ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ ପୁରୁଖା ନେତାଙ୍କୁ ସମର୍ଥନ ଦେଲେ ଅଶୋକ ପଣ୍ଡା

NEWS7
todays-corona-new-cases

ଭୁବନେଶ୍ବର ୧୪।୨: ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ବଡ଼ ବୟାନ । କେଉଁଭଳି ନେତା ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଭଲ ହେବ କହିଲେ ଅଶୋକ । ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ ପୁରୁଖା ନେତାଙ୍କୁ ଦେଲେ ସମର୍ଥନ । ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ ।

ଏ ଖବର ବି ପଢ଼ନ୍ତୁ:- ଚାକିରି ନାଁରେ ଠକିଥିଲା ୨୨ଲକ୍ଷ, କେନ୍ଦୁଝରର ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ

ସବୁଠୁ ବଡ଼ ହେଲା ଦଳ ଆଉ ଦଳ ସଭାପତି । ଏସବୁ କୁ ସଭାପତି ବିଚାରକୁ ନେଲେ ଭଲ ହେବ । ଚିନ୍ତା ବିଭିନ୍ନ ଫୋରମ୍ରେ ହେଉଥିବ । କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ । ଆମେ ଅପେକ୍ଷା କରିବା । ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି । ଆମେ ବି ଦେଲେ ଭଲ ବୋଲି ଅଶୋକ ପଣ୍ଡା କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଟଙ୍କା ପାଇଁ ୧୫ ବର୍ଷର ସମ୍ପର୍କ ତୁଚ୍ଛ, ସ୍ତ୍ରୀକୁ ମାରି ପୋଡ଼ିଦେଲେ ! ସ୍ବାମୀ ସମେତ ୫ ଗିରଫ