡ଼ ଦୁର୍ଘଟଣା; ଜାହାଜ-ପ୍ରବାସୀ ଡଙ୍ଗା ଧକ୍କାରେ ୧୪ ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ

NEWS7
tomorrow-rain-will-contiue

ନୂଆଦିଲ୍ଲୀ ୦୪।୦୨; ଗ୍ରୀସରେ ବଡ ଅଘଟଣ । ଏଜିଆନ ସାଗରର ଚିଓସ୍ ଦ୍ୱୀପ ନିକଟରେ ମଙ୍ଗଳବାର ବଡ଼ ଦୁର୍ଘଟଣା ଘଟିଛି। ତୁର୍କୀ ଉପକୂଳରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ପ୍ରବାସୀ ଡଙ୍ଗା ଗ୍ରୀକ ତଟରକ୍ଷୀ ଜାହାଜ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଅତି କମରେ ୧୪ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ତଟରକ୍ଷୀ ବାହିନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣା ଘଟିଥିଲା ଯେତେବେଳେ ସେମାନେ ଚିଓସ୍ ଅଭିମୁଖେ ଯାଉଥିବା ଏକ ସନ୍ଦେହଜନକ ଡଙ୍ଗାକୁ ଦେଖି ଏହାକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଦାବି କରିଛନ୍ତି ଯେ ଚୋରା ଚାଲାଣକାରୀମାନେ ଜାଣିଶୁଣି ତଟରକ୍ଷୀ ବାହିନୀ ଜାହାଜ ଆଡକୁ ଡଙ୍ଗାଟିକୁ ଘେରିଥିଲେ, ଯାହା ଫଳରେ ଜୋରରେ ଧକ୍କା ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଧକ୍କାର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଅଧିକ ପଢନ୍ତୁ- ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍, ୧୫ ତୀର୍ଥଯାତ୍ରୀ ମୃତ

ଏପର୍ଯ୍ୟନ୍ତ ୨୪ ଜଣ ପ୍ରବାସୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଦୁଇ ଜଣ ତଟରକ୍ଷୀ ବାହିନୀ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡଙ୍ଗାରେ ଥିବା ପ୍ରବାସୀମାନଙ୍କ ବିଷୟରେ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜାହାଜରେ ପ୍ରାୟ ୩୦ ରୁ ୩୫ ଜଣ ଲୋକ ଥିଲେ। ନିଖୋଜମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକ ପଢନ୍ତୁ-‘ଆବ୍ରାହମ ଲିଙ୍କନ’ର ନିକଟତର ହୋଇଥିଲା ଇରାନର ଡ୍ରୋନ୍, ଧ୍ବଂସ କରିଦେଲା ଆମେରିକା