ଇଥିଓପିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦୀ, ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଗ୍ରହଣ କଲେ ‘ଗ୍ରେଟ୍ ଅନର୍ ନିଶାନ’

NEWS7
today-is-the-meeting-of-the-management-committee

ନୂଆଦିଲ୍ଲୀ, ୧୭/୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଥିଓପିଆର ସବୁଠୁ ବଡ ସମ୍ମାନ । ଇଥିଓପିଆ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନଗ୍ରେଟ୍ ଅନର୍ ନିଶାନରେ ସମ୍ମାନିତ କରିଛି । ସେଠାକାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହାକୁ ନେଇ ମୋଦ କହିଛନ୍ତି ଯେ, ତାଙ୍କୁ ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଇଥିଓପିଆ ହେଉଛି ଅତି ପ୍ରଚୀନ ଏବଂ ସମୃଦ୍ଧ ସଭ୍ୟତାର ଦେଶ । ସମ୍ମାନ ପାଇଥିବାରୁ ତାଙ୍କ ପାଇଁ ଏହା ଗୌରବର ବିଷୟ । ସେ ସମସ୍ତ ଭାରତୀୟଙ୍କ ତରଫରୁ ସମ୍ମାନକୁ ବିନମ୍ରତା ଏବଂ କୃତଜ୍ଞତା ସହ ଗ୍ରହଣ କରୁଥିବା ପ୍ରକାଶ କରିଛନ୍ତି । ତେବେ ମୋଦୀ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଇଥିଓପିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ତେବେ ଇଥିଓପିଆ ହେଉଛି ବିଶ୍ୱର୨୮ତମ ଦେଶ ଯିଏକି ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି । ଗସ୍ତ ବେଳେ ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସାରା ବିଶ୍ୱର ନଜର ଗ୍ଲୋବାଲ ସାଉଥ୍ ଅର୍ଥାତ ଦକ୍ଷିଣ ଏସିଆ ଉପରେ ରହିଛି । ଏହା ମଧ୍ୟରେ ଇଥିଓପିଆ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଉଭୟ ଦେଶ ମଧ୍ୟରେ ଦୁରଦୃଷ୍ଟି ଏବଂ ବିଶ୍ୱାସର ସମ୍ପର୍କ ରହିଛି । ଆଗାମୀ ଦିନରେ ଭାରତ ଇଥିଓପିଆ ମିଶି ବୈଶ୍ୱିକ ସମସ୍ୟାର ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ।

ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦ ବିରୋଧୀ ଲଢେଇରେ ମିତ୍ର ଦେଶଙ୍କ ସମର୍ଥନଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେହିପରି ଅଲୀ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଫୋକସ କରିଛନ୍ତି । ବର୍ତ୍ତମାନ ସମୟରେ ଏକ ଆଧୁନିକ ଏବଂ ଦୁରଦର୍ଶୀ ସମ୍ପର୍କର ଆବଶ୍ୟକତା ରହିଛି । ଭାରତ ଏବଂ ଇଥିଓପିଆର ସମ୍ପର୍କ ସଦାବେଳେ ଅତୁଟ ରହିବ । ମୋଦୀ ଆଫ୍ରିକା ବାବଦରେ ନିରନ୍ତର ଚିନ୍ତା କରୁଛନ୍ତି । ଯାହା ଆଫ୍ରିକା ପାଇଁ ଗରିମାପୂର୍ଣ୍ଣ ଏବଂ ସମ୍ମାନଜନକ ବୋଲି ଅଲୀ କହିଛନ୍ତି ।

ଏହାସହ ମୋଦୀ ଅବି ଅହମ୍ମଦଙ୍କୁ ଭେଟି ଆତଙ୍କବାଦ ବିରୋଧରେ ସମର୍ଥନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପହଲଗାମ୍ ଆକ୍ରମଣ ପରେ ଇଥିଓପିଆ ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ସମର୍ଥନ କରିଥିଲା । ଯାହାକୁ ଭାରତ ସ୍ୱାଗତ କରୁଛି । ଏହାସହ ଉଭୟ ଦେଶଟି ପ୍ରସଙ୍ଗରେ ଆଲୋଚନା କରିଥିଲେ ।