ଅଭାବନୀୟ ଘଟଣା, ନିଆଁ ଲାଗି ଜିଅନ୍ତା ଜଳିଗଲେ ବାପା-ପୁଅ

NEWS7
todays-prediction-197

ଖୋର୍ଦ୍ଧା ୧୫।୦୩ : ଖୋର୍ଦ୍ଧା ଜିଲ୍ଲା ସାନପଦର ଗାଁରେ ଅଭାବନୀୟ ଘଟଣା । ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଚାଲିଗଲା ବାପା-ପୁଅଙ୍କ ଜୀବନ। ମୃତକ ସାନପଦର ଗାଁର ରାଜେଶ କୁମାର ସାହୁ ଓ ପୁଅ ଲକ୍ଷ୍ମୀଧର ସାହୁ ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:-ଟ୍ରିପଲ ମର୍ଡର ଅଭିଯୁକ୍ତର ମୃତ୍ୟୁ, ଶନିବାର ପିଇଦେଇଥିଲା ବିଷ

ଖବର ଅନୁଯାୟୀ, ସାନପଦର-ଦେଉଳି ରାସ୍ତାର ବିନ୍ଧ୍ୟଗିରି ପାହାଡ଼ାକୁ ଯିବା ରାସ୍ତାକଡ଼ରେ ଏକ ଚା ଦୋକାନ ରହିଛି । ଯେଉଁଠି ବାପା-ପୁଅ ମିଶି ଦୋକାନ କରିଥାନ୍ତି । ସେଥିରୁ ଉଭୟଙ୍କ ପରିବାର ମଧ୍ୟ ଚଳେ । ହେଲେ ଶନିବାର ରାତିରେ ଘଟିଲା ଅଘଟଣ । ରାତିରେ ଦୋକାନ ବନ୍ଦ କରି ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ବାପା-ପୁଅ ଦୋକାନରୁ ବାହାରକୁ ଆସିପାରିନଥିଲେ । ଆଉ ନିଆଁରେ ପୋଡ଼ି ଯାଇଥିଲେ । ଯେତେବେଳେ ଗାଁ ଲୋକେ ଏହି ନିଆଁ ସଂପର୍କରେ ଖବର ପାଇଲେ, ସେମାନେ ଆସି ନିଆଁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ନିଆଁ ଲାଗି ଉଭୟଙ୍କର ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣ ସାନପଦର ଗାଁର ରାଜେଶ କୁମାର ସାହୁ ଓ ପୁଅ ଲକ୍ଷ୍ମୀଧର ସାହୁ ବୋଲି ଜଣାପଡିଛି।

ଏ ଖବର ବି ପଢନ୍ତୁ:- 'ଅଭିଷେକଙ୍କୁ ଇର୍ଷା କରନ୍ତି ଭାରତୀୟ ଖେଳାଳି'...ବଡ କଥା କହିଦେଲେ ସଞ୍ଜୁ ସାମସନ୍

ସେପଟେ ନିଆଁ କିପରି ଲାଗିଲା ? ନା କିଏ ଲଗାଇଛି ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।