LIVE TV

ଆର୍ଜେଣ୍ଟିନାରେ ବସ୍-କାର ମୁହାଁମୁହିଁ ଧକ୍କା ; ଚାଲିଗଲା ୯ ଜୀବନ, ୩୦ରୁ ଅଧିକ ଆହତ

NEWS7
todays-prediction-599

ନୂଆଦିଲ୍ଲୀ ୨୭।୧୦; ଆର୍ଜେଣ୍ଟିନାର ଉତ୍ତର-ପୂର୍ବ ପ୍ରଦେଶ ମିସିଓନେସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାଯେଉଁଥିରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ସୋଲ୍ ଡେଲ୍ ନୋର୍ଟେ କମ୍ପାନୀର ଏକ ଡବଲ୍-ଡେକର୍ ବସ୍ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ପରେ ନିୟନ୍ତ୍ରଣ ହରାଇ ବସ୍‌ଟି ନଦୀକୁ ଖସି ପଡ଼ିଥିଲା।

ଆର୍ଜେଣ୍ଟିନା ପୋଲିସ କହିଛି ଯେ ବସ୍ ଟି ଜାତୀୟ ରାଜପଥ ୧୪ରେ ଦ୍ରୁତ ଗତିରେ ଯାତ୍ରା କରୁଥିଲାକାରଟି ହଠାତ୍ ବିପରୀତ ଦିଗରୁ ପୋଲ ଉପକୁ ଆସିଯାଇଥିଲା । ଯାହା ଫଳରେ ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ ଟି ପୋଲ ବ୍ୟାରିକେଡ୍‌ ଭାଙ୍ଗି ନଦୀକୁ ଖସି ପଡ଼ିଥିଲା। ପୋଲିସ ସୂତ୍ର ଅନୁଯାୟୀ ବସ୍ ଡ୍ରାଇଭର ପରିସ୍ଥିତିକୁ ଏଡାଇବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ଭାରୀ ଯାନ ଯୋଗୁଁ ନିୟନ୍ତ୍ରଣ ହରାଇଥିଲେ। କାର୍ ଡ୍ରାଇଭରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଜଣେ ମହିଳା ଯାତ୍ରୀଙ୍କୁ ରାସ୍ତାରେ ମୃତ ଅବସ୍ଥାରେ ପାଇଥିଲେ। ହେଲେ ଏହା ସ୍ପଷ୍ଟ ହୋଇନାହିଁ ଯେ ଧକ୍କା ସମୟରେ ସେ ଗାଡ଼ିରୁ ବାହାରକୁ ବାହାରି ଆସିଥିଲେ କି ଅନ୍ୟ କୌଣସି ଗାଡ଼ିରେ ଥିଲେ।

ଦୁର୍ଘଟଣା ପରେ ଅଗ୍ନିଶମ କର୍ମଚାରୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ କିଛି ଘଣ୍ଟା ଧରି କାର୍ଯ୍ୟ କରିଥିଲେ। କୁହାଯାଉଛି କି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ନଅ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅନେକ ଆହତ ହୋଇଛନ୍ତି। ଏହି ସମୟରେ, ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୨୯ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ସହରର ଅନ୍ୟ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି।  ଅଧିକାରୀମାନେ କହିଛନ୍ତି ଯେ କିଛି ଯାତ୍ରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏବେ ବି ଜାରି ରହିଛି। ମୃତକଙ୍କ ପରିବାର ସହିତ ଯୋଗାଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏକ ହେଲ୍ପଲାଇନ୍ ସ୍ଥାପନ କରିଛି।