'ଗମ୍ଭୀର ବାସ୍ତବରେ କୋଚ୍ ନୁହେଁ, ସେ ଏବେ...', କାହିଁକି ଏମିତି କହିଲେ କପିଲ ଦେବ ?

NEWS7
todays-prediction-640

ନୂଆଦିଲ୍ଲୀ, ୧୯/୧୨: ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ । ଦଳରେ ମନମାନି ଚଲାଇଥିବାରୁ ଖପ୍ପା ପୂର୍ବତନ ଚାମ୍ପିଅନ୍ । ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଟିମ୍ କ୍ୟାପ୍ଟେନ୍ କପିଲ ଦେବ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ବର୍ତ୍ତମାନର କୋଚଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ସେ ପ୍ରଶ୍ନ କରିଛନ୍ତି ।

କପିଲ କହିଛନ୍ତି ଯେ, ଆଜି କାଲିର କୋଚ୍ ମାନେ କୋଚିଂ ଦେବା ବଦଳରେ ପ୍ଲେୟାର ମ୍ୟାନେଜମେଣ୍ଟ୍ କରୁଛନ୍ତି । କୋଚଙ୍କ ଦାୟିତ୍ୱକୁ କେହି ବୁଝି ପାରୁ ନାହାଁନ୍ତି । ଶବ୍ଦକୁ ହାଲୁକା ଭାବେ ନିଆଯାଉଛି । ଗମ୍ଭୀର ବାସ୍ତବରେ କୋଚ୍ ନୁହେଁ । ସେ ଏବେ ଦଳର ମ୍ୟାନେଜର ପାଲଟିଛନ୍ତି ।

ସେ ଆହୁରି କହଛନ୍ତି ଯେ, ଅନ୍ତଲର୍ଜାତୀୟ ସ୍ତରରେ ଟପ୍ ପ୍ଲେୟାରମାନେ କୋଚଙ୍କ ପରାମର୍ଶ ଆବଶ୍ୟକ କରନ୍ତି ନାହିଁ । କେମିତି ଗମ୍ଭୀର ଜଣେ ଲେଗ୍ ସ୍ପିନର୍ କିମ୍ବା ଓ୍ୱିକେଟ୍ କିପରଙ୍କୁ ପରାମର୍ଶ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଡ୍ରେସିଂ ରୁମରେ ସକରାତ୍ମକ ପରିବେଶ ରକ୍ଷା କରିବାରେ କୋଚଙ୍କ ଭୂମିକା ରହିଥାଏ । ମ୍ୟାନେଜମେଣ୍ଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କୋଚ୍ ଭାବେ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ମନରେ ବିଶ୍ୱାସ ଭରିବା କୋଚଙ୍କ ପ୍ରମୁଖ କାର୍ଯ୍ୟ ହେବା ଦରକାର ।

ଭେଟେରାନ କପିଲ କହିଛନ୍ତି ଯେ, କୋଚ୍ କିମ୍ବା ଅଧିନାୟକ ଦଳରେ ଆତ୍ମବିଶ୍ୱାସ ଭରିଥାନ୍ତି । ଦଳ ଆହୁରି ଭଲ କରିପାରିବ ବୋଲି ସେମାନେ କହିବା ଦରକାର । ଅଧିନାୟକ କେବଳ ନିଜ ସ୍କୋର୍ ନୁହେଁ ସମସ୍ତଙ୍କୁ ସାଥିରେ ଧରି ଆଗକୁ ବଢିବା ପାଇଁ ପ୍ରୟାସ କରନ୍ତୁ । ଯେଉଁମାନେ ଫର୍ମରେ ନାହାଁନ୍ତି ସେମାନେ କିପରି ଭଲ କରିବେ ସେନେଇ ପଦକ୍ଷେପ ନେବା ଜରୁରୀ ଅଟେ । ସେ ନିଜେ ଆଉଟ୍ ଫର୍ମ ଫର୍ମ ଖେଳାଳିଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।