Wholesale Price Index: ୮ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ହୋଲ୍‌ସେଲ୍‌ ମୁଦ୍ରାସ୍ଫୀତି, ଖାଉଟିଙ୍କୁ କନ୍ଦାଉଛି ଦରଦାମ ବୃଦ୍ଧି

NEWS7
tomorrow-is-amla-navami

ନୂଆଦିଲ୍ଲୀଗତ ୮ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ହୋଲ୍‌ସେଲ୍ ମୁଦ୍ରାସ୍ଫୀତି। ଡିସେମ୍ବର ମାସରେ ହୋଲସେଲ ଦର ସୂଚକାଙ୍କ ୦.୮୩%କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ଦୁଇ ମାସ ହେବ ହୋଲ୍‌ସେଲ୍ ମୁଦ୍ରାସ୍ଫୀତି ମାଇନସରେ ଚାଲୁଥିଲା। ବର୍ତ୍ତମାନ ଏହା ୮ ମାସର ରେକର୍ଡ ଭାଙ୍ଗିଛି। ଖାଲି ହୋଲ୍‌ସେଲ୍ ମୁଦ୍ରାସ୍ଫୀତି ନୁହେଁ ଖୁଚୁରା ମୁଦ୍ରା ସ୍ଫୀତିରେ ମଧ୍ୟ ରେକର୍ଡ ବୃଦ୍ଧି ହୋଇଛି।

ଦେଶରେ ମହଙ୍ଗା ସ୍ଥିତି ଉତ୍କଟ ହେଲାଣି। ଯେଉଁ ସମୟରେ ଦରଦାମ କମିବା କଥା ସେହି ସମୟରେ ଓଲଟି ବଢ଼ି ଚାଲିଛି। ହୋଲସେଲ ମୁଦ୍ରାସ୍ଫୀତି ଗତ ୮ ମାସରେ ରେକର୍ଡ ଭାଙ୍ଗିଛି। ୧୪ ଜାନୁଆରୀରେ ବାଣିଜ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁସାରେ, ଡିସେମ୍ବର ମାସରେ ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ ୦.୮୩%କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ଦୁଇ ମାସ ହୋଲସେଲ ଦର ମାଇନସରେ ଚାଲୁଥିଲା। ହେଲେ ଡିସେମ୍ବରରେ ବଡ଼ ବୃଦ୍ଧି ହୋଇଛି।

୨୦୨୫ ନଭେମ୍ବର ମାସରେ ହୋଲସେଲ୍ ଦର ମାଇନସ ୦.୩୨% ଥିଲା। ସେହିପରି ଅକ୍ଟୋବରେ ଥିଲା ମାଇନସ ୧.୨୧% । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମହଙ୍ଗା ହେବାରୁ ଏଭଳି ସ୍ଥିତିରେ ଉପୁଜିଛି।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବା ପ୍ରାଇମେରି ଆର୍ଟିକଲ୍ସର ମୁଦ୍ରାସ୍ଫୀତି ମାଇନସ୍ ୨.୯୩% ରୁ ବଢ଼ି ୦.୨୧% ହୋଇଛି। ଖାଦ୍ୟ ସାମଗ୍ରୀ (ଫୁଡ୍ ଇଣ୍ଡେକ୍ସ) ପାଇଁ ମୁଦ୍ରାସ୍ଫୀତି ମାଇନସ୍ ୨.୬୦% ରୁ ୦% କୁ ବୃଦ୍ଧି ପାଇଛି। ସେହିପରି ଇନ୍ଧନ ଏବଂ ଶକ୍ତି ପାଇଁ ପାଇକାରୀ ମୁଦ୍ରାସ୍ଫୀତି ମାଇନସ୍ ୨.୨୭% ରୁ ହ୍ରାସ ପାଇ ମାଇନସର ୨.୩୧% କୁ ହ୍ରାସ ପାଇଛି। ମେନୁଫେକ୍ଚରିଂ ପ୍ରଡକ୍ଟର ହୋଲସେଲ ପ୍ରାଇସ୍ ୧,୩୩%ରୁ ବଢ଼ି ୧.୮୨% କୁ ବୃଦ୍ଧି ପାଇଛି।

ସେହିପରି ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ୩ ମାସରେ ସର୍ବୋଚ୍ଚ ସ୍ତର ପହଞ୍ଚିଛି। ଗତବର୍ଷ ନେଭେମ୍ବର ମାସ ତୁଳନାରେ ଏହା ୧.୩୩% ବୃଦ୍ଧି ପାଇଛି। ଡାଲି, ପନିପରିବା, ମାଂସ, ମାଛ, ଅଣ୍ଡା ଏବଂ ବିଦ୍ୟୁତ୍ର ମୂଲ୍ୟ ବୃଦ୍ଧି ବଢ଼ିବା ଯୋଗୁ ଖୁଚୁର ମୁଦ୍ରାସ୍ଫୀତି ବଢ଼ିଛି।