କଣ ମହାକାଶରେ ଶୀଘ୍ର ବୁଢା ହୁଏ ଶରୀର ? ବୈଜ୍ଞାନିକମାନେ ବୟସକୁ ନେଇ କଲେ ଖୁଲାସା

NEWS7
today-kalia-tanka-miliba

ନୂଆଦିଲ୍ଲୀ ୦୭।୦୨;ମହାକାଶ ଯାତ୍ରା ଦ୍ବାରା କ'ଣ ଶରୀର ଶୀଘ୍ର ବୁଢ଼ା ହୋଇଯାଏ । ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରେ । ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ମହାକାଶରେ ଶରୀରରେ ଶୀଘ୍ର ପରିବର୍ତ୍ତନ ହୋଇଥାଏ। ପୃଥିବୀ ପୃଷ୍ଠକୁ ଫେରିବା ପରେ ଏହାର ପ୍ରଭାବ ଆପେ ଆପେ ହ୍ରାସପାଏ । ଏହି ଗବେଷଣାର ନାଁ 'ଆଷ୍ଟ୍ରୋନଟ୍ସ ଆଜ୍ ଏ ହ୍ୟୁମାନ ଏଜିଂ ମଡେଲ ରଖାଯାଇଛି। ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ସ୍ୱଚ୍ଛ ସମୟ ଲାଗି ମହାକାଶ ମିଶନକୁ ଯାଇଥିବା ମହାକାଶଚାରୀଙ୍କ ଶରୀରରେ ଏମିତି ପରିବର୍ତ୍ତନ ଦେଖାଯାଇଛି। ଯାହାକି ବୟସ ବୃଦ୍ଧି ସହିତ ଜଡ଼ିତ। ମାଧ୍ୟାକର୍ଷଣର ଅଭାବ, ନିଦରେ ଅନିୟମିତତା ତଥା ଶାରୀରିକ ଚାପଯୋଗୁଁ ଶରୀର ଏକ ପ୍ରକାର ଷ୍ଟ୍ରେସ୍ ମୋଡକୁ ଗତି କରେ।

ଏହାର ଅର୍ଥ ଏହା ନୁହେଁ ଯେ, ମହାକାଶଚାରୀ ସତରେ ବୁଢ଼ା ହୋଇଯାନ୍ତି I ଅବଶ୍ୟ ଏଭଳି ପରିବର୍ତ୍ତନ ଅସ୍ଥାୟୀ ହୋଇଥାଏ I ପରିବେଶ ବଦଳିବା ମାତ୍ରେ ହିଁ ଶରୀର ଏହାକୁ ସମ୍ଭାଳି ନିଏ | ସେହିପରି ଉକ୍ତ ଗବେଷଣାରେ ୪ ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଥିଲା । ଏହି ମହାକାଶଚାରୀମାନେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରେ ୯ଦିନ ଅତିବାହିତ କରିଥିଲେ । ବୈଜ୍ଞାନିକମାନେ ସେମାନେ ମହାକାଶକୁ ଯିବା ପୂର୍ବରୁ, ମିଶନ ସମୟରେ ଏବଂ ପୃଥିବୀପୃଷ୍ଠକୁ ଫେରିବା ପରେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ । ଏହାଦ୍ଵାରା ବାସ୍ତବିକ ସମୟ ମଧ୍ୟରେ ଶରୀରରେ ହେଉଥିବା ପରିବର୍ତ୍ତନକୁ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା I ଅନ୍ୟପଟେ ଏହି ଗବେଷଣାରେ ବୟସକୁ କ୍ୟାଲେଣ୍ଡର ଆଧାରରେ ନୁହେଁ, ଏପିଳେନେଟିକ୍ ଘଣ୍ଟା ଦ୍ଵାରା ମପାଗଲା I ଏହି ଘଣ୍ଟା ଡିଏନ୍ଏରେ ହେଉଥିବା ପରିବର୍ତ୍ତନ ଆଧାରରେ ଶରୀରର ଜୈବିକ ବୟସ ବାବଦରେ ଜଣାଏ । ଏହା ଚାପ ଏବଂ ପରିବେଶ ଯୋଗୁଁ ପ୍ରଭାବିତ ହୋଇପାରେ। ମହାକାଶରେ ରହିବା ସମୟରେ ଏହି ଘଣ୍ଟାରେ ଅସ୍ଥାୟୀ ବୃଦ୍ଧି ଦେଖୁବାକୁ ମିଳିଲା I

ଗୁରୁତ୍ବପୂର୍ଣ୍ଣ କଥାଟି ଟି ହେଲା, ଏହା ପ୍ରତ୍ୟେକ ମହାକାଶଚାରୀଙ୍କ ଠାରେ ଅଲଗା ଅଲଗା ସ୍ତର ସ୍ତରରେ ଥିଲା। ପୃଥିବୀ ପୃଷ୍ଠକୁ ଫେରିବା ପରେ ଅଧିକାଂଶ ମହାକାଶଚାରୀଙ୍କ ଜୈବିକ ବୟସ ପୁଣି ଥରେ ପୂର୍ବ ଭଳି ହୋଇଯାଇଥିଲା । ବୈଜ୍ଞାନିକଙ୍କ ମତରେ, ଏଥିରେ ଇମ୍ୟୁନୋ ସିଷ୍ଟମର ବଡ଼ ଭୂମିକା ରହିଛି। ଯାହାକି ଶରୀରକୁ ସଠିକ୍ ହେବାରେ ସାହାଯ୍ୟ କରେ । ତେବେ ବୈଜ୍ଞାନିକମାନେ ସ୍ପଷ୍ଟ ଭାବେ କହିଛନ୍ତି ଏହି ଗବେଷଣା ଏକଥା ପ୍ରମାଣିତ କରିନାହିଁ ଯାତ୍ରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବଯସ ଶୀଘ୍ର ବଢ଼ିଥାଏ । କାରଣ ଉକ୍ତ ମିଶନ ବେଶ୍ ସ୍ଵଚ୍ଛ ସମୟ ପାଇଁ ଥିଲା ଓ ମହକାଶଚାରୀଙ୍କ ସଂଖ୍ୟା ବି କମ୍ ଥିଲାI ପରିବେଶ ଏବଂ ପରିସ୍ଥିତି ବୟସ କମ୍ ଓ ବେଶି କରିପାରେ ବୋଲି ଉକ୍ତ ଗବେଷଣା ଏକ ପ୍ରକାର ସ୍ପଷ୍ଟ କରିଛି।