LIVE TV

ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ, ୨୦୧୮ରେ ଘଟିଥିଲା ଘଟଣା

NEWS7
todays-prediction-296

ଦେବଗଡ଼: ବାପାଙ୍କୁ ହତ୍ୟା କରିଥିବା ପୁଅକୁ ମିଳିଲା ଆଜୀବନ କାରାଦଣ୍ଡ। ବୁଧବାର ଦେବଗଡ ଜିଲ୍ଲା ତଥା ଦୌରାଜଜ ଦେବାଶିଷ ରାଉତ ଏକ ପିତୃହତ୍ୟା ମାମଲାର ରାୟ ପ୍ରକାଶ କରି ଦୋଷୀ ପୁଅ ରଞ୍ଜନ ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୫୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ ଦଫା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ପିତୃହନ୍ତା ରଞ୍ଜନକୁ ଏହି ଦଣ୍ଡାଦେଶ ମିଳିଛି। ଜରିମାନା ଅନାଦେୟ ସ୍ଥଳେ ଦୋଷୀକୁ ଅଧିକ ୬ ମାସ ପାଇଁ  ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ।

ଗତ ୨୦୧୮ଜାନୁଆରୀ ୨୨ରେ ରିଆମାଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମର ପୁଅ ରଞ୍ଜନ ବେହେରା ଜମି ଭାଗବଣ୍ଟା କୁ କେନ୍ଦ୍ରକରି ନିଜ ପିତା ଖଗେଶ୍ଵର ବେହେରାଙ୍କୁ ଏକ କୋଡି ଦ୍ବାରା ହତ୍ୟା କରିଥିଲା । ତାଙ୍କୁ ନିଷାବିରା ଗ୍ରାମର ଗଙ୍ଗା ଦେହୁରୀ  ଏବଂ ରାଜକିଶୋର ଦେହୁରୀ ସହାୟତା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ରକରି ରିଆମାଳ ଥାନା କେସ ନମ୍ବର ୦୯/୨୦୧୮ ରୁଜୁ ହେଇଥିଲା । ଏହାକୁ ତତ୍କାଳୀନ ରିଆମାଳ ଥାନାଧିକାରୀ ସୁଦର୍ଶନ ଜେନା ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଉପଯୁକ୍ତ ପ୍ରମାଣ ସଂଗ୍ରହ କରିବା ସହ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । 

ଅଦାଲତ ବଳିଷ୍ଠ ସାକ୍ଷ୍ୟ, ଦସ୍ତାବିଜ, ବୈଷୟିକ ଓ ବିଧି ବିଜ୍ଞାନ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପୁତ୍ର ରଞ୍ଜନକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରମାଣ ଅଭାବରେ  ଅଦାଲତ ଗଙ୍ଗା ଦେହୁରୀ  ଏବଂ ରାଜକିଶୋର ଦେହୁରୀଙ୍କୁ  ନିର୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ତରଫରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର (ସାଧାରଣ ଆଭିଯୋଜକ) ଯୋଗେଶ୍ୱର ପାତ୍ର ଏହି ମାମଲା ପରିଚାଳନା କରୁଥିଲେ ।  ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ ନିରଞ୍ଜନ ନାୟକ ମାମଲାର ବିଚାର ପ୍ରକ୍ରିୟା ତଦାରଖ  କରୁଥିଲେ ।