ଗୋଟିଏ ବିଶ୍ଵକପ ସଂସ୍କରଣରେ ସର୍ବାଧିକ ଛକା ମାରି ଇତିହାସ ରଚିଲା ଭାରତ, ଓ୍ଵେଷ୍ଟଇଣ୍ଡିଜର ରେକର୍ଡ ଧ୍ଵସ୍ତ

NEWS7
tokyo-olympics-neeraj-chopra-qualifies-for-mens-javelin-final-with-throw

ମୁମ୍ବାଇ: ଟି-୨୦ ବିଶ୍ଵକପ୍ ୨୦୨୬ର ଦ୍ଵିତୀୟ ସେମି ଫାଇନାଲରେ ଭାରତ ହାରୁ ହାରୁ ମ୍ୟାଚ୍ ଜିତି ଯାଇଛି। ୨୫୩ ରନର ପାହାଡ଼ ଛିଡ଼ା କରିଥିଲେ ମଧ୍ୟ ଭାରତ ମ୍ୟାଚକୁ ୭ ରନରେ ଜିତିବାରେ ସଫଳ ହୋଇଛି। ଆଉ ଶେଷ ପର୍ଯ୍ୟନ୍ତ ଲଢି ହାରିଛି ଇଂଲଣ୍ଡ। ଦ୍ଵିତୀୟ ସେମି ଫାଇନାଲ୍ ଜିତିବା ସହ ସୂର୍ଯ୍ୟ ବାହିନୀ ଫାଇନାଲରେ ପହଞ୍ଚିଛି। ଏହି ମ୍ୟାଚରେ ଭାରତୀୟ ଦଳ କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଭାରତୀୟ ବ୍ୟାଟର ଛକାର ବର୍ଷା କରିଛନ୍ତି। ଟି-୨୦ ବିଶ୍ଵକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବାର ଟିମ୍ ହୋଇଛି। ଐତିହାସିକ ପ୍ରଦର୍ଶନ ସହ ଭାରତ ଓ୍ଵେଷ୍ଟଇଣ୍ଡିଜର ପୁରୁଣା ରେକର୍ଡ ଧ୍ଵସ୍ତ କରିଛି।

ଇଂଲଣ୍ଡ ବିପକ୍ଷ ଆଜିର ସେମି ଫାଇନାଲରେ ସଞ୍ଜୁ ସାମସନ ୮୯ ରନ ଓ ଶିବମ ଦୁବେ ୪୩ ରନ ବଳରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ମୋଟ୍ ଛକା ୮୮ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏହି ପୂରା ବିଶ୍ଵକପରେ ଭାରତୀୟ ବ୍ୟାଟର ଧୂଆଁଧାର ବ୍ୟାଟିଂ କରିଛନ୍ତି। ଏଥିରୁ ଆପଣ ଅନୁମାନ କରି ପାରିବେ ଯେ, ଭାରତ ହାରାହାରି ୧୦.୮ ବଲରେ ଗୋଟିଏ ଛକା ମାରିଛନ୍ତି। ଓ୍ଵାଙ୍ଖେଡ଼େର ବ୍ୟାଟିଂ ଅନୁକୂଳ ପିଚର ପୂରା ଫାଇଦା ଉଠାଇଥିଲା।

ଭାରତ ପରେ ଏହି ବିଶ୍ଵକପରେ ଓ୍ଵେଷ୍ଟଇଣ୍ଡିଜ ୭୬ ଛକା ମାରିଛି। ଦକ୍ଷିଣ ଆଫ୍ରିକା ୭୨ ଛକା ସହ ତୃତୀୟ ସ୍ଥାନରେ ରହିଛି। ବଡ଼ କଥା ଭାରତ ନିଜର ୨୦୨୪ର ରେକର୍ଡ(୬୧ ଛକା) ସୁଧାର କରିଛି। ଏହି ତାଲିକାରେ ଓ୍ଵେଷ୍ଟଇଣ୍ଡିଜର ୨୦୨୪ର ପ୍ରଦର୍ଶନ(୬୨ ଛକା) ମଧ୍ୟ ସାମିଲ୍। ମାତ୍ର ଭାରତ ଚଳିତ ବିଶ୍ଵକପରେ ୮୮ ଛକା ସହ ଅନ୍ୟ ଟିମକୁ ବହୁତ ପଛରେ ପକାଇ ଦେଇଛି।

ଗୋଟିଏ ଟି-୨୦ ବିଶ୍ଵକପରେ ସର୍ବାଧିକ ଛକା ମାରିଥିବା ଟପ୍-୫

ଭାରତ(୨୦୨୬)- ୮୮ ଛକା (୧୦.୮ ବଲ ପ୍ରତି ଛକା)

ଓ୍ଵେଷ୍ଟଇଣ୍ଡିଜ(୨୦୨୬)- ୭୬ ଛକା(୧୦.୭୧ ବଲ ପ୍ରତି ଛକା)

ଦକ୍ଷିଣ ଆଫ୍ରିକା(୨୦୨୬)- ୬୨ ଛକା(୧୨.୬୪ ବଲ ପ୍ରତି ଛକା)

ଭାରତ(୨୦୨୪)- ୬୧ ଛକା (୧୪.୭୮ ୧୦.୮ ବଲ ପ୍ରତି ଛକା)