ବାଲ ଠାକରେଙ୍କ ‘ଲୁଙ୍ଗି’ ଟିପ୍ପଣୀ ପୁଣି ଚର୍ଚ୍ଚାରେ, ବିଏମସି ନିର୍ବାଚନରେ ତାମିଲନାଡୁ ପ୍ରସଙ୍ଗ ଉଠିଲା କେମିତି?

NEWS7
todays-prediction-670

ମୁମ୍ବାଇ ୧୨।୧: ତାମିଲନାଡୁ ବିଜେପି ନେତା କେ. ଅନ୍ନାମଲାଇ ମୁମ୍ବାଇ ନିର୍ବାଚନୀ ବୟାନବାଜୀର କେନ୍ଦ୍ର ପାଲଟିଛନ୍ତି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ସୋମବାର କହିଛନ୍ତି ଯେ ଅନ୍ନାମଲାଇଙ୍କ ବୟାନରୁ ଯାହା ଜଣାପଡୁଛି ତାଙ୍କ ପାର୍ଟି ମୁମ୍ବାଇ ଓ ମହାରାଷ୍ଟ୍ରକୁ କେବଳ ଲୁଟିବାକୁ ଚାହୁଁଛି। ଏଏନଆଇ ଅନୁସାରେ ଆଦିତ୍ୟ ଠାକରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଅନ୍ନାମଲାଇ ବିଜେପିର ଚେହେରା, ଜିଏ ‘ଶୁନ୍ୟ’ ଅଟନ୍ତି। ସେ ତାମିଲନାଡୁରେ ଜିତି ପାରିଲେନି ଏପରିକି ନିଜ ଅମାନତ ମଧ୍ୟ ହରାଇଲେ।

ଆଦିତ୍ୟ ଠାକରେ କହିଛନ୍ତି ଯେ ତାଙ୍କ ପିତା ଉଦ୍ଧବ ଓ କାକା ରାଜ ଠାକରେ ଦୁଇ ଦଶନ୍ଧୀ ପରେ ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଏକାଠି ଲଢିବା ପାଇଁ ଏକଜୁଟ ହୋଇଛନ୍ତି। ସେମାନେ ତାମିଲନାଡୁର ଡିଏମକେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପ୍ରଶଂସା କରିଛନ୍ତି। ଷ୍ଟାଲିନ ତାମିଲନାଡୁର ଦ୍ରୁତ ବିକାଶ କରାଉଥିବା ବେଳେ ଅନ୍ନାମଲାଇ ଓ ତାଙ୍କ ଦଳ କେବଳ ଲଢୁଛନ୍ତି ଏବଂ ଗାଳିଗୁଲଜ କରୁଛନ୍ତି। ସେପଟେ ଅନ୍ମାମଲାଇ ଧରାବୀରେ ଦେଇଥିବା ନିଜ ବୟାନରୁ ପଲଟି ଯାଇଛନ୍ତି ଯେଉଁଥିରେ ସେ ମୁମ୍ବାଇକୁ କେବଳ ମହାରାଷ୍ଟ୍ରର ସହର ନୁହେଁ ଅନ୍ତର୍ଜାତୀୟ ସହର ବୋଲି କହିଥିଲେ।

ଅନ୍ନାମଲାଇଙ୍କ ବୟାନରେ ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ)ର ନେତା ରାଜ ଠାକରେ କଡ଼ା କଟାକ୍ଷ କରିଛନ୍ତି। ରାଜ ଠାକରେ ବାଲ ଠାକରେଙ୍କ ୧୯୬୦-୭୦ ଦଶକର ବୟାନ ଭଳି ତାମିଲ ଲୋକଙ୍କ ପୋଷାକକୁ ଉଲ୍ଲେଖ କରି ସ୍ଥାନୀୟ ଲୋକଙ୍କୁ ତାଙ୍କୁ ହଟାଇବାକୁ କହିଛନ୍ତି। ସେ ଅନ୍ନାମଲାଇଙ୍କ ନାମକୁ ମଧ୍ୟ ମୋଡି ମକଚି ଉପସ୍ଥାପନ କରିଛନ୍ତି। କହିଛନ୍ତି ଏକ ରସମଲେଇ ତାମିଲନାଡୁରୁ ଆସିଥିଲେ ତାଙ୍କର ମୁମ୍ବାଇ ସହ ସମ୍ପର୍କ କଣ? ଏଥିରେ ଅନ୍ନାମଲାଇ ପ୍ରତିକ୍ରିୟା ଦେଇ ରାଜ ଠାକରେ ଓ ଉଦ୍ଧବ ଠାକରେ ମୋତେ ଧମକାଇବାକୁ କିଏ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ରାଜ ଓ ଉଦ୍ଧବ କେବଳ ମୋତେ ଗାଳି କରିବାକୁ ସଭା କରୁଛନ୍ତି ହେଲେ ମୁଁ ଏତେ ଗୁରୁତ୍ୱପୂର୍ଣ୍ଣ କି ନା ତାହା ମୁଁ ନିଜେ ଜାଣେନା।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ମୁମ୍ବାଇରେ ତାମିଲ ଭାଷୀ ଜନସଂଖ୍ୟା ୬ ରୁ ଅଧିକ ନିଗମ ସିଟ୍ ଅଞ୍ଚଳରେ ବସବାସ କରୁଛନ୍ତି ଓ ମୋଟ ଭୋଟର ସଂଖ୍ୟାର ପାଖାପାଖି ୪%। ମୁମ୍ବାଇରେ ବସବାସ କରୁଥିବା ତାମିଲ ଜନସଂଖ୍ୟା ସହରର ବସ୍ତି ଅଞ୍ଚଳରେ ରହନ୍ତି, ଖାସ କରି ଧରାବୀରେ। ଯଦିଓ ତାମିଲନାଡୁରେ ବିଜେପିର କୌଣସି ଆସନ ନାହିଁ ହେଲେ ମହାରାଷ୍ଟ୍ର ମୁମ୍ବାଇର ସାୟନ-କୋଲିୱାଡା ନିର୍ବାଚନମଣ୍ଡଳିରୁ ଆର. ତାମିଲ ସେଲଭନ ବିଧାୟକ ଅଛନ୍ତି।