LIVE TV

ବାଦଲକୁ କରେଣ୍ଟ ସକ୍ ଦେଇ ଦୁବାଇରେ କରାଗଲା ବର୍ଷା, ଫିଟିଲା ଝରଣା

NEWS7

ଦୁବାଇ : ଚଳିତବର୍ଷ ୟୁଏଇରେ ଭୟଙ୍କର ଗରମ ପଡିଛି। ଏଥିରେ ଦୁବାଇରେ ପରିସ୍ଥିତି ଏତେ ଜଟିଳ ହୋଇପଡିଛି ଯେ ଦିନର ତାପମାତ୍ରା ୧୨୦ ଡିଗ୍ରି ଫାରେନହାଇଟ୍‌ ଅର୍ଥାତ ୫୦ ଡିଗ୍ରି ସେଲସିୟସ୍‌କୁ ପହଞ୍ଚୁଛି। ପ୍ରଚଣ୍ଡ ଗରମରେ ଲୋକେ ବର୍ଷା ବୁନ୍ଦାଏ ଲାଗି ଛଟପଟ ହେଉଥିଲେ ହେଁ ପାଖଆଖରେ ବର୍ଷାର ସମ୍ଭାବନା ନଥିଲା। ଏଥିରେ ପ୍ରଶାସନ ନିଜଆଡୁ କ୍ରୁତ୍ରିମ ବର୍ଷା ଲାଗି ଉଦ୍ୟମ କରିଥିବା ବେଳେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

{"id":484177,"width":838,"height":621,"sizeSlug":"large","linkDestination":"none"}

ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଏକ ଖବର ଅନୁସାରେ ୟୁଏଇ ପାଣିପାଗ ବିଭାଗ ଗତ ରବିବାର ଦୁବାଇ ସମେତ ଦେଶରେ ଅନେକ ଭାଗରେ ବର୍ଷା କରାଇଥିବାର ଭିଡିଓ ଜାରି କରିଛନ୍ତି। କ୍ଲାଉଡ ସିଡିଂ ଅପରେସନ ଦ୍ୱାରା ଏହା ସମ୍ଭବ ହୋଇପାରିଥିବା ଏଥିରେ କୁହାଯାଇଛି। ଏହି ମିସନରେ ହାରାହାରି ୪ରୁ ୫ ଇଞ୍ଚ ବର୍ଷା କରାଯାଇପାରେ। ଡ୍ରୋନ ଜ୍ଞାନ କୌଶଳ ଉପଯୋଗ କରି ଏହି ବର୍ଷା କରାଯାଇଥିଲା। ବାଦଲକୁ ବିଦ୍ୟୁତ ସକ୍‌ ଦିଆଯାଇ ବର୍ଷା କରାଯାଇଛି।

{"id":484179,"sizeSlug":"large","linkDestination":"none"}

ତେବେ ଏଭଳି ଅଚାନକ ବର୍ଷା ଯୋଗୁ ଏଲଏନ୍ ସହରରେ ଝରଣା ଫିଟିଯାଇଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା। ଦେଶରେ ହ୍ରାସ ହେଉଥିବା ଜଳସ୍ତର ନିୟନ୍ତ୍ରଣ ଲାଗି ୟୁଏଇ ସରକାର ୨୦୧୭ ମସିହାରେ ବର୍ଷା ନିର୍ମାଣ ପ୍ରକଳ୍ପରେ ୧.୫ କୋଟି ଟଙ୍କା ନିବେଶ କରିଥିଲେ। ଏଥିରେ ବାଦଲକୁ ଇଲେକ୍ଟ୍ରିକ୍‌ ସକ୍ ଦେବା ଲାଗି ଉପଯୋଗ ହେଉଥିବା ଜ୍ଞାନ କୌଶଳକୁ ୟୁନିଭର୍ସିଟି ଅଫ ରିଡିଂ ବ୍ରିଟେନର ଗବେଷକମାନେ ବିକଶିତ କରିଛନ୍ତି।

{"id":484181,"width":838,"height":534,"sizeSlug":"large","linkDestination":"none"}

ମରୁଭୂମି ହୋଇଥିଲେ ମଧ୍ୟ ୟୁଏଇରେ ବାଦଲଙ୍କୁ କରେଣ୍ଟ ସକ୍‌ ଦେଇ ବର୍ଷା ସୃଷ୍ଟି ଲାଗି ବେଶ ପରିବେଶ ଥିବା ପ୍ରକଳ୍ପରେ କାମ କରୁଥିବା ପ୍ରଫେସର ମାର୍ଟେନ ଅମ୍ବାମ କହିଛନ୍ତି। ଏହି ପ୍ରକଳ୍ପ ମୁଖ୍ୟତଃ ଜଳ ବୁନ୍ଦାଙ୍କୁ ଏକତ୍ର କରିବାର କାମ କରିଥାନ୍ତି। ଯେତେବେଳେ ବିଦ୍ୟୁତ୍‌ ପଲସ୍‌ ପାଇଥାନ୍ତି ପରସ୍ପର ସହ ଯୋଡି ହୋଇ ଝରିଯାଇଥାନ୍ତି।