ନିଖୋଜ Su-30 MKI ଲଢ଼ୁଆ ବିମାନ କ୍ରାଶ୍ : ସ୍ପଷ୍ଟ କଲା ବାୟୁସେନା

NEWS7
today-predication-july-31

ନୂଆଦିଲ୍ଲୀ, ୦୬ /୦୩: ଗୁରୁବାର ଭାରତୀୟ ସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିଲା । ଯାହାପରେ ସନ୍ଧାନକାର୍ଯ୍ୟ ଆରମ୍ଭ କରିଦେଇଥିଲା । ତେବେ ବିମାନଟି କ୍ରାଶ୍ କରିଯାଇଥିବା ସୂଚନା ମିଳିଛି । ଏନେଇ ଏକ୍ସ ଯୋଗେ ବାୟୁସେନା ପକ୍ଷରୁ ଅପଚେଟ୍ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଗୁରୁବାର ଭାରତୀୟ ବାୟୁସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା । ଜେଟଟି ଆସାମ ଆକାଶରେ ଉଡ଼ୁଥିବା ସମୟରେ ରହସ୍ୟମୟ ଭାବରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ବିମାନଟିକୁ ଠାବ କରିବା ପାଇଁ ବାୟୁସେନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । ଏକ IAF Su-30 MKI ନିଖୋଜ ହୋଇଥିବା ନେଇ ରିପୋର୍ଟ ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ କ୍ରାଶ୍ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ଖବରଟି ପଢନ୍ତୁ...ଇରାନରେ ମୃତ୍ୟୁରେ ବିଭୀଷିକା, ଯୁଦ୍ଧରେ ଗଲାଣି ୧୨୦୦ ଜୀବନ

ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ।ବିମାନ ସହ ଶେଷ ଥର ପାଇ ସନ୍ଧ୍ୟା ୭.୪୨ ରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା । ସେପଟେ ଜାତୀୟ ଗଣମାଧ୍ୟମ ଅନୁସାରେ, ସ୍ଥାନୀୟ ଲୋକ କହିଥିଲେ ଯେ ସନ୍ଧ୍ୟା ପରେ ପାହାଡ଼ ପାଖରୁ ଏକ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି । ଏତେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଯେ, ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ । କିଛି ଲୋକ ଏହା ମଧ୍ୟ ଦାବି କରଛନ୍ତି ଯେ, ବିସ୍ଫୋରଣର କିଛି ସେକେଣ୍ଡ ପରେ ପାହାଡ଼ରୁ ଧୂଆଁ ଉଠିଥିଲା। ଯେଉଁଠାରେ ବିସ୍ଫୋରଣ ଏବଂ ଧୂଆଁର ଖବର ମିଳିଛି ତାହା ଜନବସତିଠାରୁ ବହୁତ ଦୂରରେ ରହିଛି ।

Su-30 MKI ହେଉଛି ଭାରତୀୟ ସେନାର ଅନ୍ୟତମ ଶକ୍ତିଶାଳୀ ଲଢ଼ୁଆ ବିମାନ । ୨୦୦୦ ମସିହାରେ ଏହାକୁ ସ୍କ୍ୱାର୍ଡ୍ରନରେ ସାମିଲ କରାଯାଇଥିଲା । ଯାହାକୁ ଋଷ ତିଆରି କରିଛି । ଏହା ଆକାଶରୁ ଆକାଶ କିମ୍ବା ଆକାଶରୁ ଭୂମି ଏବଂ ସମୁଦ୍ରରେ ଥିବା କୌଣସି ଶତ୍ରୁଙ୍କୁ ଟାର୍ଗେଟ୍ କରିପାରିବ ।