ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆକାଶମାର୍ଗରେ ବୁଲିବେ ପର୍ଯ୍ୟଟନସ୍ଥଳ

NEWS7
todays-prediction-889

ବ୍ରହ୍ମପୁର ୩୦।୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆକାଶ ମାର୍ଗରେ ପର୍ଯ୍ୟଟନସ୍ଥଳ ବୁଲି ପାରିବେ ପର୍ଯ୍ୟଟକ । ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟକ ମାନେ ସୁଲଭ ମୂଲ୍ୟରେ ହେଲିକପ୍ଟରରେ ବୁଲି ପାରିବେ । ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ, ଚିଲିକା, ନାରାୟଣୀ ପୀଠ ବୁଲି ପାରିବେ ।

ପରବର୍ତ୍ତୀ ସମୟରେ ପର୍ଯ୍ୟଟକ ଭୁବନେଶ୍ୱର-କୋଣାର୍କ-ପୁରୀ ବୁଲିବା ପାଇଁ ବ୍ୟବସ୍ଥା କରାଯିବ । ସମ୍ବଲପୁରରେ ମଧ୍ୟ ବ୍ୟବସ୍ଥା କରାଯିବ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରୁ ପବନ ହଂସ ହେଲିକପ୍ଟରର ପରୀକ୍ଷା ନିରୀକ୍ଷା କରି ସ୍ଥିତି ପରଖିବେ ପରିବହନ ମନ୍ତ୍ରୀ ।