LIVE TV

ଆସନ୍ତା କାଲି ରାଜ୍ୟ ବଜେଟ: ବଜେଟ ରୂପରେଖ ଟପିପାରେ ୧ଲକ୍ଷ ୪୦ ହଜାର କୋଟି, ବିରୋଧୀଙ୍କ ସମାଲୋଚନା ଋଣଭାର ବଢିବ

NEWS7

ଭୁବନେଶ୍ବର୨୭|୬: ଆସନ୍ତା କାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ । କଣ ରହିବ ଫୋକସ , କେଉଁ ସେକ୍ଟରକୁ ଗୁରୁତ୍ବ ଦେବେ ସରକାର ।  ତା’ ଉପରେ ରହିଛି ସମସ୍ତଙ୍କ ନଜର । ୫ମ ଥର ଲଗାତର ନିର୍ବାଚନ ଜିତି ନବୀନ ସରକାର କ୍ଷମତାକୁ ଫେରିବା ପରେ ଏଥର ବଜେଟକୁ ଲୋକାଭିମୁଖୀ କରିବେ ନା ରାଜ୍ୟର ଆର୍ଥିକସ୍ଥିତିକୁ ଦେଖି ଏକ ସମତୁଲ ବଜେଟ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର କେତେ ପ୍ରତିଶତ ଗ୍ରୋଥରେଟ ରଖିଛନ୍ତି ଏବଂ ମୁଣ୍ଡପିଛା ଆୟ କେତେ ବଢିଛି ତାହା ବି ଜଣାପଡିବ ।…

{"id":127888}

କାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ । ୫ମ ପାଳି କ୍ଷମତାକୁ ଫେରିବା ସହ ଷୋଡଶ ବିଧାନସଭାର ଏହା ହେବ ନବୀନ ସରକାରଙ୍କ ପ୍ରଥମ ବଜେଟ । ଆଉ ନିରଞ୍ଜନ ପୂଜାରୀ ବି ଅର୍ଥମନ୍ତ୍ରୀ ଭାବେ ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବେ । ତେବେ ଏଥରର ବଜେଟ ଅଟକଳ ପ୍ରାୟ ୧ଲକ୍ଷ ୪୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ଯାହାକି ଗତବର୍ଷ ତୁଳନାରୁ ପ୍ରାୟ ୨୦ ହଜାର କୋଟି ଅଧିକ ।

{"id":127889}

ହେଲେ ଏହି ବଜେଟରେ ସରକାର କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ଦେବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ବାକ୍ସ ଉପରେ । ଯେହେତୁ ସେବାକ୍ଷେତ୍ର, ଶିଳ୍ପ, କୃଷି ଓ ଭିତ୍ତିଭୂମି ଆଦି କ୍ଷେତ୍ର ରାଜ୍ୟର ସମ୍ବଳ ବଢାଇବାରେ ସହଯୋଗ କରୁଛି ସେଥିପାଇଁ ଏସବୁ କ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେବେ ବୋଲି ଆଲୋଚନା ହେଉଛି । ଏହାବାଦ୍ କାଳିଆ ଯୋଜନା, ମିଶନ ଶକ୍ତି, ଜଳସେଚନ ଆଦି କ୍ଷେତ୍ର ପାଇଁ ସରକାରଙ୍କୁ ବହୁ ଅର୍ଥ ବରାଦ କରିବାକୁ ପଡିବ । ସେହିଭଳି ବଜେଟରେ କଣ ନୂଆ ଘୋଷଣା ହେଉଛି ଏବଂ ସେଥିପାଇଁ କେତେ ବ୍ୟୟ ବରାଦ ହେଉଛି ତାଉପରେ ସମସ୍ତଙ୍କ ନଜର ଅଛି ।

{"id":127890}

ଏଥର ବଜେଟ ଅଟକଳ ବହୁତ ବଡ ହୋଇଥିବାରୁ ଏଥିପାଇଁ ରାଜ୍ୟ ସରକାର କେତେ ନିଜସ୍ବ ସମ୍ବଳ ସଂଗ୍ରହ କରିବେ ତାକୁ ଦେଖିବାକୁ ପଡ଼ିବ । କାରଣ ପାଖାପାଖି ୧ଲକ୍ଷ ୪୦ ହଜାର କୋଟିର ବ୍ୟୟ ଅଟକଳ ପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ପାଖକୁ ଆସିବା ଦରକାର । ଗତବର୍ଷ ଅର୍ଥାତ ୨୦୧୮-୧୯ରେ ସରକାର ଯେଉଁ ୧ ଲକ୍ଷ ୨୦ ହଜାର କୋଟିର ବଜେ୍ଟ ଅଟକଳ କରିଥିଲେ ସେଥିରେ ପ୍ରାୟ ୨୦ ହଜାର କୋଟି ଋଣ କରିବା ଲକ୍ଷ୍ୟ ରହିଥିଲା । ଆଉ ରାଜ୍ୟର ମୋଟ ଋଣଭାର ୯୨ ହଜାର କୋଟିରେ ପହଞ୍ଚିଥିଲା । ତେଣୁ ଏଥର ବିଭିନ୍ନ ସଂସ୍ଥା ଓ ଖୋଲାବଜାରରୁ ସରକାର କେତେ ଋଣ ଆଣିବେ ତାହା ଦେଖିବାକୁ ହେବ । ଯାହା ହେଲେ ବି ଏବର୍ଷ ରାଜ୍ୟର ମୋଟ ଋଣଭାର ୧ଲକ୍ଷ କୋଟି ଟପିବ ବୋଲି ଆକଳନ କରାଯାଉଛି । ଯାହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ । ରାଜ୍ୟ ଏବେ ଋଣଯନ୍ତାରେ ଫସିବାକୁ ଯାଉଛି ବୋଲି ବିରୋଧୀଙ୍କ ଆଶଙ୍କା ରହିଛି ।

{"id":127891}

ଏଥର ମଧ୍ୟ ବିଗତ ବର୍ଷ ଭଳି ସ୍ବତନ୍ତ୍ର କୃଷି ବଜେଟ ଆସିବ । ଗତଥର ଏହା ପାଖାପାଖି ୧୭ ହଜାର କୋଟି ଥିବା ବେଳେ ଏଥର ୨୦ ହଜାର କୋଟି ଟପିବ ବୋଲି ଆକଳନ କରାଯାଉଛି ।

{"id":127892}