ପାରିବାରିକ କଳହର କରୁଣ ପରିଣତି, ଫ୍ୟାନ୍‌ରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

NEWS7
tiger-rumour-in-anandapur

ଯାଜପୁର ୧୦।୦୨: ପାରିବାରିକ କଳହର କରୁଣ ପରିଣତି। ଫ୍ୟାନରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ। ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତର କୁକୁଡ଼ା ଖାଳେଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ଦମ୍ପତି ବାବୁଲା ମଲିକଙ୍କ ପୁଅ ଜଜ ମଲିକ (୨୪ ବର୍ଷ) ଏବଂ ତାଙ୍କ ବୋହୂ ଝରଣା ମଲିକ (୨୨ ବର୍ଷ)।

ଏ ଖବର ବି ପଢନ୍ତୁ:- ଆସ ସାମିଲ ହେବା, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା : ବିଜେପିରେ ମିଶିଲେ ବାରବାଟିଆ ସରପଞ୍ଚ ଏବଂ ଟିମ୍

ଖବର ଅନୁଯାୟୀ, ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତର କୁକୁଡ଼ା ଖାଳେଇ ଗାଁର ବାବୁଲା ମଲିକଙ୍କ ପରିବାରରେ କୌଣସି କାରଣରୁ ଗତ କିଛି ଦିନ ହେବ କଳହ ଲାଗି ରହିଥିଲା। ସୋମବାର ରାତି ପ୍ରାୟ ସାଢେ ୯ଟାରେ ଗାଁରେ ଅଷ୍ଟପ୍ରହରୀ ଚାଲୁଥିବା ବେଳେ ପୁଅ ଜଜ୍ ଓ ବୋହୂ ଝରଣା ଅଷ୍ଟପ୍ରହରୀକୁ ଆସି ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ। ଘରେ ଯାଇ ଉଭୟେ ମିଶି ଖାଇଥିଲେ। ପରେ ପୁଅ ଜଜ ଅଷ୍ଟପ୍ରହରୀକୁ ନ ଆସିବା ହେତୁ ବାପା ବାବୁଲା ଘରକୁ ତାକୁ ଡାକିବାକୁ ଯାଇଥିଲେ। ହେଲେ କବାଟ ବନ୍ଦ ଥିବାରୁ ଓ କେହି ନଶୁଣିବାରୁ କିଛି ଅଘଟଣ ସନ୍ଦେହ କରି କବାଟ ଭାଙ୍ଗିଥିଲେ। ଉଭୟେ ଏକ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ଏ ଖବର ବି ପଢନ୍ତୁ:- ଏହି ରାଜ୍ୟରେ ବାର୍ଡ ଫ୍ଲୁ' ଆତଙ୍କ : ୧୫୦୦ କାଉ ମରିବା ପରେ ପ୍ରଶାସନ ଆକ୍ଟିଭ୍, ଲ୍ୟାବ୍ ରିପୋର୍ଟ ବଢାଇଲା ଚିନ୍ତା