LIVE TV
LIVE TV

IPL ମିନି ଅକ୍ସନ : ୨ କୋଟି ଲିଷ୍ଟରେ ୪୫ ଖେଳାଳି, ଏଥର ଫୋକସରେ ଗ୍ରୀନ୍

NEWS7
today-dhanteras-buying-time-is-only-1hour-57minuteknow-wht-will-be-buy-and-what-not

ନୂଆଦିଲ୍ଲୀ, ୦୨ /୧୨: ଆଇପିଏଲର ମିନି ଅକ୍ସନ୍ ପାଇଁ ଖେଳାଳିଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ଚଳିତ ବର୍ଷ ଆଇପିଏଲରେ ଅନେକ ଖେଳାଳି ଦଳ ଛାଡିଛନ୍ତି । ନୂଆ ଦଳକୁ ଯାଇଛନ୍ତି । ତେବେ ମିନି ଅକ୍ସନ ପୂର୍ବରୁ ପ୍ରାୟ ୧୩୫୫ ଖେଳାଳି ନିଲାମିରେ ଭାଗ ନେବାକୁ ପଞ୍ଜିକରଣ କରିଛନ୍ତି । ଏହାମଧ୍ୟରୁ ୪୫ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ବା ପ୍ରାରମ୍ଭିକ ମୂଲ୍ୟ ୨ କୋଟି କିମ୍ବା ଏହାଠୁ ଅଧିକ ରହିଛି ।

ରିପୋର୍ଟ ଅନୁସାରେ, ଆବୁଧାବିରେ ଡିସେମ୍ବର ୧୬ ତାରିଖରେ ନିଲାମି ହେବ । ଏଥିପାଇଁ ଅନେକ ବିଦେଶୀ ଖେଳାଳି ନାଁ ପଞ୍ଜିକରଣ କରିଛନ୍ତି । ପ୍ରତ୍ୟେକ ଦଳ ନିଜ ଟିମରେ ସର୍ବାଧିକ ୨୫ ଜଣ ଖେଳାଳିଙ୍କୁ ରଖିପାରିବେ । ଏଥର ଷ୍ଟାର୍ ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନ୍ ଏବଂ କ୍ୟାମରୁନ୍ ଗ୍ରୀନଙ୍କ ଭଳି ଖେଳାଳି ନିଲାମରେ ସାମିଲ ହେବେ ।

ଚର୍ଚ୍ଚା ହେଉଛି ଯେ, କ୍ୟାମେରୁନ୍ ଗ୍ରୀନ ଏଥର ସବୁଠୁ ଦାମୀ ଖେଳାଳି ହେବେ । ତାଙ୍କୁ କୋଲକାତା କିମ୍ବା ଚେନ୍ନାଇ କିଣିପାରେ । କାରଣ କେକେଆର ୬୪ କୋଟି ଏବଂ ଚେନ୍ନାଇ ସୁପର କିଙ୍ଗସ ୪୩ କୋଟି ଟଙ୍କା ଧରି ନିଲାମିକୁ ଓହ୍ଲାଇବେ । କିନ୍ତୁ ଗ୍ରୀନ୍ କେକେଆରରେ ସାମିଲ ହେବା ସମ୍ଭାବନା ଅଧିକ ରହିଛି । ସେହିପରି ଗତବର୍ଷ ଲିଆମ ଲିଭିଂଷ୍ଟୋନ୍ ଆରସିବି ପାଇଁ ଖେଳିଥିଲେ । ଚଳିତ ବର୍ଷ ଦଳ ତାଙ୍କୁ ରିଲିଜ୍ କରିଛି । ସେ ପଞ୍ଜାବରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

୨ କୋଟିରୁ ଅଧିକ ବେସ୍ ପ୍ରାଇସର ଖେଳାଳି

ରବି ବିଷ୍ଣୋଇ, ଭେଙ୍କଟେଶ ଆୟାର, ମୁଜିବର ରହମନ, ସେନ୍ ଆବୋଟ୍, କ୍ୟାମରୁନ୍ ଗ୍ରୀନ୍, ବେନ୍ ଡକେଟ୍, ଷ୍ଟିଭ୍ ସ୍ମିଥ, ଜସ ଇଙ୍ଗଲିସ୍, ଡନ୍ ଲରେନ୍ସ, ଲିଆମ ଲିଭିଂଷ୍ଟୋନ୍, ମାଇକେଲ୍ ବ୍ରେସଓ୍ୱେଲ, ଡେଭନ କନଓ୍ୱେ, ମ୍ୟାଟ୍ ହେନରି, ଡାରିଲ୍ ମିଚେଲ, ରଚିନ୍ ରବୀନ୍ଦ୍ର, ଡେବିଡ୍ ମିଲର, ଲୁଙ୍ଗି ଏନଗିଡି, ଓ୍ୱାନିନ୍ଦୁ ହାସରଙ୍ଗା, ମଥିସା ପଥିରାନା, ସାଇ୍ ହୋପ୍, ଅକିଲ୍ ହୋସେନ ଏବଂ ଆଲଜାରି ଜୋସେଫ୍