ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଲେ ପୁଟିନ: ଆଲିଂଘନ କରି ପ୍ରିୟ ବନ୍ଧୁଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

NEWS7
tired-dowry-harassment-newly-married-woman-hangs-up

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ଋଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରିୟ ବନ୍ଧୁଙ୍କୁ ଆଲିଂଘନ କରି ଭବ୍ୟ ସ୍ୱାଗତ କରିଛନ୍ତି। ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ। ପୁଟିନ ଓହ୍ଲାଇବା ମାତ୍ରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ ଓ ଉପସ୍ଥିତି ସମସ୍ତ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ। ଏହାପରେ ଉଭୟ ନେତା ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବିକ ଗୋଟିଏ କାରରେ ବିମାନ ବନ୍ଦରରୁ ପ୍ରସ୍ଥାନ କରିଥିଲେ।

ପୁଟିନଙ୍କୁ ମୋଦୀଙ୍କ ବ୍ୟକ୍ତିଗତ ଭାବେ ସ୍ୱାଗତ କରିବା ଏକ ବିରଳ କୂଟନୈତିକ ରଣନୀତି ବୋଲି କୁହାଯାଉଛି। ଏଥିରେ ଭାରତ ପୁଟିନଙ୍କ ଗସ୍ତକୁ କେତେ ଗୁରୁତ୍ୱ ଦେଉଛି ତାହା ସୂଚାଉଛି। ଦିଲ୍ଲୀର ପାଲମ ଟେକ୍ନିକାଲ୍ ଏରିଆରେ ପ୍ରଧାନମନ୍ତ୍ରୀ ସ୍ତରୀୟ ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଥିଲା। 

ଅଧିକାରୀମାନଙ୍କ ସୂଚନା ଅନୁସାରେ ଦୁଇ ନେତା ଗୋଟିଏ କାର୍‌ରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗକୁ ଏକାଠି ଯାତ୍ରା କରିବେ। ଏହା ପୂର୍ବରୁ ଚୀନର ତିନଜିଆନ୍‌ରେ ଅନୁଷ୍ଠିତ SCO ଶିଖର ସମ୍ମିଳନୀ ସମୟରେ ମଧ୍ୟ ମୋଦୀ ଓ ପୁଟିନ ଗୋଟିଏ କାର୍‌ରେ ବସି ଯାତ୍ରା କରିଥିଲେ। ଯାହାକୁ ନେଇ ସାରା ବିଶ୍ୱରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଦିଲ୍ଲୀରେ ମୋଦୀ ଓ ପୁଟିନ ଗୋଟିଏ କାରରେ ବସି ଯାତ୍ରା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ କିଛି ନିର୍ଦ୍ଦିଷ୍ଟ ସମୟରେ ବିମାନବନ୍ଦରରେ ଜଣେ ବିଦେଶୀ ନେତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିବାର ବିରଳ ପ୍ରୋଟୋକଲ ଆଣପାଇଛନ୍ତି। ପୂର୍ବରୁ ମଧ୍ୟ ଏହି ନେତାମାନଙ୍କୁ ପ୍ରୋଟକଲ ଭାଙ୍ଗି ସ୍ୱାଗତ କରି ସାରିଛନ୍ତି ମୋଦୀ।-

୧. ବାରାକ ଓବାମା (ଆମେରିକା), ୨୦୧୫ ଗଣତନ୍ତ୍ର ଦିବସ ଗସ୍ତ ସମୟରେ ଦିଲ୍ଲୀରେ ସ୍ୱାଗତ।
୨. ଶେଖ ହାସିନା (ବାଂଲାଦେଶ)
, ୨୦୧୭ ଦ୍ୱିପାକ୍ଷିକ ଗସ୍ତ ପାଇଁ ଆଗମନ ସମୟରେ ସ୍ୱାଗତ।
୩. ସିଞ୍ଜୋ ଆବେ (ଜାପାନ)
, ୨୦୧୭ ଭାରତ-ଜାପାନ ଶିଖର ସମ୍ମିଳନୀ ପୂର୍ବରୁ ଅହମଦାବାଦ ବିମାନବନ୍ଦରରେ ସ୍ୱାଗତ।
୪. ଡୋନାଲ୍ଡ ଜେ ଟ୍ରମ୍ପ (ଆମେରିକା)
, ୨୦୨୦ ଭାରତ ଗସ୍ତ ସମୟରେ ଅହମଦାବାଦ ବିମାନବନ୍ଦରରେ ସ୍ୱାଗତ
​​​​​​​୫. ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ (ୟୁଏଇ),
୨୦୨୪ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀରେ ସ୍ୱାଗତ।
୬. ତାମିମ୍ ବିନ୍ ହମାଦ୍ ଅଲ୍ ଥାନି (କତାର)
, ୨୦୨୫ ନୂଆଦିଲ୍ଲୀରେ ପହଞ୍ଚିବା ସମୟରେ ସ୍ୱାଗତ