LIVE TV

ମଣିପୁର ଚୁରାଚାନ୍ଦପୁରରେ ଏନ୍‌କାଉଣ୍ଟର, ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୪ ଉଗ୍ରବାଦୀ

NEWS7
todays-prediction-311

ମଣିପୁର ୦୪/୧୧: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଚାରି ଜଣ ଆତଙ୍କବାଦୀ ନିହତ । ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଉଗ୍ରବାଦୀ ଗୋଷ୍ଠୀର ଚାରି ଆତଙ୍କବାଦୀଙ୍କୁ ମାରି ଗଡ଼ାଇଛନ୍ତି । ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ନିଷିଦ୍ଧ ମଣିପୁର ସଂଗଠନ, ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନଏ) ସହିତ ଜଡିତ ଥିବା ଜଣାପଡିଛି । 

ଖାନପି ଗାଁ ନିକଟରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ସକାଳ ୫.୩୦ରେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।