LIVE TV
LIVE TV

ଝିଅର ନାଁ ରିଭିଲ କଲେ କିଆରା-ସିଦ୍ଧାର୍ଥ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଖାଇଲେ ପ୍ରଥମ ଝଲକ

NEWS7
today-ndia-vs-west-indies-1st-t20i-play-in-hyderabad

ନୂଆଦିଲ୍ଲୀ ୦୧। ୧୨; ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ଦୁହେଁ ନିକଟରେ ପିତାମାତା ହୋଇଛନ୍ତି। ସେମାନେ ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଅନେକ ଦିନରୁ ପ୍ରଶଂସକମାନେ ସେମାନଙ୍କ ଝିଅର ଝଲକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି । ଉଭୟ ଝିଅର ନାଁ ପ୍ରକାଶ କରିଛନ୍ତି । ଏଥି ସେମାନେ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି ।

କିଆରା ସେୟାର କରିଥିବା ପୋଷ୍ଟରେ ସେ ଏବଂ ସିଦ୍ଧାର୍ଥ ଝିଅର ପାଦ ଧରିଥିବାର ଦେଖିବାକୁ ମିଳିଛି । ପ୍ରେଗନେଣ୍ଟ ଥିବା ସମୟରେ ଅଭିନେତ୍ରୀ ଯେଉଁ ମୋଜାର ଫଟୋ ସେୟାର କରିଥିଲେ , ଏବେ ତାଙ୍କ ଝିଅ ସେହି ମୋଜା ପିନ୍ଧିଥିବାର ଦେଖିବାକୁ ମିଳିଛି । କିଆରା ଫଟୋର କ୍ୟାପସନ ଦେଇଛନ୍ତି ‘‘ ଆମର ପ୍ରାର୍ଥନାରୁ ଏବଂ ଆଶୀର୍ବାଦରୁ ଆମର ରାଜକୁମାରୀ । ସାରାୟା ମଲହୋତ୍ରା ବୋଲି ନାଁ ପ୍ରକାଶ କରିଛନ୍ତି । ଏହା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by KIARA (@kiaraaliaadvani)

ଯଦି କିଆରାଙ୍କ କ୍ୟାରିୟରକୁ ନେଇ କୁହାଯାଏ ତେବେ ତାଙ୍କୁ ଶେଷ ଥର ପାଇଁ ୱାର୍ ୨ରେ ଦେଖିବାକୁ ମିଳିଥିଲା । ତାଙ୍କ ଝିଅ ଜନ୍ମ ହେବା ପରେ ସେ କାମକୁ ଫେରି ନାହାନ୍ତି । ସୋସିଆଲ ମିଡିଆଠାରୁ ଦୂରେଇ ଅଛନ୍ତି । ସିଦ୍ଧାର୍ଥ ମଧ୍ୟ ଏବେ କାମରୁ ବ୍ରେକ୍ ନେଇଛନ୍ତି । ଦୁହେଁ ତାଙ୍କ ଝିଅ ସହ କ୍ଵାଲିଟି ଟାଇମ୍ ବିତାଉଛନ୍ତି ।