Amrish Puri Fees: ଏମିତି ଜଣେ ଭିଲେନ, ଯିଏ ଲିଡ୍ ହିରୋଇନଙ୍କ ତୁଳନାରେ ନେଇଥିଲେ ନଅ ଗୁଣା ଅଧିକ ପାରିଶ୍ରମିକ

NEWS7
todays-prediction-996

ମୁମ୍ବାଇ : ‘ନାୟକ’ ଫିଲ୍ମରୁ ନେଇ ମିଷ୍ଟର ଇଣ୍ଡିଆ ଏବଂ ଗଦର ପର୍ଯ୍ୟନ୍ତ। ଏପରି ଅନେକ ଫିଲ୍ମ ଅଛି ଯେଉଁଥିରେ ତାଙ୍କ ଚରିତ୍ରକୁ ଭୁଲି ପାରୁ ନାହାନ୍ତି ଫ୍ୟାନ୍ସ। "ମିଷ୍ଟର ଇଣ୍ଡିଆ"ର "ମୋଗାମ୍ବୋ ଖୁସ୍ ହୁଆ" ଡାଇଲଗ୍ ଏବେ ବି ସମସ୍ତଙ୍କ ମନରେ ପ୍ରତିଧ୍ୱନିତ ହୁଏ। ଏହା କହିବା ଭୁଲ ହେବନି ଯେ ତାଙ୍କର ଖଳନାୟକ ଚରିତ୍ର ହିରୋଙ୍କୁ ବି ଦେଉଥିଲା ଟକ୍କର। ଏତେ କଥା ଶୁଣିବା ପରେ ଆପଣ ଜାଣିଯିବେନି ଆମେ କାହା କଥା କୁହୁଛୁ। ଠିକ୍ ଭାବୁଛନ୍ତି... ସବୁଠୁ ପାୱାରଫୁଲ ଭିଲେନ୍ ଅମରୀଶ ପୁରୀ। ତାଙ୍କୁ ବଲିଉଡର ସବୁଠାରୁ ଚମତ୍କାର, ଦମଦାର ଏବଂ ଭୟଙ୍କର ଖଳନାୟକଙ୍କ ମଧ୍ୟରେ ବିବେଚନା କରାଯାଏ। ସେ ସମୟରେ ତାଙ୍କର ମାର୍କେଟ୍ ପ୍ରାଇସ୍ ଥିଲା ଖୁବ୍ ଅଧିକ । ଅମରୀଶ ପୁରୀଙ୍କୁ ଭିନ୍ନ ଭିନ୍ନ ନାଁରେ ସମସ୍ତେ ଜାଣନ୍ତି... କିନ୍ତୁ ତାଙ୍କ ମୋଗାମ୍ବ ଚରିତ୍ର ତାଙ୍କୁ ଏତେ ଲୋକପ୍ରିୟ କରିଥିଲେ। ଏହି ନାଁରେ ତାଙ୍କୁ ଛୋଟଠୁ ବଡ଼ ସମସ୍ତେ ଜାଣନ୍ତି। ବୋନି କପୁର ପ୍ରଡ୍ୟୁସ୍ କରିଥିବା ଫିଲ୍ମ "ହମ୍ ପାଞ୍ଚ" ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅମରିଶ ପୁରୀଙ୍କୁ ପ୍ରଥମେ କାଷ୍ଟ କରାଯାଇଥିଲା। ଏହା ପରେ ସେ ଖଳ ନାୟକ ବାବରେ ବେଶ୍ ନାଁ କରିଥିଲେ।

ବୋନି କପୁର ଏକ ପୁରୁଣା ସାକ୍ଷାତକାରରେ କରିଥିଲେ ଭିର୍ ପ୍ରତାପ ସିଂହ ଭୂମିକା ପାଇଁ ଅମରେଶ ପୁରୀଙ୍କୁ 1980 ମସିହାରେ 40,000 ଟଙ୍କା ଦିଆଯାଇଥିଲା। କିନ୍ତୁ ତାଙ୍କର ଅଭିନୟ ଏତେ ଚମତ୍କାର ଥିଲା ପରେ ଖୁସି ହୋଇ ତାଙ୍କୁ 10,000 ଟଙ୍କା ଅଧିକ ଦିଆଯାଇଥିଲା। ଏହିପରି ଭାବରେ ସେ ଖଳନାୟକ ଭୂମିକା ପାଇଁ ସେ ମୋଟ 50,000 ଟଙ୍କା ପାଇଥିଲେ। 'ମିଷ୍ଟର ଇଣ୍ଡିଆ' ଫିଲ୍ମ ଅମରିଶ ପୁରୀଙ୍କ କ୍ୟାରିଅରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଫିଲ୍ମ ତାଙ୍କ କ୍ୟାରିଅରକୁ ଶୀର୍ଷରେ ପହଞ୍ଚାଇଥିଲା।

ବଡ଼ କଥା ହେଉଛି ଏହି ଫିଲ୍ମ ପାଇଁ ସେ ତାଙ୍କ ବଜେଟ୍ ବି ଥିଲା ଖୁବ୍ ଅଧିକା। 1987ରେ ରିଲିଜ ହୋଇଥିବା 'ମିଷ୍ଟର ଇଣ୍ଡିଆ' ଫିଲ୍ମ ପାଇଁ ଲିଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କଠୁ ଖଳନାୟକ ଭୂମିକା ପାଇଁ 9 ଗୁଣ ଅଧିକ ପାରିଶ୍ରମିକ ନେଇଥିଲେ ଅମରିଶ ପୁରୀ। ରିପୋର୍ଟ ଅନୁଯାୟୀ, ସେତେବେଳେ ଅମରିଶ ପୁରୀ ଫିଲ୍ମ ପାଇଁ 1କୋଟି ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। କୁହାଯାଏ ଯେ ସେ 'ମିଷ୍ଟର ଇଣ୍ଡିଆ' ପାଇଁ ମଧ୍ୟ ସମାନ ପରିମାଣର ଫିସ୍ ନେଇଥିଲେ। ଫିଲ୍ମରେ ଲିଡ୍ ଆକ୍ଟ୍ରେସ୍ ଶ୍ରୀଦେବୀ ଏହି ଫିଲ୍ମ ପାଇଁ 11 ଲକ୍ଷ ଫିସ୍ ନେଇଥିଲେ।

​​​​​​​

ଅମରିଶପୁରୀ ତାଙ୍କ ସମୟର ସବୁଠାରୁ ଅଧିକ ଦରମା ପାଉଥିବା ଖଳନାୟକମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହା ସତ ବୋଲି ବିଶ୍ୱାସ କରାଯାଏ କାରଣ ଅଭିନେତା ନିଜେ ଏକ ସାକ୍ଷାତକାରରେ ତାଙ୍କର ପିସ୍ କଥା କହିଥିଲେ। 1998 ମସିହାରେ ଏକ ସାକ୍ଷାତକାରରେ ସେ କହିଥିଲେ ସେତେବେଳେ ତାଙ୍କର ଡିମାଣ୍ଡ 1କୋଟି ଥିଲା। ସେତିକ ଆମାଉଣ୍ଟ୍ ନମିଳିଲେ ସେ ଫିଲ୍ମ ଛାଡି ଦେଉଥିଲେ।